ବ୍ରହ୍ମପୁର: କୋଭିଡରେ ଆକ୍ରାନ୍ତ ହେଲେ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ । ଏସପି ପିନାକ୍ ମିଶ୍ର କୋଭିଡ ପରୀକ୍ଷାରେ ପଜିଟିଭ୍ ଆସିଥିବାରୁ ତାଙ୍କ ସହିତ ସଂପର୍କରେ ଆସିଥିବା ବ୍ୟକ୍ତି ବିଶେଷମାନେ କୋଭିଡ ପରୀକ୍ଷା କରାଇବା ପାଇଁ ଟୁଇଟ୍ କରି ପରାମର୍ଶ ଦେଇଛନ୍ତି ବ୍ରହ୍ମପୁର ଏସ୍.ପି ।
![puri-blue-flag-beach-](https://etvbharatimages.akamaized.net/etvbharat/prod-images/od-bam-berhampur-sp-covid-positive-7205524_08012022193957_0801f_1641650997_331.jpg)
କୋଭିଡର ତୃତୀୟ ଲହରକୁ ନେଇ ସାରା ବିଶ୍ୱରେ ଏକ ପ୍ରକାର ଚିନ୍ତା ପ୍ରକଟ ହୋଇଥିବାବେଳେ ଆମ ରାଜ୍ୟ ଠାରୁ ଆରମ୍ଭ କରି ଗଞ୍ଜାମ ଜିଲ୍ଲାରେ ଏ ନେଇ ଦୈନିକ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏଭଳି ସମୟରେ ଗଞ୍ଜାମ ଜିଲ୍ଲା ସମେତ ବ୍ରହ୍ମପୁର ସହରରେ ଦୈନିକ ସଂକ୍ରମଣ ମଧ୍ୟ ବୃଦ୍ଧି ପାଉଥିବାରୁ ଜନସାଧାରଣ ଅଧିକ ମାତ୍ରାରେ ସଚେତନ ହେବାର ଆବଶ୍ୟକତା ରହିଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ