ETV Bharat / city

ଘରେ ପଶି ମହିଳାଙ୍କୁ ହତ୍ୟା ମାମଲା, ଅଭିଯୁକ୍ତ ଗିରଫ

ଗଞ୍ଜାମରେ ମହିଳାଙ୍କୁ ଘରେ ପଶି ହତ୍ୟା ଘଟଣା । ଅଭିଯୁକ୍ତ ଗିରଫ । ଅଧିକ ପଢନ୍ତୁ

author img

By

Published : Mar 1, 2022, 2:05 PM IST

ଘରେ ପଶି ମହିଳାଙ୍କୁ ହତ୍ୟା ମାମଲା, ଅଭିଯୁକ୍ତ ଗିରଫ
ଘରେ ପଶି ମହିଳାଙ୍କୁ ହତ୍ୟା ମାମଲା, ଅଭିଯୁକ୍ତ ଗିରଫ

ବ୍ରହ୍ମପୁର: ଗଞ୍ଜାମରେ ମହିଳାଙ୍କୁ ଘରେ ପଶି ହତ୍ୟା ଘଟଣା । ବନ୍ଧା ହେଲା ଅଭିଯୁକ୍ତ । ଅଭିଯୁକ୍ତ ବଳରାମ ସାହୁ ଓରଫ ବଳିଆକୁ ଗିରଫ କରିଛି ପୋଲିସ । ତା' ଠାରୁ ହତ୍ୟାରେ ବ୍ୟବହୃତ ଛୁରୀକୁ ପୋଲିସ ଜବତ କରିବା ସହ ହତ୍ୟା ପରେ ମୃତ ମହିଳାଙ୍କ ଠାରୁ ସେ ନେଇ ଯାଇଥିବା ମୋବାଇଲ ଫୋନକୁ ମଧ୍ୟ ଜବତ କରାଯାଇଛି । ଗତ ୨୪ ତାରିଖ ସନ୍ଧ୍ୟାରେ ସହର ଉପକଣ୍ଠ ସଦର ଥାନା ଅନ୍ତର୍ଗତ ଅଳକାପୁରୀ ଅଞ୍ଚଳରେ ଘଟିଥିଲା ଏହି ଜଘନ୍ୟ ହତ୍ୟାକାଣ୍ଡ । ଘରେ ସୁରଜା ବେହେରା ଏକାକୀ ଥିବାବେଳେ ଚୋରି ଉଦ୍ଦେଶ୍ୟରେ ତାଙ୍କୁ ହତ୍ୟା କରିଥିଲା ବଳରାମ ।

ଏହାମଧ୍ୟ ପଢନ୍ତୁ:ଘରେ ପଶି ମହିଳାଙ୍କୁ ବିଭତ୍ସ ହତ୍ୟା, କାରଣ ଖୋଜୁଛି ପୋଲିସ

ଅଭିଯୁକ୍ତର ଘର କବିସୂର୍ଯ୍ୟନଗର ଥାନା ଅଞ୍ଚଳର ବୋଇରାଣୀ ଦେଶୀବେହେରା ସାହି ବୋଲି ଜଣାପଡିଛି । ସେ ମୃତକ ମହିଳାଙ୍କ ଘରକୁ ଆଲମିରାର ତାଲା ଚାବି ମରାମତି କରିବା ପାଇଁ ଘଟଣା ଦିନ ଯାଇଥିଲା । ସେଠାରୁ ଫେରିବା ପରେ ସନ୍ଧ୍ୟାରେ ପୁଣି ଚୋରି କରିବା ଉଦ୍ଦେଶ୍ୟରେ ଘର‌ ମଧ୍ୟରେ ପଶିଥିଲା । ସୁରଜା ବେହେରା ଚୋରି ସମ୍ପର୍କରେ ପୋଲିସକୁ କହିଦେବା ପାଇଁ ଧମକ ଦେବାରୁ ସେ ମହିଳାଙ୍କ ରୋଷେଇ ଘରୁ ଛୁରୀ ଆଣି ଏପରି କାଣ୍ଡ ଘଟାଇଥିବା ପୋଲିସ ତଦନ୍ତରୁ ଜଣାପଡିଛି । ଏନେଇ ବ୍ରହ୍ମପୁର ଏସପି ସୂଚନା ଦେଇଛନ୍ତି । ତେବେ ଆବଶ୍ୟକ ପଡିଲେ ଅଭିଯୁକ୍ତକୁ ରିମାଣ୍ଡ ଅଣାଯିବ ବୋଲି ଏସପି କହିଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.