ETV Bharat / city

ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣା: ସୀମାଞ୍ଚଳଙ୍କ ମୃତ୍ୟୁ ସ୍ପଷ୍ଟ କଲା DNA ରିପୋର୍ଟ, ଶୋକରେ ପରିବାର - ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣା

ଭୁବନେଶ୍ବର ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ନିଖୋଜ ସୀମାଞ୍ଚଳଙ୍କ ମୃତ୍ୟୁ ହୋଇଥିବା ନେଇ ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଯାହାକୁ ନେଇ ମୃତକଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି । ଅଧିକ ପଢନ୍ତୁ...

ନିଖୋଜ ସୀମାଞ୍ଚଳଙ୍କ ମୃତ୍ୟୁକୁ ସ୍ପଷ୍ଟ ପରେ ପରିବାରରେ ଶୋକର ଛାୟା

author img

By

Published : Oct 29, 2020, 10:31 PM IST

ବ୍ରହ୍ମପୁର: ଭୁବନେଶ୍ବର ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ସୀମାଞ୍ଚଳଙ୍କ ମୃତ୍ୟୁ ଘଟିଥିବା ନେଇ ସ୍ପଷ୍ଟ ସୂଚନା ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି । ରାଜଧାନୀ ଭୁବନେଶ୍ବରରେ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ନିଖୋଜ ରହିଥିବା ସୀମାଞ୍ଚଳଙ୍କ ମୃତ୍ୟୁ ହୋଇଥିବା ନେଇ ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ନିଖୋଜ ସୀମାଞ୍ଚଳଙ୍କ ମୃତ୍ୟୁକୁ ସ୍ପଷ୍ଟ ପରେ ପରିବାରରେ ଶୋକର ଛାୟା

ଗତ ୭ ତାରିଖ ରେ ଗଞ୍ଜାମ ଆସିକା ବ୍ଲକ ଗହଙ୍ଗୁ ଗ୍ରାମର ସିମାଞ୍ଚଳ ପରିଡା ରାଜମହଲ ପେଟ୍ରୋଲ ପମ୍ପରେ କାର୍ଯ୍ୟ କରୁଥିଲେ । ସେହି ସମୟରେ ହଠାତ୍ ପେଟ୍ରୋଲ ପମ୍ପରେ ବିସ୍ଫୋରଣ ଘଟିଥିଲା । ସେବେଠାରୁ ସିମାଞ୍ଚଳ ନିଖୋଜ ଥିଲେ l

ହେଲେ ବିସ୍ଫୋରଣ ପରେ ପରିବାର ବର୍ଗ ବହୁ ଖୋଜାଖୋଜି କରିବା ପରେ ଘଟଣାସ୍ଥଳରୁ ସିମାଞ୍ଚଳଙ୍କ ପର୍ସ ସମେତ ଏଟିଏମ କାର୍ଡ ଓ ଫଟୋ ମିଳିଥିଲା । ତେବେ ଘଟଣାର ଦୀର୍ଘ ୨୩ ଦିନ ପରେ ପୋଲିସ କମିଶନରଙ୍କ ପକ୍ଷରୁ ତାଙ୍କୁ ମୃତ ଘୋଷଣା କରାଯାଇଛି । ଯାହାକୁ ନେଇ ମୃତ ସୀମାଞ୍ଚଳଙ୍କ ଗ୍ରାମର ଗହଙ୍ଗୁ ଗ୍ରାମରେ ଶୋକର ଛାୟା ଖେଳିଯାଇଛି l

ପୂର୍ବରୁ ଗ୍ରାମରେ ହିନ୍ଦୁ ରୀତିନୀତି ଅନୁଯାୟୀ ପ୍ରତୀକ ମୃତଦେହ ରଖି ଶେଷକୃତ୍ୟ କରାଯାଇଥିଲା । ସେପଟେ ପରିବାରର ସେ ଏକମାତ୍ର ରୋଜଗାରିଆ ବ୍ୟକ୍ତି ଥିବାରୁ ତାଙ୍କୁ ହରାଇ ପରିବାର ସଦସ୍ୟ ପୁରା ଭାଙ୍ଗି ପଡ଼ିଥିବା ଦେଖାଯାଇଛି । ସେପଟେ ସରକାରୀ ସହାୟତା ପାଇଁ ପରିବାର ବର୍ଗ ନିବେଦନ କରିଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.