ETV Bharat / city

କୋଭିଡ ହସ୍ପିଟାଲରେ ସାବିତ୍ରୀ ପୂଜା; ଘରଠୁ ଦୂରରେ ରହି ବି ବ୍ରତ ପାଳିଲେ ମହିଳା

ବ୍ରହ୍ମପୁରର ଏକ କୋଭିଡ ହସ୍ପିଟାଲରେ ଚିକିତ୍ସିତ ମହିଳାଙ୍କ ପାଇଁ ସାବିତ୍ରୀ ପୂଜା କରାଇ ଶଙ୍ଖା ଓ ସିନ୍ଦୁର ପିନ୍ଧାଇଛନ୍ତି ନର୍ସ । ଯାହାକୁ ବେଶ ପ୍ରଶଂସା କରାଯାଇଛି । ଅଧିକ ପଢନ୍ତୁ...

author img

By

Published : Jun 11, 2021, 7:52 AM IST

କୋଭିଡ ହସ୍ପିଟାଲରେ ସାବିତ୍ରୀ ପୂଜା
କୋଭିଡ ହସ୍ପିଟାଲରେ ସାବିତ୍ରୀ ପୂଜା

ବ୍ରହ୍ମପୁର: କୋରୋନାରେ ଆକ୍ରାନ୍ତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ଆକ୍ରାନ୍ତଙ୍କ ମନୋବଳ ବଢାଇବାକୁ ଅନେକ ହସ୍ପିଟାଲରେ ଡାକ୍ତରଙ୍କ ପକ୍ଷକୁ ଉଦ୍ୟମ କରାଯାଇଥିବା ନଜରକୁ ଆସିଛି । ଡାକ୍ତରଖାନାରେ ସାବିତ୍ରୀ ବ୍ରତ ପାଳିବା ପ୍ରଥମଥର ପାଇଁ ଦେଖିବାକୁ ମିଳିଛି । ଓଡିଆ ସଧବା ନାରୀର ସବୁଠୁ ବଡ ଦିନ ହେଉଛି ସାବିତ୍ରୀ ବ୍ରତ । ବ୍ରହ୍ମପୁରର ଏକ କୋଭିଡ ହସ୍ପିଟାଲରେ ଚିକିତ୍ସିତ ମହିଳାଙ୍କ ପାଇଁ ସାବିତ୍ରୀ ପୂଜା କରାଯିବା ସହିତ ସେମାନଙ୍କୁ ଶଙ୍ଖା ଓ ସିନ୍ଦୁର ପିନ୍ଧା ଯାଇଛି । ଯାହାକୁ ବେଶ ପ୍ରଶଂସା କରାଯାଇଛି ।

କୋଭିଡ ହସ୍ପିଟାଲରେ ସାବିତ୍ରୀ ପୂଜା

ଘରଠୁ ଦୂର ପରିବାରଠୁ ଦୂରରେ ରହି ଯେପରି କେହି ଦୁଃଖୀ ମନେ ନ କରନ୍ତୁ ସେ ନେଇ ଡାକ୍ତରଖାନାରେ ରୋଗୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରଯାଉଛି । ଚଳିତ ବର୍ଷ ସାବିତ୍ରୀରେ କୋରୋନାରେ ଆକ୍ରାନ୍ତ ମହିଳା ଯେପରି ବ୍ରତ ପାଳିବାରୁ ବଞ୍ଚିତ ନ ହୁଅନ୍ତି ସେ ନେଇ ଡାକ୍ତରଖାନାରେ ପୂଜା କରାଯାଇଛି । ବ୍ରହ୍ମପୁର ସହରର ଡେଡିକେଟେଡ୍ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ମହିଳା ରୋଗୀମାନଙ୍କୁ ସାବିତ୍ରୀ ପୂଜା କରାଇ ଶଙ୍ଖା ଓ ସିନ୍ଦୁର ପିନ୍ଧାଇଛନ୍ତି କାର୍ଯ୍ୟରତ ନର୍ସ ।

ଏପରିକି କେତେକ ମହିଳାଙ୍କୁ ପରିବାର ସହ ଭିଡିଓ କଲ କରି କଥାବାର୍ତ୍ତା କରାଇଛନ୍ତି । ଯାହାର ଭିଡିଓକୁ ପ୍ରଶାସନ ପକ୍ଷରୁ ଗଣମାଧ୍ୟମକୁ ପ୍ରଦାନ କରାଯାଇଛି । ଡାକ୍ତରଖାନା ପକ୍ଷକୁ ଏପରି କାର୍ଯ୍ୟକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.