ETV Bharat / city

ଏବର୍ଷ ଦଶହରାରେ ବନ୍ଦ ଚାନ୍ଦା ଆଦାୟ, ଜୁଆଆଡ୍ଡାରେ ବ୍ରହ୍ମପୁର ପୋଲିସର ନଜର

ଆଗାମୀ ଶାରଦୀୟ ପୂଜାକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ପୋଲିସ ପକ୍ଷରୁ ଗ୍ରହଣ କରାଯାଇଛି ସ୍ବତନ୍ତ୍ର ପଦକ୍ଷେପ । ଅଧିକ ପଢନ୍ତୁ..

author img

By

Published : Oct 18, 2020, 10:13 PM IST

'ଦଶହରା ସମୟରେ ପରମ୍ପରା ଆଳରେ ଚାନ୍ଦା ଆଦାୟ ଓ ଜୁଆ ଖେଳକୁ ପ୍ରଶୟ ଦିଆଯିବ ନାହିଁ'

ବ୍ରହ୍ମପୁର: ଆଗାମୀ ଶାରଦୀୟ ପୂଜାକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ପୋଲିସ ପକ୍ଷରୁ ଗ୍ରହଣ କରାଯାଇଛି ସ୍ବତନ୍ତ୍ର ପଦକ୍ଷେପ । କୋଭିଡ-୧୯ ର ଭୟ ଏବେବି ଯାଇନଥିବା ଯୋଗୁଁ ଏଭଳି ସମୟରେ ପ୍ରଶାସନକୁ ଜନସାଧାରଣ ସହଯୋଗ କରିବାକୁ ଆହ୍ବାନ କରାଯାଇଛି । ଏହି ପାର୍ବଣ ସମୟରେ ପରମ୍ପରାକୁ ଆଳ ଦେଖାଇ ଦଶହରା ଚାନ୍ଦା ଆଦାୟ, ଜୋର ଜବରଦସ୍ତ ଟଙ୍କା ଆଦାୟକୁ ନେଇ ତୁରନ୍ତ ପଦକ୍ଷେପ ନିଆଯିବାକୁ ସମସ୍ତ ଥାନାଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି ।

ଏପରିକି ଏଭଳି କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷଙ୍କ ବିରୁଦ୍ଧରେ ତୁରନ୍ତ ପୋଲିସ କଣ୍ଟ୍ରୋଲ ରୁମ ୨୪ ଘଣ୍ଟିଆ କାର୍ଯ୍ୟ କରୁଥିବା ବେଳେ ଏଭଳି ଅଭିଯୋଗ ପାଇଲେ ଡାଏଲ୍ ୧୦୦ କୁ ଯୋଗାଯୋଗ କରିବାକୁ କୁହାଯାଇଛି । ଦଶହରା ଏବଂ କୁମାରପୂର୍ଣ୍ଣମା ଅବସରରେ ଜୁଆ ଖେଳ ବହୁ ମାତ୍ରାରେ ବୃଦ୍ଧି ପାଉଥିବାରୁ ଏହାକୁ ରୋକିବା ପାଇଁ ପୋଲିସ ପକ୍ଷରୁ ସ୍ବତନ୍ତ୍ର ନଜର ରଖାଯାଇଛି ।

ଏହି ଅବସରରେ ବ୍ରହ୍ମପୁର ଏସପି ପିନାକ୍‌ ମିଶ୍ର ଜନସାଧାରଣଙ୍କୁ ସେମାନଙ୍କ କଷ୍ଟ ଉପାର୍ଜିତ ଅର୍ଥକୁ ଏଭଳି ଜୁଆ ଖେଳ ନଖେଳିବାକୁ ପରାମର୍ଶ ଦେଇଛନ୍ତି । ଜୁଆ ଖେଳ ଦ୍ବାରା ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବାରୁ ଏନେଇ ଖବର ପାଇଲେ ଯେକୌଣସି ବ୍ୟକ୍ତି ନିଜେ ଏସପିଙ୍କୁ ଯୋଗାଯୋଗ କରିବାକୁ କୁହାଯାଇଛି । ଏହାସହ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଥିବାରୁ ତଳିଆ ଅଞ୍ଚଳର ଜନସାଧାରଣ ଅଧିକ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.