ETV Bharat / city

ଡେଙ୍ଗୁ, ମ୍ୟାଲେରିଆରୁ ବଞ୍ଚିବା ପାଇଁ ଆରମ୍ଭ ହେଲା ସଚେତନତା ଯାତ୍ରା - ଡେଙ୍ଗୁ

ଲଗାଣ ବର୍ଷା ପରେ ଗ୍ରାମଞ୍ଚଳରେ ଏବେ ଜଳଜନିତ ରୋଗକୁ ନେଇ ବଢୁଛି ଚିନ୍ତା । ଯେଉଁଥିପାଇଁ ଜନସାଧାରଣଙ୍କୁ ସଚେତନ କରାଇବା ପାଇଁ ଆଗେଇ ଆସିଛନ୍ତି ସ୍ଥାନୀୟ ସରପଞ୍ଚ ନିଳିମା ବିଷୋୟୀ ଏବଂ ପୁରଷୋତ୍ତମପୁର ବ୍ଲକସ୍ଥିତ ସମା ଗ୍ରାମ ପଞ୍ଚାୟତରେ ଆରମ୍ଭ ହୋଇଛି ସଚେତନତା ଯାତ୍ରା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର
author img

By

Published : Aug 8, 2019, 6:42 AM IST

ବ୍ରହ୍ମପୁର: ଲଗାଣ ବର୍ଷା ପରେ ଗ୍ରାମଞ୍ଚଳରେ ଏବେ ଜଳଜନିତ ରୋଗକୁ ନେଇ ବଢୁଛି ଚିନ୍ତା । ଯେଉଁଥିପାଇଁ ଜନସାଧାରଣଙ୍କୁ ସଚେତନ କରାଇବା ପାଇଁ ଆଗେଇ ଆସିଛନ୍ତି ସ୍ଥାନୀୟ ସରପଞ୍ଚ ନିଳିମା ବିଷୋୟୀ । ତାଙ୍କ ସଭାପତିତ୍ବରେ ଆଶା ଓ ଅଙ୍ଗନବାଡି କର୍ମୀମାନେ ଏକତ୍ରିତ ହୋଇ ପୁରଷୋତ୍ତମପୁର ବ୍ଲକସ୍ଥିତ ସମା ଗ୍ରାମ ପଞ୍ଚାୟତରେ ଏକ ସଚେତନତା ଯାତ୍ରାର ଆୟୋଜନ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ଏହି ସଚେତନତା ଯାତ୍ରାରେ ଡେଙ୍ଗୁ , ମ୍ୟାଲେରିଆ ଓ ଡାଇରିଆକୁ ନେଇ ସଚେତନତା ବାର୍ତ୍ତା ବଣ୍ଟାଯାଇଛି । ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ଏହି ପ୍ରୟାସକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ଃ ବିଜୟ କୁମାର ପାଣିଗ୍ରାହୀ ଉଦଘାଟନ କରିଥିଲେ । ଏଥିସହ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ନେହଲତା ପଣ୍ଡା ପ୍ରମୁଖ ସଚେତନତା ଯାତ୍ରାରେ ଉପସ୍ଥିତ ରହି ଡେଙ୍ଗୁ , ମ୍ୟାଲେରିଆ ଓ ଡାଇରିଆଠାରୁ ଦୂରେଇ ରହିବା ପାଇଁ ବିଭିନ୍ନ ପରାମର୍ଶ ଦେଇଥିଲେ ।

ଏହି ଅବସରରେ ସମା ପ୍ରାଥମିକ ସ୍ବାସ୍ଥକେନ୍ଦ୍ର ଅଧୀନସ୍ଥ ଗ୍ରାମର ମହିଳାମାନଙ୍କୁ ଏକତ୍ରିତ କରାଯିବା ସହ ବିଶ୍ବ ସ୍ତନ୍ୟପାନ ସପ୍ତାହ ଅବସରରେ ନବଜନ୍ମିତ ଶିଶୁକୁ ମା’ର କ୍ଷୀର ଦେବାକୁ ପରାମର୍ଶ ଦିଆଯାଇଥିଲା । ସ୍ଥାନୀୟ ସରପଞ୍ଚ ନିଳିମା ବିଷୋୟୀଙ୍କ ସଭାପତିତ୍ବରେ ଆଯୋଜିତ ଏହି କାର୍ଯ୍ୟକ୍ରମରେ ସ୍ବାସ୍ଥକେନ୍ଦ୍ରର ଚିକିତ୍ସାଧିକାରୀ ଡ଼ଃ ରବିନ୍ଦ୍ରନାଥ ଗନ୍ତାୟତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

କାର୍ଯ୍ୟକ୍ରମରେ ଆଶା ଓ ଅଙ୍ଗନାବାଡି କର୍ମୀଙ୍କ ସମେତ ମହିଳା ସ୍ବୟଂ ସହାୟକ ସଂଘର କର୍ମକର୍ତ୍ତାମାନେ ମଧ୍ୟ ଉପସ୍ଥିତ ରହିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:ଲଗାଣ ବର୍ଷା ପରେ ଗ୍ରାମଞ୍ଚଳର ଜନସାଧାରଣ ଙ୍କୁ ଡେଙ୍ଗୁ ,ମ୍ୟାଲେରିଆ ଓ ଡାଇରିଆକୁ ନେଇ ସଚେତନତା ଆରମ୍ଭ କରିଛି ସ୍ୱାସ୍ଥ୍ୟ ବିଭାଗ । ଗଞ୍ଜାମ ଜିଲ୍ଲାର ପୁରଷୋତ୍ତମପୁର ବ୍ଲକ ସ୍ଥିତ ସମା ଗ୍ରାମପଞ୍ଚାୟତରେ ସଚେତନତା ଶୋଭାଯାତ୍ରା କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ବିଜୟ କୁମାର ପାଣିଗ୍ରାହୀ ଉଦଘାଟନ କରିଥିବା ବେଳେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ନେହଲତା ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଡେଙ୍ଗୁ ,ମ୍ୟାଲେରିଆ ଓ ଡାଇରିଆ ଠାରୁ ଦୂରେଇ ରହିବା ପାଇଁ ବିଭିନ୍ନ ପରାମର୍ଶ ପ୍ରଦାନ କରିଥିଲେ । ଏହି ଅବସରରେ ସମା ପ୍ରାଥମିକ ସ୍ୱାସ୍ଥକେନ୍ଦ୍ର ଅଧିନସ୍ଥ ଗ୍ରାମର ମହିଳା ମାନଙ୍କୁ ଏକତ୍ରିତ କରାଯିବା ସହ ବିଶ୍ୱ ସ୍ତନ୍ୟପାନ ସପ୍ତାହ ଅବସରରେ ଜନ୍ମିତ ଶିଶୁ କୁ ମାଆର ଖିର ପ୍ରଦାନ କରିବାକୁ ବୁଝାଯାଇଥିଲା । ଏହି ଅବସରରେ ସ୍ଥାନୀୟ ସରପଞ୍ଚ ନିଳିମା ବିଷୋୟୀ ଙ୍କ ସଭାପତିତ୍ୱରେ ଆଯୋଜିତ କାର୍ଯ୍ୟକ୍ରମରେ ସ୍ୱାସ୍ଥକେନ୍ଦ୍ର ର ଚିକିତ୍ସାଧିକାରୀ ଡା.ରବିନ୍ଦ୍ର ନାଥ ଗନ୍ତାୟତ କାର୍ଯ୍ୟକ୍ରମ ପରିଚାଳନ୍ନା କରିଥିଲେ । ଏଥିରେ ଆଶା , ଅଙ୍ଗନାୱାଡି କର୍ମୀ ,ମହିଳା ସ୍ୱୟଂ ସହାୟକ ସଂଙ୍ଘ ର କର୍ମକର୍ତ୍ତା ମାନେ ଉପସ୍ଥିତ ରହିଥିଲେ । Body:ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ..Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.