ବ୍ରହ୍ମପୁର: ସହରର ନୂତନ ଉପଜିଲ୍ଲାପାଳ ଭାବରେ ଭାରତୀୟ ପ୍ରଶାସନିକ ସେବାର ଅଧିକାରୀ କୀର୍ତ୍ତି ଭାସନ୍ ଭି. ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବରୁ ଉପଜିଲ୍ଲାପାଳ ଦାୟିତ୍ୱ ରହିଥିବା ଆଇଏଏସ୍ ଅଧିକାରୀ ସିନ୍ଧେ ଦତାତ୍ରେୟ ଭାଉସାହେବ ଗଞ୍ଜାମ ଜିଲ୍ଲାର ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭାବରେ ବଦଳି ହେବା ପରେ ଭାସନ୍ ଭାଉସାହେବଙ୍କ ଠାରୁ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି ।
ନୂତନ ଦାୟିତ୍ୱ ଗ୍ରହଣ କରିବା ପରେ ବ୍ରହ୍ମପୁର ଉପଖଣ୍ଡର ସାଧାରଣ ଜନତାଙ୍କୁ ଉପଯୁକ୍ତ ସେବା ଯୋଗାଇଦେବା ତାଙ୍କର ପ୍ରାଥମିକ କାର୍ଯ୍ୟ ହେବ ବୋଲି କହିଛନ୍ତି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ