ETV Bharat / city

ଗଞ୍ଜାମରେ ହିଂସା, ପଡୋଶୀ ଆକ୍ରମଣରେ ବୃଦ୍ଧ ମୃତ - killed

ଗଞ୍ଜାମରେ ହିଂସା। ପଡୋଶୀଙ୍କ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ। ପାରିବାରିକ କଳହକୁ କେନ୍ଦ୍ର କରି 2 ପେଡାଶୀଙ୍କ ମଧ୍ୟରେ ବିବାଦ ଲାଗିରହିଥିଲା। ଏହାର କରୁଣ ପରିଣତି ଗତକାଲି ରାତିରେ ଦେଖାଦେଇଛି।

ଫଟୋ ସୌଜନ୍ୟ-ସମ୍ବାଦଦାତା , ବ୍ରହ୍ମପୁର
author img

By

Published : Apr 16, 2019, 8:32 PM IST

ବ୍ରହ୍ମପୁର: ଗଞ୍ଜାମରେ ହିଂସା। ପଡୋଶୀଙ୍କ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ। ସୋମବାର ରାତିରେ ଏଭଳି ଅଭାବନୀୟ ଘଟଣା ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ଶାଳବଣ ଗ୍ରାମରେ ଘଟିଛି। ମୃତ ଆଦିକନ୍ଧ ଦେଓଙ୍କ ପୁଅ ମହେନ୍ଦ୍ର ଦେଓ ଏ ନେଇ କୋଦଳା ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଏକ ମାମଲା ରୁଜୁ କରି 2 ଜଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି।

ପାରିବାରିକ କଳହକୁ କେନ୍ଦ୍ର କରି 2 ପେଡାଶୀଙ୍କ ମଧ୍ୟରେ ବିବାଦ ଲାଗିରହିଥିଲା। ଏହାର କରୁଣ ପରିଣତି ଗତକାଲି ରାତିରେ ଦେଖାଦେଇଛି ।

ସୂଚନା ମୁତାବକ, ଶାଳବଣ ଗାଁର ଆଦିକନ୍ଧ ଦେଓ ପରିବାର ସହ ଘରେ ଥିଲେ । ଏହି ସମୟରେ ପଡୋଶୀ ପରିବାରର ସଂପର୍କୀୟ ଡାକ ଦେଓ ଏବଂ ତାଙ୍କ ପତ୍ନୀ ରଞ୍ଜୁ ଦେଓ, ଦୁଇ ପୁଅ ଜୁଗୁନି ଓ ମିଥୁନ୍ ଆସି ଏକ ସାମାନ୍ୟ ବିଷୟକୁ ନେଇ ପାଟିତୁଣ୍ଡ କରିଥଲେ। ଏଥିସହ ଆଦିକନ୍ଧଙ୍କ ପରିବାର ଉପରେ ଆକ୍ରମଣ କରିଥିଲେ।

ଏତିକି ସମୟରେ ଘରେ ଥିବା ଆଦିକନ୍ଧ ଆସି ପ୍ରତିରୋଧ କରିଥିଲେ । ଏଥିରେ ଉତ୍ୟକ୍ତ ହୋଇ ପଡୋଶୀ ପରିବାର ବୃଦ୍ଧଙ୍କୁ ଅକସ୍ମାତ ଆକ୍ରମଣ କରିଥିଲେ। ଏଥିରେ ସେ ସଂଜ୍ଞାହୀନ ଭାବରେ ପଡିଯାଇଥିବା ବେଳେ ପରିବାର ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ କୋଦଳା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

ଏ ନେଇ ମୃତକଙ୍କ ପୁଅ ମହେନ୍ଦ୍ର ଦେଓ କୋଦଳା ଥାନା ପୋଲିସ ନିକଟରେ ଲିଖିତ ଭାବେ ଅଭିଯୋଗ କରିବା ପରେ ପୋଲିସ ପହଞ୍ଚି ମୃତ ଦେହକୁ ଜବତ କରିଛି। ପୋଲିସ ଏକ ମାମଲା ରୁଜ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ବ୍ରହ୍ମପୁର ଏମ୍.କେ.ସି.ଜି ରେ ଶବକୁ ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରିଛି । ଏହି ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:Body:

gf

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.