ETV Bharat / city

ଷ୍ଟାଫ୍ ସିଲେକ୍ସନ କମିଶନରେ ଦୁର୍ନୀତି ଅଭିଯୋଗ, ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ - BJP Protest

ଷ୍ଟାଫ୍ ସିଲେକ୍ସନ କମିଶନରେ ଦୁର୍ନୀତି ହୋଇଥିବା ଅଭିଯୋଗ ଆଣି ବିଜେପି ପକ୍ଷରୁ ବ୍ରହ୍ମପୁରରେ ବିକ୍ଷୋଭ ସହ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ଅଧିକ ପଢନ୍ତୁ...

Berhampur bjp protest on OSSC Corrution
ଷ୍ଟାଫ୍ ସିଲେକ୍ସନ କମିଶନରେ ଦୁର୍ନୀତି ଅଭିଯୋଗ ,ବିଜେପି ପକ୍ଷରୁ ବିକ୍ଷୋଭ ସହ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ
author img

By

Published : Aug 2, 2021, 10:23 PM IST

ବ୍ରହ୍ମପୁର: ଷ୍ଟାଫ୍ ସିଲେକ୍ସନ କମିଶନରେ ଦୁର୍ନୀତି ହୋଇଥିବା ଅଭିଯୋଗ ଆଣି ବିଜେପି ପକ୍ଷରୁ ବ୍ରହ୍ମପୁରରେ ବିକ୍ଷୋଭ ସହ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ଭାରତୀୟ ଜନତା ଯୁବ ମୋର୍ଚ୍ଚା ଓଡିଶା ପ୍ରଦେଶର ଆହ୍ୱାନ କ୍ରମେ ଯୁବ ମୋର୍ଚ୍ଚା ସୋମବାର ଷ୍ଟାଫ ସିଲେକ୍ସନ କମିଶନରେ ହୋଇଥିବା ଦୁର୍ନୀତି ବିରୁଦ୍ଧରେ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଏଲ ମୋହନ ଦାସଙ୍କ ନେତୃତ୍ବରେ ସ୍ଥାନୀୟ ଗିରିରୋଡ ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା ।

ଷ୍ଟାଫ୍ ସିଲେକ୍ସନ କମିଶନରେ ଦୁର୍ନୀତି ଅଭିଯୋଗ ,ବିଜେପି ପକ୍ଷରୁ ବିକ୍ଷୋଭ ସହ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

ସୂଚନାନୁଯାୟୀ ଗତ କିଛି ଦିନ ତଳେ ଷ୍ଟାଫ୍ ସିଲେକ୍ସନ କମିଶନର ଜଣେ ଉଚ୍ଚ ପଦସ୍ତ ଅଧିକାରୀ ବିରଞ୍ଚି ସାହୁଙ୍କ ଘରେ ଭିଜିଲାନ୍ସ ଚଢାଇ ବେଳେ ବ୍ୟାପକ ଅର୍ଥ ସହ ସମ୍ପତ୍ତି ଠାବ କରାଯାଇଥିଲା । ଏହି ବିକ୍ଷୋଭ ସମୟରେ ଦଳ ପକ୍ଷରୁ ସରକାରଙ୍କୁ ସମାଲୋଚନା କରିବା ସହିତ ଓଡିଶା ସରକାରଙ୍କ ଷ୍ଟାଫ୍ ସିଲେକ୍ସନ କମିଶନ ଏକ ଚାକିରୀ ବିକ୍ରି କମିଶନରେ ପରିଣତ ହୋଇଥିବା ଏବଂ ସରକାରୀ ନିଯୁକ୍ତିରେ ମେଧା ପରିବର୍ତ୍ତେ ଟଙ୍କା କାରବାର ମୁଖ୍ୟ ଯୋଗ୍ୟତା ହୋଇଥିବା ନେଇ ସରକାରଙ୍କୁ ପ୍ରଶ୍ନ କରିଥିଲେ । କମିଶନର ଜଣେ ସଦସ୍ୟଙ୍କର ପିଏସ୍ ଚାକିରୀ ପରିବର୍ତ୍ତେ ଟଙ୍କା ଯେଉଁ ଟଙ୍କା କାରବାର କରୁଥିଲେ ଏହାର ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣ ସବୁ ବିଷୟକୁ ତଦନ୍ତର ପରିସରଭୁକ୍ତ କରାଯାଉ।

ଏହି ବିକ୍ଷୋଭରେ ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ସିଦ୍ଧାନ୍ତ ଗଙ୍ଗଦେବ, ଶିବ ଶଙ୍କର ଶତପଥୀ, ସୁଜିତ ନାୟକ, ବାପି ପ୍ରଧାନ, କିରଣ ସାହୁ, ବରିଷ୍ଠ ନେତା କାହ୍ନୁ ଚରଣ ପତି, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଢଙ୍ଗୀଙ୍କ ସମେତ ଜିଲ୍ଲାର ବହୁ ଯୁବ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.