ବ୍ରହ୍ମପୁର: ଥାନା ପରିସରରେ ଆତ୍ମହତ୍ୟା ଉଦ୍ୟମ । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ଥାନାରେ ଅଟକ ଥିବା ଜଣେ ବ୍ୟକ୍ତି ଆତ୍ମହତ୍ୟା କରିବାକୁ ଉଦ୍ୟମ କରି ଗୁରୁତର ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି ।
ଆତ୍ମହତ୍ୟା ଉଦ୍ୟମ କରିଥିବା ବ୍ୟକ୍ତି ଜଣକ ହେଲେ ଶିବ ପାତ୍ର । ସେ ୨୦୧୬ ମସିହାରେ ଏକ ହତ୍ୟା ମାମଲାରେ ସପୃକ୍ତଥିବା ପୋଲିସ ତଦନ୍ତରୁ ଜାଣିପାରି ଶିବଙ୍କୁ ବିଭିନ୍ନ ସ୍ଥାନରେ ଖୋଜୁଥିଲା ।
ତେବେ ସେ ନିଜ ଗ୍ରାମକୁ ଆସିଥିବା ଖବର ପାଇ ପୋଲିସ ଚଢ଼ାଉ କରିଥିଲା । ପୋଲିସ ଶିବକୁ ଥାନାକୁ ଆଣି ଅଟକ ରଖି ପଚରାଉଚରା କରୁଥିବା ସମୟରେ ସେ ଶୌଚାଳୟ ଯିବାର ବାହାନା କରି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପୋଲିସ ଜାଣିପାରି ଶିବଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲା ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ