ETV Bharat / city

ପର୍ଯ୍ୟଟକଙ୍କ ପାଇଁ ପୂଜା ସ୍ପେଶାଲ, ଗଞ୍ଜାମରେ ବଙ୍ଗାଳୀ ଫୁଡ୍ ଫେଷ୍ଟିଭାଲ - ବଙ୍ଗାଳୀ ଫୁଡ୍ ଫେଷ୍ଟିଭାଲ

ଶାରଦୀୟ ପୂଜାକୁ ଦୃଷ୍ଟିରେ ରଖି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ବ୍ରହ୍ମପୁରର ଏକ ରିସୋର୍ଟରେ ସ୍ବତନ୍ତ୍ର ଭାବରେ ଆୟୋଜିତ କରାଯାଇଛି ବଙ୍ଗାଳୀ ଫୁଡ୍ ଫେଷ୍ଟିଭାଲ । ଅଧିକ ପଢନ୍ତୁ...

ଗଞ୍ଜାମରେ ବଙ୍ଗାଳି ଫୁଡ୍ ଫେଷ୍ଟିଭାଲ
ଗଞ୍ଜାମରେ ବଙ୍ଗାଳି ଫୁଡ୍ ଫେଷ୍ଟିଭାଲ
author img

By

Published : Oct 9, 2021, 8:59 PM IST

ବ୍ରହ୍ମପୁର: ଗତ ଦୁଇ ବର୍ଷ ଧରି କୋଭିଡ ମହାମାରୀକୁ ଯୋଗୁଁ ନିଜ ଘର ମଧ୍ୟରେ ରହିଆସୁଥିବା ପର୍ଯ୍ୟଟକଙ୍କୁ ଶାରଦୀୟ ପୂଜାରେ ଆକୃଷ୍ଟ କରିବା ପାଇଁ ଭିନ୍ନ ପ୍ରୟାସ ।

ସ୍ବସ୍ତି ଚିଲିକା ରିସୋର୍ଟରେ ସ୍ବତନ୍ତ୍ର ଭାବରେ ଆୟୋଜିତ କରାଯାଇଛି ବଙ୍ଗାଳୀ ଫୁଡ୍ ଫେଷ୍ଟିଭାଲ । ଓଡ଼ିଆ ଏବଂ ବଙ୍ଗଳାର ମିଶ୍ରଣରେ ରହିଥିବା ଅନେକ ସୁସ୍ବାଦୁ ଖାଦ୍ୟ ରହିଛି ଏହି ଫେଷ୍ଟିଭାଲର ଅନ୍ୟତମ ଆକର୍ଷଣ ।

ବଙ୍ଗାଳୀମାନଙ୍କ ପ୍ରିୟ ମାଛେର ଖୋଲ, ସରଷେ ଇଲିସ, କଷା ମାଂସ, ଚିଲିକା ଚିଙ୍ଗୁଡ଼ି, କାଙ୍କଡା, ଖଇଙ୍ଗା ଭଳି ଅନେକ ମାଛ ସାଙ୍ଗଙ୍କୁ ସୁସ୍ବାଦୁ ଆମିଷ ଓ ନିରାମିଷ ଭୋଜନର ଆୟୋଜନ ହୋଇଛି । ଏଥି ସହିତ ରସଗୋଲା, ମିଷ୍ଠି ଭଳି ଭିନ୍ନଭିନ୍ନ ମିଠା ସହିତ ଅନେକ ପ୍ରକାର ବ୍ୟଞ୍ଜନ ରହିଛି ଏହାର ଆକର୍ଷଣ । ଯାହାର ମଜ୍ଜା ନେଉଛନ୍ତି ଏଠାକୁ ଆସୁଥିବା ପର୍ଯ୍ୟଟକ ।

ଗଞ୍ଜାମରେ ବଙ୍ଗାଳି ଫୁଡ୍ ଫେଷ୍ଟିଭାଲ

ସେପଟେ ଫୁଡ୍ ଫେଷ୍ଟିଭାଲରେ ମୋଟ ୫୮ ପ୍ରକାର ବଙ୍ଗାଳୀ ଖାଦ୍ୟ ପ୍ରସ୍ତୁତ କରାଯାଇଛି। ଉଭୟ ବଙ୍ଗ ଏବଂ ଓଡ଼ିଶା ବାସୀଙ୍କ ମନପସନ୍ଦର ସମସ୍ତ ଖାଦ୍ୟ ରହିଥିବାରୁ ଏହା ସମସ୍ତଙ୍କ ପାଇଁ ରୁଚିକର ହେବ ବୋଲି କହିଛନ୍ତି ରିସର୍ଟ କର୍ତ୍ତୃପକ୍ଷ ।

ଏପରିକି ସମସ୍ତ ବର୍ଗର ଲୋକଙ୍କୁ ସୁହାଇଲା ଭଳି ଦର ଧାର୍ଯ୍ୟ କରାଯାଇଛି । ଏଠାରୁ ପାର୍ସଲ ମଧ୍ୟ ନେବାର ବ୍ୟବସ୍ଥା କରାଯାଇଛି । ଏହି ଫେଷ୍ଟିଭାଲ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଜାରି ରହିବ ।

ରାଜଧାନୀ ଭୁବନେଶ୍ଵରରୁ ବ୍ରହ୍ମପୁର ଆସିବା ରାସ୍ତାର ଖଲ୍ଲିକୋଟ ନିକଟବର୍ତ୍ତୀ ଓଡ଼ିଆ ଆଲପୁର ନିକଟବର୍ତ୍ତୀ ଚିଲିକା କୂଳରେ ସ୍ଥାପନ ହୋଇଥିବା ଏହି ରିସୋର୍ଟରେ ଚଳିତ ବର୍ଷ ଆରମ୍ଭ ହୋଇଥିବା ବଙ୍ଗାଳୀ ଫୁଡ୍ ଫେଷ୍ଟିଭାଲ ସମସ୍ତଙ୍କ ପସନ୍ଦ ହେବ ବୋଲି ଆଶା କରାଯାଉଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.