ETV Bharat / city

32 ବର୍ଷରେ ରନମେସିନ, ନିଆରା ଢଙ୍ଗରେ ଜନ୍ମଦିନ ପାଳିଲେ ବ୍ରହ୍ମପୁରର ଫ୍ୟାନ ପିଣ୍ଟୁ - ବ୍ରହ୍ମପୁର ଖବର

32 ବର୍ଷରେ ପାଦ ଥାପିଛନ୍ତି ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲି । ଏହି ଅବସରରେ ଦେଶବ୍ୟାପୀ ଥିବା ତାଙ୍କ ଫ୍ୟାନ୍ସ ଓ ଫଲୋୟର୍ସମାନେ ବିରାଟଙ୍କୁ ଶୁଭେଚ୍ଛା ଜଣାଉଥିବାବେଳେ ଓଡିଶା ତଥା ବ୍ରହ୍ମପୁରରେ ଥିବା ତାଙ୍କର ଜଣେ ବଡ ଫ୍ୟାନ ପିଣ୍ଟୁ ବେହେରା ନିଆରା ଢଙ୍ଗରେ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି । ଅଧିକ ପଢନ୍ତୁ...

ନିଆରା ଢଙ୍ଗରେ ବିରାଟ କୋହଲିଙ୍କ ଜନ୍ମଦିନ ପାଳିଲେ ବ୍ରହ୍ମପୁରର ବଏ ପିଣ୍ଟୁ

author img

By

Published : Nov 5, 2020, 1:19 PM IST

Updated : Nov 5, 2020, 3:54 PM IST

ବ୍ରହ୍ମପୁର: ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲିଙ୍କ ଆଜି ଜନ୍ମଦିନ । 32 ବର୍ଷରେ ପାଦ ଥାପିଛନ୍ତି ଏହି ମହାନ କ୍ରିକେଟର । ଏହି ଅବସରରେ ଦେଶବ୍ୟାପୀ ଥିବା ତାଙ୍କ ଫ୍ୟାନ୍ସ ଓ ଫଲୋୟର୍ସମାନେ ବିରାଟଙ୍କୁ ଶୁଭେଚ୍ଛା ଜଣାଉଥିବାବେଳେ ଓଡିଶା ତଥା ବ୍ରହ୍ମପୁରରେ ଥିବା ତାଙ୍କର ଜଣେ ବଡ ଫ୍ୟାନ ପିଣ୍ଟୁ ବେହେରା ନିଆରା ଢଙ୍ଗରେ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି ।

32 ବର୍ଷରେ ରନମେସିନ, ନିଆରା ଢଙ୍ଗରେ ଜନ୍ମଦିନ ପାଳିଲେ ବ୍ରହ୍ମପୁରର ଫ୍ୟାନ ପିଣ୍ଟୁ

ପିଣ୍ଟୁ ନିଜ ସାଙ୍ଗସାଥୀଙ୍କ ସହ ରାସ୍ତା ଉପରେ ବିରାଟଙ୍କ ନାଁରେ କେକ କାଟିଛନ୍ତି । ଏଥିସହ ତାଙ୍କର ଏକ ବଡ ବ୍ୟାନର ମଧ୍ୟ ଘରର ଛାତ ଉପରେ ଲଗାଇଛନ୍ତି । ପ୍ରକାଶ ଥାଉ କି, ଗତବର୍ଷ ବିଶାଖାପାଟନମ୍‌ ଟେଷ୍ଟ ପୂର୍ବରୁ ବିରାଟଙ୍କୁ ଭେଟିଥିଲେ ପିଣ୍ଟୁ । ସେହି ସମୟରେ ତାଙ୍କୁ ଦେଖି ବିରାଟ ଆଶ୍ଚର୍ଯ୍ୟ ହୋଇପଡିଥିଲେ । କାରଣ ପିଣ୍ଟୁଙ୍କ ଦେହ ସାରା ରହିଛି ବିରାଟଙ୍କ ଟାଟୁ । ତାଙ୍କ ନାମ, ଜର୍ସି ନମ୍ବର ଓ ବିରାଟଙ୍କ ପ୍ରତିଟି ସଫଳତାକୁ ନିଜ ଦେହରେ ଟାଟୁ କରିଛନ୍ତି ସେ ।

ତେବେ ପିଣ୍ଟୁ ପ୍ରତିବର୍ଷ ବିରାଟଙ୍କ ଜନ୍ମଦିନକୁ ନିଜ ଘରେ ପାଳନ କରୁଥିବା ବେଳେ ଚଳିତବର୍ଷ କୋଭିଡ କଟକଣା ଯୋଗୁଁ ନିଜେ ରହୁଥିବା ଘର ସମୁଖରେ ୨୦ ଫୁଟ ଉଚ୍ଚତାର ପୋଷ୍ଟର ଲଗାଇବା ସହିତ ସହରର କ୍ରୀଡାବିତ୍ ଏବଂ ବିଭିନ୍ନ ଫ୍ୟାନଙ୍କୁ ନେଇ ଏଭଳି ଆୟୋଜନ କରିଛନ୍ତି । ଏଭଳି ସେଲିବ୍ରେସନକୁ ନେଇ ଓଡିଆ ବୟ ତଥା ବିରାଟଙ୍କ ଅଫିସିଆଲ୍ସ ଫ୍ୟାନ୍‌ ଏବଂ ଅନ୍ୟ ଫ୍ୟାନ ମଧ୍ୟ ବେଶ ଖୁସି ଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Nov 5, 2020, 3:54 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.