ବ୍ରହ୍ମପୁର: ଦିବ୍ୟାଙ୍ଗ ମହିଳାଙ୍କ ତଣ୍ଟି କାଟି ହତ୍ୟା । ଏଭଳି ଏକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲାର ଶେରଗଡ଼ ବ୍ଲକ ଅନ୍ତର୍ଗତ ସୁନାତର ଓ ସୁବଳୟାପଲ୍ଲୀ ଶଙ୍ଖ ନିକଟରେ । ସ୍ଥାନୀୟ ଅଞ୍ଚଳରେ ରହିଥିବା ଯାତ୍ରୀ ବିଶ୍ରାମଗାରରେ ଜଣେ ମହିଳାଙ୍କ ମୃତ୍ୟୁଦେହ ପଡ଼ିଥିବାର ଦେଖିବାକୁ ମିଳିଥିବାବେଳେ ମହିଳାଙ୍କ ଗଳା କାଟି ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଛି ।
ମହିଳା ଜଣକ ଡେଙ୍ଗାପରର ମାର୍କଣ୍ଡ ନାଇକଙ୍କ ସ୍ତ୍ରୀ ମଞ୍ଜୁଳା ନାଇକ । ସେ ଜଣେ ମାନସିକ ବିକୃତ ରହିଥିବାବେଳେ ଗତକାଲି ରାତିରେ ଏହି ଘଟଣା ଘଟିଥିବା ସୂଚନା ରହିଛି ।
ଘଟଣାସ୍ଥଳରେ ଗଞ୍ଜାମ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିଜୟ କୁମାର ମଲ୍ଲିକ, ଆସିକା ପୋଲିସ ଉପଖଣ୍ଡ ଅଧିକାରୀ ଉମାଶଙ୍କର ସିଂ, ଶେରଗଡ଼ ଥାନା ଭାରପ୍ରାପ୍ତ ଅଧିକାରୀ ମମତା ସାମନ୍ତରାୟ ଓ ପୋଲିସ ଟିମ୍ ଓ ସାଇଣ୍ଟିଫି ଟିମ ପହଞ୍ଚି ସରଜମିନ ତଦନ୍ତ କରିବା ସହ ମୃତ ମଞ୍ଜୁଳାଙ୍କ ମୃତଦେହକୁ ଜବତ କରିଛି । ମଞ୍ଜୁଳାଙ୍କ ସ୍ୱାମୀ ମାର୍କଣ୍ଡ ନାୟକଙ୍କୁ ହତ୍ୟା କରିଥିବା ସନ୍ଦେହରେ ଶେରଗଡ଼ ପୋଲିସ ଥାନାରେ ଅଟକ ରଖିଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ