ETV Bharat / city

ବସଷ୍ଟାଣ୍ଡ ସ୍ଥାନାନ୍ତରକୁ ବିରୋଧ, ଗଞ୍ଜାମରେ ଆଜିଠୁ ଘରୋଇ ବସ ଚଳାଚଳ ବନ୍ଦ

ବସଷ୍ଟାଣ୍ଡ ସ୍ଥାନାନ୍ତରକୁ ଘରୋଇ ବସ ସଂଘର ବିରୋଧ । ବୁଧବାର ଠାରୁ ଗଞ୍ଜାମ ଜିଲ୍ଲାର ସମସ୍ତ ଘରୋଇ ବସ ଚଳାଚଳ ବନ୍ଦ । ଏପଟେ ସମସ୍ତ ରୁଟରେ ଚଲିବ ସରକାରୀ ବସ । ଅଧିକ ପଢନ୍ତୁ...

author img

By

Published : Nov 27, 2019, 12:03 AM IST

berhampur-bus-owners-association-press-meet
ଫଟୋ ସୌଜନ୍ୟ : ସମ୍ବାଦଦାତା, ବ୍ରହ୍ମପୁର

ବ୍ରହ୍ମପୁର: ଉନ୍ନୟନମୂଳକ କାର୍ଯ୍ୟ ପାଇଁ ଆଗାମୀ ଦୁଇ ମାସ ପର୍ଯ୍ୟନ୍ତ ବନ୍ଦ ରହିବ ସିଟି ବସଷ୍ଟାଣ୍ଡ । ଏଥିସହ ସମସ୍ତ ବେସରକାରୀ ବସକୁ ସହର ଉପକଣ୍ଠ ହଳଦିଆପଦର ନୂତନ ବସଷ୍ଟାଣ୍ଡକୁ ସ୍ଥାନାନ୍ତରିତ କରାଯିବ । ପ୍ରଶାସନର ଏଭଳି ନିଷ୍ପତ୍ତିକୁ ବିରୋଧ କରି ବସ ମାଲିକ ସଂଘ ପକ୍ଷରୁ ବସ ଚଳାଚଳକୁ ବନ୍ଦ କରାଯାଇଛି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, ବ୍ରହ୍ମପୁର

ଘୋରଇ ବସ ମାଲିକ ସଂଘର ଏକ ବୈଠକରେ ବସଷ୍ଟାଣ୍ଡ ସ୍ଥାନାନ୍ତରକୁ ହଳଦିଆପଦରକୁ ନକରାଯାଇ ସହରର ଅନ୍ୟ କୌଣସି ସ୍ଥାନକୁ ପ୍ରଦାନ କରିବାକୁ ଅପିଲ କରାଯାଇଛି । ପ୍ରଶାସନର ଏଭଳି ପଦକ୍ଷେପକୁ ଦୃଢ ନିନ୍ଦା କରିଛି ଘରୋଇ ବସ ମାଲିକ ସଂଘ । କିନ୍ତୁ ପ୍ରଶାସନ ଏଥିପ୍ରତି କୌଣସି ଦୃଷ୍ଟି ନଦେଲେ ଆଗାମୀ ଦିନରେ ଆନ୍ଦୋଳନ ବ୍ୟାପକ କରାଯିବ ବୋଲି ଚେତାବନୀ ଦେଇଛି ସଂଘ । ଅନ୍ୟପଟେ ପ୍ରଶାସନ ପକ୍ଷରୁ ଏହି ଆନ୍ଦୋଳନକୁ ଦୃଷ୍ଟିରେ ରଖି ଓ.ଏସ୍.ଆର୍.ଟି.ସି ପକ୍ଷରୁ ଭଞ୍ଜନଗର , ଫୁଲବାଣୀ ଓ କଟକ ରୁଟରେ ଅତିରିକ୍ତ ଚାରୋଟି ଲେଖାଏଁ ବସ ଚଳାଚଳ କରାଯିବା ସହ ରାୟଗଡା ଏବଂ ଗଜପତିକୁ ଅତିରିକ୍ତ ଦୁଇଟି ବସ ବ୍ୟବସ୍ଥା କରାଯାଇଛି ।

ସେହିପରି ସହରରେ ଚାଲିଥିବା ସିଟି ବସ ସେବା ବୃଦ୍ଧି କରାଯାଇ ଗୋପାଳପୁରରୁ ବ୍ରହ୍ମପୁର ଏବଂ ଦିଗପହଣ୍ଡି ରୁଟରେ ୮ ବସ , ବ୍ରହ୍ମପୁରରୁ ଛତ୍ରପୁର ଓ ଖଲ୍ଲିକୋଟ ମଧ୍ୟରେ ୮ ଟି ବସ ଏବଂ ବ୍ରହ୍ମପୁରରୁ କନିଷି ଦେଇ ଚିକିଟି ପାତ୍ରପୁର ଦେଇ ପାଞ୍ଚଟି ବସ ଏବଂ ବ୍ରହ୍ମପୁରରୁ ହିଞ୍ଜିଳିକୁ ପାଞ୍ଚୋଟି ବସ ସହ ହଳଦିଆପଦର ନୂତନ ବସଷ୍ଟାଣ୍ଡ ଠାରୁ ବ୍ରହ୍ମପୁରକୁ ଅତିରିକ୍ତ ୧୦ ଟି ସର୍ଟଲ ବସ୍ ସେବା ଯୋଗାଇ ଦିଆଯିବ ବୋଲି କୁହାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:()-ବ୍ରହ୍ମପୁର ସହରରେ ସିଟି ବସଷ୍ଟାଣ୍ଟର ଉନ୍ନୟନ ମୂଳକ କାର୍ଯ୍ୟ କରାଯିବା ପାଇଁ ଆଗାମୀ ଦୁଇ ମାସରୁ ପର୍ଯ୍ୟନ୍ତ ବନ୍ଦ ରଖାଯିବା । ଏଥିସହ ସମସ୍ତ ବେସରକାରୀ ବସ୍ କୁ ସହର ଉପକଣ୍ଠ ହଳଦିଆପଦର ନୂତନ ବସଷ୍ଟାଣ୍ଡ କୁ ସ୍ଥାନାନ୍ତରିତ କରାଯିବାକୁ ପ୍ରଶାସନ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତି କୁ ବିରୋଦ୍ଧ କରି ବସ୍‌ ମାଲିକ ସଂଘ ପକ୍ଷରୁ ବିରୋଧ କରାଯାଇ ବସ୍ ଚଳାଚଳ କୁ ବନ୍ଦ କରାଯାଇଛି । ସେପଟେ ଏହି ଘଟଣାକୁ ନେଇ ପ୍ରଶାସନର ଏଭଳି ପଦକ୍ଷେପ କୁ ନିନ୍ଦା କରିଛି ଘରେଇ ବସ୍ ମାଲିକ ସଂଙ୍ଘ । ସଂଙ୍ଘର ଏକ ବୈଠକରେ ପ୍ରଶାସନ କୁ ହଳଦିଆପଦର ନକରାଯାଇ ସହରର ଅନ୍ୟ କେତୋଟି ସ୍ଥାନକୁ ପ୍ରଦାନ କରିବାକୁ ଅପିଲ କରାଯାଇଥିବା ବେଳେ ଏଥିପ୍ରତି ପ୍ରଶାସନ କୌଣସି ଦୃଷ୍ଟି ନଦେଲେ ଆଗାମୀ ଦିନରେ ଏହି ଆନ୍ଦୋଳନ ବ୍ୟାପକ କରାଯିବାକୁ ସାମ୍ୱାଦିକ ସମ୍ମିଳନୀରେ
ଚେତାବନୀ ଦେଇଛି ସଂଙ୍ଘ । ।ସେପଟେ ପ୍ରଶାସନ ପକ୍ଷରୁ ଏହି ଆନ୍ଦୋଳନକୁ ଦୃଷ୍ଟିରେ ରଖି ଓ.ଏସ୍.ଆର୍.ଟି.ସି ପକ୍ଷରୁ ଭଞ୍ଜନଗର , ଫୁଲବାଣୀ ଓ କଟକ ରୁଟରେ ଅତିରିକ୍ତ ଚାରୋଟି ଲେଖାଏଁ ବସ୍ ଚଳାଚଳ କରାଯିବା ସହ ରାୟଗଡା ଏବଂ ଗଜପତି କୁ ଅତିରିକ୍ତ ଦୁଇ ଟି ବସ୍ ବ୍ୟବସ୍ଥା କରାଯାଇଛି । ସେହିପରି ସହରରେ ଚାଲିଥିବା ସିଟି ବସ୍ ସେବା ବୃଦ୍ଧି କରାଯାଇ ଗୋପାଳପୁର ରୁ ବ୍ରହ୍ମପୁର ଏବଂ ଦିଗପହଣ୍ଡି ରୁଟ୍ ରେ ୮ ବସ୍ , ବ୍ରହ୍ମପୁର ରୁ ଛତ୍ରପୁର ଓ ଖଲ୍ଲିକୋଟ ମଧ୍ୟରେ ୮ ଟି ବସ୍ ଏବଂ ବ୍ରହ୍ମପୁର ରୁ କନିଷି ଦେଇ ଚିକିଟି ପାତ୍ରପୁର ଦେଇ ପାଞୋଚଟି ବସ୍ ଏବଂ ବ୍ରହ୍ମପୁର ରୁ ହିଞ୍ଜିଳି କୁ ପାଞ୍ଚୋଟି ବସ୍ ସହ ହଳଦିଆପଦର ନୂତନ ବସଷ୍ଟାଣ୍ଡ ଠାରୁ ବ୍ରହ୍ମପୁର କୁ ଅତିରିକ୍ତ ୧୦ ଟି ସର୍ଟଲ ବସ୍ ସେବା ଯୋଗାଇ ଦିଆଯିବ ବୋଲି କୁହାଯାଇଛି । Body:ବାଇଟ୍-ସୁବାସ ଚନ୍ଦ୍ର ପଟ୍ଟନାୟକ (ସଂପାଦକ,ଘରୋଇ ବସ୍ ମାଲିକ ସଂଙ୍ଘ)
ବାଇଟ୍- ସନ୍ତୋଷ କୁମାର ପଲାଇ (ସାଧାରଣ ସଂପାଦକ , ରାଜ୍ୟ ଘରୋଇ ମାଲିକ ସଂଙ୍ଘ)

ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ..

*ଭିଜୁଆଲ ମୋଜୋ ରେ ଯାଇଛି...
Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.