ବ୍ରହ୍ମପୁର: ସିପିଆଇ ପକ୍ଷରୁ ସର୍ବଭାରତୀୟ ପ୍ରତିବାଦ ଦିବସ ପାଳିତ । ବଭିନ୍ନ ଦାବି ନେଇ ବ୍ରହ୍ମପୁରରେ ସିପିଆଇ କେନ୍ଦ୍ର ସରକାରଙ୍କ ବିରୋଧରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ଦେଶରେ କୋରୋନା ମହାମାରୀ ଚାଲିଥିବା ବେଳେ ସଂସଦର ଅଧିବେଶନ ଆରମ୍ଭ ହୋଇଛି । ବ୍ରହ୍ମପର ସହରର ମୁଖ୍ୟ ଡାକଘର ସମ୍ମୁଖରେ ଚଳିତ ଅଧିବେଶନରେ ପ୍ରଶ୍ନତ୍ତୋର କାର୍ଯ୍ୟକାଳ ନରହିବା, ଶ୍ରମିକ ବିରୋଧୀ ଆଇନ ଗୃହୀତ ହେବାକୁ ବିରୋଧ କରିଛନ୍ତି । ଏହା ସହ ଦେଶରେ କୋରୋନା ମୁକାବିଲା କରିବାରେ କେନ୍ଦ୍ର ସରକାର ବିଫଳତା ସହିତ ମନରେଗା ଯୋଜନାରେ ବେକାର ଯୁବକ ଯୁବତୀ ଓ ଦିନ ମଜୁରିଆଙ୍କୁ କାର୍ଯ୍ୟ ଯୋଗାଇଦେବା ବିଫଳ ହୋଇଛନ୍ତି । ସରକାର ସମସ୍ତ ପ୍ରବାସୀ ଓଡିଆ ପରିବାରକୁ ୧୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିବା, ନୂତନ ଚାଷ ପାଇଁ ବିହନ, ସାର, କୀଟନାଶକ ଔଷଧ ମାଗଣାରେ ଯୋଗାଇଦେବା ଭଳି ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ଏହି ଅବସରରେ ଆୟୋଜିତ ପ୍ରତିବାଦରେ ସିପିଆଇ ରାଜ୍ୟ ସମ୍ପାଦକମଣ୍ଡଳୀ ସଭ୍ୟ ପ୍ରଶାନ୍ତ ପାଟ୍ଟଯୋଶୀ , ଜିଲ୍ଲା ସମ୍ପାଦକ ପ୍ରକାଶ ପାତ୍ର , ସହ ସମ୍ପାଦକ ନୀଳକଣ୍ଠ ଦାଶ , ଯୁବ ସଂଙ୍ଘ ରାଜ୍ୟ ସଭାପତି ପ୍ରଦୀପ ସେଠୀ , କାମଦେବ ନାହକ , କେଶବ ନାହାକ , ରୋହିତ ବିଷୋୟୀ ,ବୈରାଗୀ ରେଡି ପ୍ରମୁଖ ଙ୍କ ସମେତ ଦଳର ବହୁ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ