ବ୍ରହ୍ମପୁର:ମାତ୍ର ଏକ ମିନିଟ ମଧ୍ୟରେ ଭାଗବତ ଗୀତାର ପନ୍ଦର ଅଧ୍ୟାୟର ୧୩ ଟି ଶ୍ଲୋକକୁ ଆବୃତ୍ତି କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡର ଅଧିକାରୀ ହୋଇଛନ୍ତି ବ୍ରହ୍ମପୁରର ଛାତ୍ର ବିଠଲ ଭରଦ୍ବାଜ । ସେ ଶ୍ରୀମଦ ଭାଗବତ ଗୀତାର ୧୫ ତମ ଅଧ୍ୟାୟର ଏହି ଶ୍ଲୋକକୁ ଆବୃତ୍ତି କରି ଏହି ରେକର୍ଡର ଅଧିକାରୀ ହୋଇଛନ୍ତି ।
ମୁହଁରେ ଶ୍ରୀମଦ ଭାଗବତ ଗୀତାର ୧୫ ତମ ଅଧ୍ୟାୟର ଏକ ରୁ ୧୩ ପ୍ରର୍ଯ୍ୟନ୍ତ ଶ୍ଲୋକକୁ କ୍ରମାଗତ ଭାବେ ମାତ୍ର 1ମିନିଟ ମଧ୍ୟରେ ଆବୃତି କରି ଇଣ୍ଡିଆ ବୁକ ଅଫ୍ ରେକର୍ଡର ଅଧିକାରୀ ହୋଇଛନ୍ତି । ସହରର ଡି.ଏ.ଭି ପବ୍ଲିକ ସ୍କୁଲରେ ଅଧ୍ୟୟନ କରୁଥିବା ଏକାଦଶ ଶ୍ରେଣୀର ଛାତ୍ର ବିଠଲ ଭରଦ୍ବାଜ ଏଭଳି ନୂତନ ରେକର୍ଡ ସୃଷ୍ଟି କରିଛନ୍ତି ।
ପିଲାଟି ଦିନରୁ ବିଠଲ ବାପା ସ୍ବର୍ଗତ ରଷିକେଶ ସାହୁଙ୍କ ଠାରୁ ଗୀତାର ଶ୍ଲୋକ ଶିଖିଥିଲେ । ପରେ ଏହାକୁ ନିଜର ଅଭ୍ୟାସ ବଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ଗୀତା ଆବୃତ୍ତି କରି ଅନେକ ପୁରସ୍କାର ପାଇଛନ୍ତି । ପୂର୍ବରୁ ଅରୁଣାଞ୍ଚଳ ପ୍ରଦେଶର ବିବେକାନନ୍ଦ କେନ୍ଦ୍ରରେ ପାଠପଢି ଆସୁଥିବା ବିଠଲ ଗତ କିଛିବର୍ଷ ତଳେ ବ୍ରହ୍ମପୁର ଆସିଥିଲେ । ଏଠାରେ ବିଠଲ ବ୍ରହ୍ମପୁରର ଡି.ଏ.ଭି ସ୍କୁଲକୁ ଆସିବା ପରେ ତାଙ୍କର ଏଭଳି ଅନ୍ତନିର୍ହିତ ପ୍ରତିଭା ବିଷୟରେ ଶିକ୍ଷୟତ୍ରୀ ବିଳାସୀନି ଦାସ ଜାଣିବାକୁ ପାଇଥିଲେ । ପରେ ତାଙ୍କୁ ଉଚିତ ମାର୍ଗଦରର୍ଶନ କରିବାରୁ ସେ ଏଭଳି କୃତିତ୍ବ ଅର୍ଜନ କରିଥିବା କୁହାଯାଇଛି ।
ନିଜ ପାଠପଢା ସହ ବିଭିନ୍ନ ବିଷୟରେ ରୁଚି ରଖୁଥିବା ବିଠଲ ଭରଦ୍ବାଜ ଆଗକୁ ଶ୍ରୀମଦ୍ ଭଗବତ ଗୀତାର ଅଭ୍ୟାସ ଜାରି ରହିଥିବା ବେଳେ ଆଗାମୀ ଦିନରେ ଗିନିସ୍ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ