ETV Bharat / city

ଗୁଣାତ୍ମକ ଶିକ୍ଷା ମାଧ୍ୟମରେ ସୁ-ନାଗରିକ ଗଠନ ମୁଖ୍ୟ ଲକ୍ଷ୍ୟ: କୁଳପତି - ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ସାମ୍ବାଦିକ ସମ୍ମିଳନୀ

ଆଗାମି ଦିନରେ ବିଶ୍ବ ବିଦ୍ୟାଳୟକୁ ଆଗେଇ ନେବାକୁ ରୋଡ ମ୍ୟାପ ପ୍ରସ୍ତୁତ କରୁଛି ବ୍ରହ୍ମପୁର ବିଶ୍ବବିଦ୍ୟାଳୟ । ଗୁଣାତ୍ମକ ଶିକ୍ଷା ମାଧ୍ୟମରେ ସୁନାଗରିକ ଗଠନ କରିବା ପ୍ରମୁଖ ଭିଜନ ରଖିଥିବା କହିଛନ୍ତି କୁଳପତି ଗୀତାଞ୍ଜଳି ଦାଶ । ଅଧିକ ପଢନ୍ତୁ

ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ସାମ୍ବାଦିକ ସମ୍ମିଳନୀ

author img

By

Published : May 24, 2022, 2:08 PM IST

ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଉନ୍ନତି ପାଇଁ ନବନିଯୁକ୍ତ କୁଳପତି ଗୀତାଞ୍ଜଳି ଦାଶଙ୍କ ସାମ୍ବାଦିକ ସମ୍ମିଳନୀ । ଗୁଣାତ୍ମକ ଶିକ୍ଷା ମାଧ୍ୟମରେ ସୁନାଗରିକ ଗଠନ କରିବା ପ୍ରମୁଖ ଲକ୍ଷ୍ୟ ରଖିଥିବା କହିଛନ୍ତି କୁଳପତି ଗୀତାଞ୍ଜଳି ଦାଶ । ଅସମାନତା ଦୂର କରିବା ସହିତ ଯେଉଁମାନଙ୍କ ପାଖରେ ଶିକ୍ଷା ପହଞ୍ଚି ପାରୁନାହିଁ, ସେ ଦିଗରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି କୁଳପତି ।

ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ସାମ୍ବାଦିକ ସମ୍ମିଳନୀ

ରାଜ୍ୟଠୁ ନେଇ ଦେଶରେ ଶିକ୍ଷାର ବୈପ୍ଲବିକ ପରିବର୍ତ୍ତନ ଆସୁଛି । ଏଣୁ ଗୁଣାତ୍ମକ ଶିକ୍ଷା ମାଧ୍ୟମରେ ସୁ-ନାଗରିକ ଗଠନ କରିବା ପ୍ରମୁଖ ଭିଜନ ରଖାଯାଇଥିବା ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ନୂତନ ଦାୟିତ୍ବ ଗ୍ରହଣ କରିଥିବା ପ୍ରଥମ ମହିଳା କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ କରିଛନ୍ତି । ଦାୟିତ୍ବ ଗ୍ରହଣ କରିବା ପରେ କୁଳପତି ବିଶ୍ବବିଦ୍ୟାଳୟର ଉନ୍ନତି ପାଇଁ କଣ କରିବା ଆବଶ୍ୟକ, ଶୈକ୍ଷିକ ବାତାବରଣ ପାଇଁ ଆଗାମୀ ଦିନରେ କିଭଳି ରହିବ ରୋଡ ମ୍ୟାପ୍ ସେ ନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆଲୋଚନା କରିଛନ୍ତି ।

ମୁଖ୍ୟତଃ ବିଦ୍ୟାର୍ଥୀଙ୍କ ମଧ୍ୟରେ ମାନବିକ ଓ ସାମ୍ବିଧାନିକ ମୂଲ୍ୟବୋଧ ସୃଷ୍ଟି କରିବା, ଅସମାନତା ଦୂର କରିବା , ମହାବିଦ୍ୟାଳୟ ଗୁଡିକରେ ଶିକ୍ଷାରେ କିଭଳି ଉନ୍ନତି ହେବ ସେ ନେଇ ଦୃଷ୍ଟି ଦେବା ସହିତ ଶିକ୍ଷାର ବାତାବରଣ ପାଇଁ ଶୃଙ୍ଖଳାଗତ ଛାତ୍ରମାନଙ୍କ ପାଇଁ ଗଠନାତ୍ମକ ଦିଗ ଉପରେ ଗୁରୁତ୍ବାରୋପ କରିଛନ୍ତି ନୂତନ କୁଳପତି । ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନରେ ବିଶ୍ବବିଦ୍ୟାଳୟର ଦୂରଶିକ୍ଷା ବିଭାଗ ପୁନଃ ଖୋଲିବା ପାଇଁ ନାକ୍ ପକ୍ଷରୁ ଭଲ ମାର୍କ ଆବଶ୍ୟକତା ରହିଥିବା କୁଳପତି କହିବା ସହ ଆଗାମୀ ଦିନରେ ବିଶ୍ବବିଦ୍ୟାଳୟକୁ ପରିଦର୍ଶନ ଆସୁଥିବାରୁ ଏହାକୁ ନେଇ ଉଦ୍ୟମ କରାଯିବ ବୋଲି କହିଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.