ETV Bharat / city

ଗଞ୍ଜାମ ପ୍ରବାସୀଙ୍କ ପାଞ୍ଚ ଦଫା ଦାବିପୂରଣ ପାଇଁ ବ୍ରହ୍ମପୁରରେ ପ୍ରତିବାଦ

author img

By

Published : Sep 22, 2020, 9:55 PM IST

ବ୍ରହ୍ମପୁରରେ ସୁଗମ ସଙ୍ଗଠନ ପକ୍ଷରୁ ସହରର ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏହି ପ୍ରତିବାଦ କରିବା ସହ ଆର୍.ଡି.ସି ଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦ୍ଧେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଜିଲ୍ଲାରେ ବୟନଶୀଳ୍ପ ଉଦ୍ୟୋଗ ପ୍ରତିଷ୍ଠା କରିବା ସହିତ ଅଧିକରୁ ଅଧିକ ଆତ୍ମନିଯୁକ୍ତି ସୃଷ୍ଟି କରାଯାଇପାରିବ ସେ ନେଇ ଦାବୀ କରାଯାଇଛି । ଅଧିକ ପଢନ୍ତୁ...

ଗଞ୍ଜାମ ପ୍ରବାସୀଙ୍କ ପାଞ୍ଚ ଦଫା ଦାବୀ ପୂରଣ ପାଇଁ ବ୍ରହ୍ମପୁରରେ ପ୍ରତିବାଦ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ପ୍ରବାସୀ ଓଡିଆଙ୍କ ପାଞ୍ଚ ଦଫା ଦାବିପୂରଣ କରିବା ପାଇଁ ବ୍ରହ୍ମପୁର ଠାରେ ପ୍ରତିବାଦ କରାଯାଇଛି । ସୁଗମ ସଙ୍ଗଠନ ପକ୍ଷରୁ ସହରର ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏହି ପ୍ରତିବାଦ କରିବା ସହ ଆର୍.ଡି.ସି ଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦ୍ଧେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି । ମୁଖ୍ୟତଃ ଜିଲ୍ଲାରେ ବୟନଶୀଳ୍ପ ଉଦ୍ୟୋଗ ପ୍ରତିଷ୍ଠା କରିବା ସହିତ ଅଧିକରୁ ଅଧିକ ଆତ୍ମନିଯୁକ୍ତି ସୃଷ୍ଟି କରାଯାଇପାରିବ ସେ ନେଇ ଦାବି କରାଯିବା ସହିତ ପ୍ରବାସୀ ଶ୍ରମିକ ମାନେ ଜିଲ୍ଲାକୁ ଫେରିଥିବାରୁ ଏଠାରେ ବେରୋଜଗାରୀ ଏକ ପ୍ରମୁଖ ସମସ୍ୟା ରୂପେ ମୁଣ୍ଡ ଟେକିଛି ।

ସୁରଟ,ମୁମ୍ବାଇ,ଆନ୍ଧ୍ରପ୍ରଦେଶ ଭଳି ବିଭିନ୍ନ ରାଜ୍ୟରୁ ଜିଲ୍ଲାକୁ ଆସିଥିବା ଶ୍ରମିକ ମାନଙ୍କ ପାଇଁ କିପରି ଅଧିକରୁ ଏବଂ ଲଘୁ ଉଦ୍ୟୋଗ ଓ ମଧ୍ୟମ ଉଦ୍ୟୋଗୀ ନୂଆ ସମ୍ଭାବନା ସୃଷ୍ଟି କରାଯାଇପାରିବ ସେ ନେଇ ସରକାରୀ ସ୍ତରରେ ପଦକ୍ଷେପ ନେବା ଆବଶ୍ୟକତା ରହିଥିବା ଦାବି କରାଯାଇଛି । ବିଗତ ବର୍ଷରେ ବ୍ରହ୍ମପୁରର ପାଟ,ପିତଳ ଗାମୁଛା ଓ କଟନ ଶାଢ଼ୀ,ଆସ୍କା କଟନ ଶାଢ଼ୀ, ନେସନାଲ୍ ହେରିଟାଇଜ୍ ଗ୍ରାମ ପଦ୍ମନାଭପୁରର ବସ୍ତ୍ର କିମ୍ବା ସମ୍ବଲପୁରୀ ପାଟ ଇତ୍ୟାଦି ଏକ ମୁଖ୍ୟ ରୋଜଗାରର ପନ୍ଥା ସାଜିଥିବା ସ୍ଥଳେ ବର୍ତ୍ତମାନ ଏହା କେବଳ ହସ୍ତତନ୍ତ୍ର ମଧ୍ୟରେ ହିଁ ଶିରୋନାମା ପାଲଟି ରହିଯାଇଛି।ବ୍ରହ୍ମପୁର ପାଟ ବିଭିନ୍ନ ପ୍ରୋତ୍ସାହନର ଅଭାବ ତଥା ଅନ୍ୟାନ୍ୟ ପାରିପାର୍ଶ୍ବୀକ ସମସ୍ୟା ଯୋଗୁଁ ତାଙ୍କ କୌଳିକ ବୃତ୍ତିକୁ ଛାଡି ଅନ୍ୟ ରାଜ୍ୟଭିମୁଖି ହେଉଛନ୍ତି କୁଶଳୀ କାରିଗରମାନେ ।ବିଭିନ୍ନ ରାଜ୍ୟରେ ଶ୍ରମ ଭିତ୍ତିକ କାର୍ଯ୍ୟରେ ନିୟୋଜିତ ଓଡ଼ିଆ ଶ୍ରମିକମାନେ କୋରୋନା ମହାମାରୀ ଯୋଗୁଁ ଜୀବନଜୀବିକା ହରାଇ ପ୍ରତ୍ୟାବର୍ତ୍ତନ କରିଛନ୍ତି।ଏହି କ୍ରମରେ ଗଞ୍ଜାମ ଜିଲ୍ଲାର ୪ ଲକ୍ଷରୁ ଉର୍ଦ୍ଧ୍ବ ପ୍ରବାସୀ ସୁରତ,ମୁମ୍ବାଇ,ବାଙ୍ଗାଲୋର,ହାଇଦ୍ରାବାଦ, ତାମିଲନାଡୁ ଆଦି ସ୍ଥାନରୁ ନିଜ ଭିଟାମାଟିକୁ ଫେରିଛନ୍ତି।

କୋରୋନା ଯୋଗୁଁ ସଂପୂର୍ଣ୍ଣ ସାମାଜିକ ଓ ଆର୍ଥିକ ଦିଗ ଦୀର୍ଘ ୭ ମାସରୁ ଉର୍ଦ୍ଧ୍ବ ସମୟ ଧରି ଦୟନୀୟ ପରିସ୍ଥିତି ଦେଇ ଗତି କରୁଛି।ସାଧାରଣ ଲୋକ ଜୀବିକା ହରାଇ ବେସାହାରା ହୋଇ ଜୀବନ ଯୁଦ୍ଧରେ ସଂଗ୍ରାମ କରୁଛନ୍ତି। ବିଶେଷତଃ ଗରିବ,ମଧ୍ଯବିତ୍ତ ପରିବାର ଓ ବାହାର ରାଜ୍ଯରେ ଶ୍ରମଦାନ କରି ପେଟ ପୋଷୁଥିବା ଲୋକଙ୍କ ଦୁଃଖ କହିଲେ ନସରେ। ଏଭଳି ସ୍ଥିତିରେ ଅନେକ ପରିବାରର ପେଟପାଟଣା ପାଇଁ ପୁଣି ସୁରାଟ,ମୁମ୍ବାଇ,ହାଇଦ୍ରାବାଦ,ବାଙ୍ଗୋଲୋର କୁ ଯାତ୍ରା ଆରମ୍ଭ କରିଛନ୍ତି ।ବର୍ତ୍ତମାନ ସ୍ଥିତିକୁ ନଜରରେ ରଖି ୩ ଲକ୍ଷରୁ ଉର୍ଦ୍ଧ୍ଵ କୁଶଳୀ ଏବଂ ଅଣ କୁଶଳୀ ଶ୍ରମିକଙ୍କୁ ନେଇ ଜିଲ୍ଲାରେ ଏକ ବୟନ ଶିଳ୍ପ ପାର୍କ ରାଜ୍ୟ ସରକାରଙ୍କ ତରଫରୁ କାର୍ଯ୍ୟକ୍ଷମ କରାଯିବ ତାହାହେଲେ ଗଞ୍ଜାମ ଜିଲ୍ଲାର ଅର୍ଥନୀତି ସୁଦୃଢ଼ ହେବା ସହ ରୋଜଗାରର ସୁଯୋଗ ସୃଷ୍ଟି ହୋଇପାରିବ। ଏଣୁ ଅନୁଷ୍ଠାନ ତରଫରୁ ବେରୋଜଗାର ଦୂରୀକରଣ ପାଇଁ ତୁରନ୍ତ ବୟନଶିଳ୍ପ ନେସନାଲ ହେରିଟାଇଜ୍ ଗ୍ରାମ ପଦ୍ମନାଭପୁରରେ ପ୍ରତିଷ୍ଠା କରାଯାଉ।

କୋରୋନା ସମୟରେ ଆର୍ଥିକ ସ୍ଥିତି ଦେବାଳିଆ ଥିବା ସତ୍ତ୍ବେ ବର୍ତ୍ତମାନ ଯାତ୍ରାରେ ଅଧିକ ଖର୍ଚ୍ଚାନ୍ତ ହେଉଥିବା ଯୋଗୁଁ ବ୍ରହ୍ମପୁର ଷ୍ଟେସନରେ ସମସ୍ତ ଟ୍ରେନ ରହଣୀର ବ୍ୟବସ୍ଥା କରାଯିବା । ସର୍ବଦା ଅବହେଳିତ ହେଉଥିବା ସୁରଟରେ ଓଡ଼ିଆ ଶ୍ରମିକମାନଙ୍କ ବିକାଶ ନିମନ୍ତେ ଓଡ଼ିଶା ସରକାରଙ୍କ ତରଫରୁ ଜଣେ ଆଇଏଏସ ଅଫିସରଙ୍କୁ ନିଯୁକ୍ତି ସହ ଗୁଜୁରାଟ ସରକାରଙ୍କ ସହ ବୁଝାମଣା କରି ସ୍ବାସ୍ଥ୍ୟ ସୁରକ୍ଷା ଓ ପିଏଫ୍ ବ୍ୟବସ୍ଥା କରାଯିବା । ଆସିକା ସୂତା କଳ କାର୍ଯ୍ୟକ୍ଷମ କରିବା ସହ ହିଞ୍ଜିଳିକାଟୁ ଠାରେ ଆଉ ଏକ ସୂତା କଳ କରାଯିବାକୁ ଦାବୀ କରାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.