ETV Bharat / city

ଜାପାନ ଜାହାଜରେ ଓଡିଆ ଯୁବକ ଫସିବା ଘଟଣା: ଉଦ୍ଧାର ପାଇଁ ଚିଠି ଲେଖିଲେ ସାଂସଦ - କୋରୋନା ଭାଇରସ

ଜାପାନ ଜାହାଜରେ ଫସିରହିଥିବା ଯୁବ ଇଞ୍ଜିନିୟର ଘଟଣାରେ ଉଦ୍ଧାର କରିବାକୁ ବୈଦେଶିକ ବ୍ୟାପର ମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ ।

berhampur mp letter to foreign minister
ଜାପାନ ଜାହାଜରେ ଓଡିଆ ଯୁବକ ଫସିବା ଘଟଣା
author img

By

Published : Feb 19, 2020, 10:53 PM IST

ବ୍ରହ୍ମପୁର: ଜାପାନ ୟକୋହମା ଜାହାଜରେ ଓଡିଆ ଯୁବ ଇଞ୍ଜିନିୟର । ଶିବାଶିଷଙ୍କୁ ତୁରନ୍ତ ଉଦ୍ଧାର ପାଇଁ ବୈଦେଶିକ ବ୍ୟାପର ମନ୍ତ୍ରଣାଳୟକୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ । ଜାପାନର ଏହି ଜାହାଜରେ ଫସି ରହିଥିବା ତଥା କୋରୋନା ଭାଇରସର ଆକ୍ରାନ୍ତ ହୋଇନଥିବା ନାଗରିକଙ୍କୁ ଉଦ୍ଧାର କରିସାରିଛି ଅଷ୍ଟ୍ରେଲିଆ ଓ ଆମେରିକା । ତେବେ ଶିବାଶିଷ ମଧ୍ୟ କୋରୋନା ମୁକ୍ତ, ତେଣୁ ତାଙ୍କୁ ଭାରତକୁ ଫେରାଇ ଆଣିବାକୁ ଚିଠିରେ ଲେଖିଛନ୍ତି ସାଂସଦ ଚନ୍ଦ୍ର ଶେଖର ସାହୁ ।

berhampur mp letter to foreign minister
ଜାପାନ ଜାହାଜରେ ଓଡିଆ ଯୁବକ ଫସିବା ଘଟଣା

ଶିବାଶିଷ ଦିଲ୍ଲୀର ଗୁରଗାଁଓର ଏକ କମ୍ପାନୀରେ ସଫ୍ଟୱେୟାର ଇଞ୍ଜିନିୟର ଭାବେ କାର୍ଯ୍ୟରତ । ଗତ 10 ଜାନୁଆରୀରେ କାମ ପାଇଁ ସେ ଦିଲ୍ଲୀରୁ ମାଲେସିଆ ପରେ ମାଲେସିଆରୁ ଭିଏତନାମାରେ ପହଞ୍ଚିଥିଲେ । ଯେଉଁଠାରୁ ସେ ଡାଏମଣ୍ଟ ପ୍ରିନ୍ସସେସ ନାମକ ଜାହାଜରେ କାମ ପାଇଁ ବାହାରିଥିଲେ । ହେଲେ ହଠାତ କୋରୋନା ଭାଇରସ ଆତଙ୍କ ଯୋଗୁଁ ଜାପାନ ସରକାର ଜାହାଜକୁ ଅଟକାଇ ଦେଇଛନ୍ତି । ଦୀର୍ଘ 14 ଦିନ ଧରି ସେଠାରେ ରହିବା ସହ ଶିବାଶିଷଙ୍କ ନିକଟରେ କୋରୋନା ନେଗେଟିଭ ମିଳିଛି । ତେଣୁ ତାଙ୍କୁ ଉଦ୍ଧାର କରିବାକୁ ସେ ସୋସିଆଲ ମିଡିଆରେ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କୁ ନିବେଦନ କରିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.