ETV Bharat / city

କୋରୋନା ବୁଡାଉଛି ରୋଜଗାର: ରାସ୍ତାରେ ଗଡୁନି ଟ୍ୟାକ୍ସି କି ଅଟୋ - livelihood affected due to corona

କୋରୋନା ଦୋହଲାଇ ଦେଇଛି ଜୀବନ ଜୀବିକା । ଲକଡାଉନ ରାଜ୍ୟରେ ଲାଗୁ ହୋଇଥିବାରୁ ଅଟୋ ଓ କାର ଚାଳକଙ୍କ ବେପାର ମାନ୍ଦା । ଆସୁନାହାଁନ୍ତି ଯାତ୍ରୀ । ହେଉନି ରୋଜଗାର । ଅଧିକ ପଢନ୍ତୁ...

auto and taxi driver livelihood affected due to lockdown in berhampur
କୋରୋନା ବୁଡାଉଛି ରୋଜଗାର: ରାସ୍ତାରେ ଗଡୁନି ଟ୍ୟାକ୍ସି କି ଅଟୋ
author img

By

Published : May 8, 2021, 2:52 PM IST

ବ୍ରହ୍ମପୁର : କୋରୋନା ଦୋହଲାଇ ଦେଇଛି ଜୀବନ ଜୀବିକା । କାହାର ଚାକିରି ଯାଇଛି ତ ଆଉ କାହାର ବେଉସା ବୁଡିଛି । ପ୍ରବାସୀ କାମ ଛାଡି ଘରେ ବସିଛି । ଲକଡାଉନ ଯୋଗୁଁ ଆଉ କେତେକଙ୍କ ଘରେ ଚୁଲି ବି ଜଳୁନି । ଏ-ହେଉଛନ୍ତି ବ୍ରହ୍ମପୁର ସହରର ଦଳୁଆ ସାହିର ଅଟୋ ଚାଳକ କେ.ସତ୍ୟନାରାୟଣ । ଗତବର୍ଷ ଫାଇନାସ୍ସରେ ଅଟୋଟିଏ କିଣିଥିଲେ । ଏଥିରୁ ଯାହା ଦି ପଇସା ରୋଜଗାର ହୁଏ । ସେଥିରେ ତାଙ୍କ ତିନି ପ୍ରାଣୀ ଚଳନ୍ତି । କିନ୍ତୁ ଲକଡାଉନ ଲାଗୁ ହୋଇଥିବାରୁ ତାଙ୍କର ଅଟୋ ଷ୍ଟାଣ୍ତରେ କେବଳ ରହୁଛି । ଯାତ୍ରୀମାନେ ଆସୁ ନଥିବାରୁ ଦିନକୁ 100 ଟଙ୍କା ବି ହେଉନି । ଗାଡିର ଫାଇନାସ୍ ଅର୍ଥ ମାସିକ ଚାରି ହଜାର ଟଙ୍କା । କିନ୍ତୁ ରୋଜଗାର ହେଉ ନଥିବାରୁ ପ୍ରତ୍ୟେକ ମାସରେ ଜମା କରିପାରୁନାହାନ୍ତି । ସେହିପରି ଅନ୍ୟଜଣେ ଅଟୋ ଚାଳକ କଲ୍ୟାଣ ପାତ୍ରଙ୍କ ମଧ୍ୟ ସମାନ ଅଭିଯୋଗ । ରୋଗୀଟିଏ ମିଳିଲେ ମେଡିକାଲକୁ ନେଇକି ଆସୁଛୁ । କିନ୍ତୁ ପାସେଞ୍ଜର ଆସୁ ନଥିବାରୁ ଭଡା ହେଉନି ।

କୋରୋନା ବୁଡାଉଛି ରୋଜଗାର: ରାସ୍ତାରେ ଗଡୁନି ଟ୍ୟାକ୍ସି କି ଅଟୋ
ଅନ୍ୟପଟେ କାର ଚାଳକଙ୍କର ମଧ୍ୟ ସମାନ ଅବସ୍ଥା । ଗାଡି ଗୁଡିକ ଟ୍ୟାକ୍ସି ଷ୍ଟାଣ୍ତରେ ଆଣି ରଖୁଛନ୍ତି । ଆଗପରି ଯାତ୍ରୀମାନେ ଆସୁ ନାହାଁନ୍ତି କି ବେପାର ଦି ପଇସା ବି ହେଉନି । ଗାଡିର ବୀମା ଠାରୁ ଆରମ୍ଭ କରି ସମସ୍ତ ପ୍ରକାର ରୋଡ ଟ୍ୟାକ୍ସ , ଫିଟେନସ୍ ଏବଂ ପରମିଟ୍ ଜମା କରିବାକୁ ପଡୁଛି । ଏଥିରେ କିଛି କୋହଳ କରାଗଲା ଅନେକ ସହାୟତା ହୋଇପାରନ୍ତା ବୋଲି ଅନେକ ମତବ୍ୟକ୍ତ କରିଛନ୍ତି । ଗୋଟିଏପଟେ ଗାଡି ଚାଳକମାନେ କ୍ଷତି ସହୁଥିବା ବେଳେ ପ୍ରଶାସନ କି ସରକାରଙ୍କ ପକ୍ଷରୁ କୈଣସି ସହାୟତା ମିଳୁନି। ସେପଟେ, ଜୀବନ ଓ ଜୀବିକାକୁ ଗୁରୁତ୍ବ ଦିଆଯାଉଥିବା କହିଛନ୍ତି ବ୍ରହ୍ମପୁର ମହାନଗର ନିଗମର କମିଶନର । ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ , ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.