ETV Bharat / city

ଏସିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଲା ବ୍ରହ୍ମପୁର ଆଇଟିଆଇ - open-air scrap sculpture museum

ବ୍ରହ୍ମପୁର ଆଇଟିଆଇ ଛାତ୍ରଛାତ୍ରୀଙ୍କ ଆଉ ଏକ ବଡ ଉପଲବ୍ଧି । ଏସିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଲା ବ୍ରହ୍ମପରର ସରକାରୀ ଆଇଟିଆଇ ଶିକ୍ଷାନୁଷ୍ଠାନର ବୃହତ ମୁକ୍ତାକାଶ ସ୍କାର୍ପ ମ୍ୟୁଜିୟମ୍ । ଅଧିକ ପଢନ୍ତୁ..

ଏସିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଲା ବ୍ରହ୍ମପର ଆଇ.ଟି.ଆଇ

author img

By

Published : Nov 5, 2020, 8:17 PM IST

Updated : Nov 5, 2020, 8:25 PM IST

ବ୍ରହ୍ମପୁର: ବ୍ରହ୍ମପୁର ଆଇଟିଆଇ ଛାତ୍ରଛାତ୍ରୀଙ୍କ କୃତିତ୍ବ । ଏସିଆ ବୁକ୍‌ ଅଫ୍‌ ରେକର୍ଡରେ ପୁଣି ଲେଖିଲେ ନିଜ ଅନୁଷ୍ଠାନର ନାଁ । ବୃହତ ମୁକ୍ତାକାଶ ସ୍କାର୍ପ ମ୍ୟୁଜିୟମ୍ ଡିଜାଇନ କରି ନୂଆ ରେକର୍ଡ କରିଛି ଏହି ସରକାରୀ ଅନୁଷ୍ଠାନ ।

ଏସିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଲା ବ୍ରହ୍ମପର ଆଇ.ଟି.ଆଇ
ଏସିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଲା ବ୍ରହ୍ମପର ଆଇ.ଟି.ଆଇ

ସହରର ବିଭିନ୍ନ ସ୍ଥାନରୁ ବାହାରୁଥିବା ସ୍କାର୍ପ ଲୁହାକୁ ସଦବିନିଯୋଗ କରି ସୁନ୍ଦର ସୁନ୍ଦର ପ୍ରତିକୃତି ନିର୍ମାଣ ଠାରୁ ଆରମ୍ଭ କରି ପେଡିଏଟର ପ୍ରସ୍ତୁତ କରି ପୂର୍ବରୁ ରାଜ୍ୟ ତଥା ଦେଶରେ ଅନେକ କୃତିତ୍ବ ଅର୍ଜନ କରିଛି ବ୍ରହ୍ମପୁର ଆଇଟିଆଇ । ଏବେ ପୁଣି ଏହି ନୂତନ ରେକର୍ଡ ହାସଲ କରିଥିବା ଶିକ୍ଷାନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି ।

ମୁଖ୍ୟତଃ ଶିକ୍ଷାନୁଷ୍ଠାନ ୧୦ ହଜାର ଘନ ମିଟରରେ ପ୍ରସ୍ତୁତ ହଇଥିବା ବୃହତ ମୁକ୍ତାକାଶ ସ୍କାର୍ପ ମ୍ୟୁଜିୟମ୍ ପ୍ରତିଷ୍ଠା କରାଯିବାକୁ ନେଇ ଏହି ରେକର୍ଡ ସୃଷ୍ଟି ହୋଇଛି । ପରିସରରେ ସବୁଠାରୁ ବଡ ଗିଟାର, ଲୋହ ମାନବ, ଡଲଫିନ୍, କଇଁଛ, ହେଲିକେପ୍ଟର, କୃଷ୍ଣସାର ମୃଗ ଏବଂ ରୋବର୍ଟ ଭଳି ୨୦ ପ୍ରକାର କଳାକୃତି ରହିଥିବା ନେଇ ଏହି ରେକର୍ଡର ଅଧିକାରୀ ହୋଇଛି ବ୍ରହ୍ମପୁରର ସରକାରୀ ଆଇଟିଆଇ ।

ମୁଖ୍ୟତଃ ଏଠାକାର ବିଦ୍ୟାର୍ଥୀ ମାନେ ଶିକ୍ଷାନୁଷ୍ଠାନ ପରିସରରେ ବିଭିନ୍ନ ପ୍ରକାର ସ୍କାର୍ପ ଲୁହାରେ ପ୍ରସ୍ତୁତ ଭିନ୍ନ ଭିନ୍ନ ପ୍ରକାରର ମୂର୍ତ୍ତକଳା ପ୍ରସ୍ତୁତ କରାଯିବାକୁ ନେଇ ଆନ୍ତର୍ଜାତୀୟ ସ୍ତରରେ ଦକ୍ଷତା ବିକାଶ କ୍ଷେତ୍ରରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ବେଳେ ଏହା ସମାଜକୁ ସ୍ବତନ୍ତ୍ର ବାର୍ତ୍ତା ପହଞ୍ଚାଇଛି । ଏହା ଦ୍ବାରା ଶିକ୍ଷାନୁଷ୍ଠାନ ପର୍ଯ୍ୟଟକଙ୍କ ପାଇଁ ଅତ୍ୟନ୍ତ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି । ଏପରିକି ଏହି ଶିକ୍ଷାନୁଷ୍ଠାନ ଅନ୍ୟମାନଙ୍କ ପାଇଁ ଏକ ମାଇଲ ଷ୍ଟୋନ ପାଲଟିବା ସହିତ ଏମ୍.ଏନ୍.ସି.ଏସ୍ କ୍ୟାମ୍ପସ୍ ପ୍ଲେସମେଣ୍ଟ ପାଇଁ ଅଧିକ ଆକର୍ଷିତ କରିପାରିଥିବା କୁହାଯାଇଛି ।

ଏଠାରେ ତାଲିମପ୍ରାପ୍ତ ବିଦ୍ୟାର୍ଥୀ ମାନଙ୍କ ନିମନ୍ତେ ଏଭଳି କାର୍ଯ୍ୟ , ଏକ ବିଶାଳ ଆଭ୍ୟନ୍ତର ସୌନ୍ଦର୍ଯ୍ୟକରଣ ମାର୍କେଟ ପ୍ରସ୍ତୁତ କରିବାକୁ ସୁଯୋଗ ଆଣିବ । ଏହା ସହ ଆର୍ଥିକ ଅଭିବୃଦ୍ଧି କ୍ଷେତ୍ରରେ ସହାୟକ ହେବ ବୋଲି ଲକ୍ଷ୍ୟ ରହିଛି ।

ପ୍ରକାଶ ଯେ, ଏହା ପୂର୍ବରୁ ଆଇଟିଆଇ ପରିସରରେ ଥିବା ସ୍କାର୍ପ ପାର୍କକୁ ଭାରତର ବୃହତ୍ତମ ପାର୍କ ଭାବେ ଇଣ୍ଡିଆ ବୁକ ଅଫ ରେକର୍ଡ ପକ୍ଷରୁ ଘୋଷଣା କରାଯାଇଛି । ଆଉ ଏହି ପାର୍କକୁ ଦେଖିବା ପାଇଁ ପ୍ରତିଦିନ ବହୁ ଲୋକଙ୍କ ଭିଡ ଜମୁଥିବା କୁହାଯାଇଛି । ଏଠାରେ ଏବେ ବିଭିନ୍ନ ପ୍ରକାରର ଜୀବଜନ୍ତୁ ଓ ଅନ୍ୟାନ୍ୟ ସାମଗ୍ରୀର ସ୍କାର୍ପ ଦେଖାହାରୀଙ୍କୁ ଆକୃଷ୍ଟ କରୁଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Nov 5, 2020, 8:25 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.