ETV Bharat / city

ଗଞ୍ଜାମରେ ଡୋର ଟୁ ଡୋର ହେବ ସ୍ବାସ୍ଥ୍ୟ ଯାଞ୍ଚ ପ୍ରକ୍ରିୟା - a door-to-door health check-up process will start

ଆସନ୍ତାକାଲି(ସୋମବାର) ଠାରୁ ଦ୍ବିତୀୟ ପର୍ଯ୍ୟାୟରେ ଏହି ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଟୁଇଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି । ଏହାସହ ମୋଟ ୩.୫ ଲକ୍ଷ ପରିବାରକୁ ଏହି ଅବସରରେ ସ୍କ୍ରିନିଙ୍ଗ୍ କରାଯିବ ବୋଲି ଜଣାଯାଇଛି ।

Ganjam
ଗଞ୍ଜାମରେ ଡୋର ଟୁ ଡୋର ସ୍ବାସ୍ଥ୍ୟ ଯାଞ୍ଚ
author img

By

Published : Jun 7, 2020, 10:06 PM IST

Updated : Jun 7, 2020, 10:47 PM IST

ବ୍ରହ୍ମପୁର: ଗଞ୍ଜାମରେ ଦ୍ବିତୀୟ ପର୍ଯ୍ୟାୟରେ ଘରକୁ ଘର ବୁଲି ଆରମ୍ଭ ହେବ ସ୍ବାସ୍ଥ୍ୟ ଯାଞ୍ଚ ପ୍ରକ୍ରିୟା । ଆସନ୍ତାକାଲି(ସୋମବାର) ଠାରୁ ଦ୍ବିତୀୟ ପର୍ଯ୍ୟାୟରେ ଏହି ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଟୁଇଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି । ଏହାସହ ମୋଟ ୩.୫ ଲକ୍ଷ ପରିବାରକୁ ଏହି ଅବସରରେ ସ୍କ୍ରିନିଙ୍ଗ୍ କରାଯିବ ବୋଲି ଜଣାଯାଇଛି ।

ଗଞ୍ଜାମରେ ଡୋର ଟୁ ଡୋର ସ୍ବାସ୍ଥ୍ୟ ଯାଞ୍ଚ

ସେହି ସ୍ବାସ୍ଥ୍ୟ ପରୀକ୍ଷା ସମୟରେ କୋଭିଡ ସମ୍ବନ୍ଧୀୟ ଲକ୍ଷଣ ଏବଂ ହୋମ କ୍ବାରେଣ୍ଟାଇନ ସମ୍ପର୍କରେ ଅନୁଧ୍ୟାନ କରିବେ ଟିମ୍ । ଯାହାକୁ ଜିଲ୍ଲାବାସୀ ସହଯୋଗ କରିବାକୁ ଆହ୍ବାନ କରିଛନ୍ତି ଜିଲ୍ଲାପାଳ । ଗୋଟିଏ ଟିମରେ 4 ଜଣ ଲେଖାଏଁ କର୍ମଚାରୀ ରହିବା ସହ ପ୍ରତ୍ୟେକ ଘରକୁ ଘର ବୁଲି ଏହି ଟିମ ସ୍ବାସ୍ଥ୍ୟ ପରୀକ୍ଷା ଯାଞ୍ଚ କରିବା ସହ ହୋମ କ୍ବାରେଣ୍ଟାଇନରେ ରହିଥିବା ବ୍ୟକ୍ତିବିଶେଷଙ୍କ ସ୍ଥିତି ଅନୁଧ୍ୟାନ କରିବେ।

ମୁଖ୍ୟତଃ ଗଞ୍ଜାମ ଜିଲ୍ଲାକୁ ପଡୋଶୀ ରାଜ୍ୟରୁ ବହୁ ପ୍ରବାସୀ ଓଡିଆ ଆସିଥିବାରୁ ଜିଲ୍ଲାକୁ ଚଳିତ ମାସରେ ଅଧିକ ସତର୍କ ରହିବାକୁ ଆହ୍ବାନ କରାଯାଇଛି । ସେପଟେ କୋରୋନା ଉପରେ ନିୟନ୍ତ୍ରଣ ପାଇବା ପାଇଁ ସମସ୍ତେ ଅଧିକ ସତର୍କ ଓ ଯତ୍ନବାନ ହେବାକୁ ରହିବାକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ପରାମର୍ଶ ଦେଇଛନ୍ତି ।

ଜିଲ୍ଲାକୁ ପ୍ରାୟ ଦୁଇ ଲକ୍ଷରୁ ଉର୍ଦ୍ଧ୍ବ ପ୍ରବାସୀ ଫେରିଥିବାରୁ ଏହି ମାସଟି ସମସ୍ତଙ୍କ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ । ଏଣୁ ସମସ୍ତେ ପ୍ରତିଟି ନିୟମକୁ ଯେପରି ସମସ୍ତେ ପାଳନ କରୁଛନ୍ତି କି ନାହିଁ ସେଥିପ୍ରତି ଧ୍ୟାନ ଦେବାକୁ ପ୍ରଶାସନିକ ଅଧିକାରୀ ଓ ସ୍ବାସ୍ଥ୍ୟ ଅଧିକାରୀମାନଙ୍କୁ ନିର୍ଦ୍ଧେଶ ଦିଆଯାଇଛି ।

ଜିଲ୍ଲାର ସଦର ମହକୁମା ଛତ୍ରପୁର ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଭିଡିଓ କନଫେରନ୍ସି ମାଧ୍ୟମରେ ଜିଲ୍ଲାର ତହସିଲଦାର, ବିଡିଓ, ସିଡିଏମଓ ଓ ଅନ୍ୟାନ୍ୟ ଅଧିକାରୀଙ୍କ ସହ ଆଲୋଚନା କରିବା ଅବସରରେ ସୁରଟ ଫେରନ୍ତାଙ୍କ ସଂଖ୍ୟା ଧିରେ ଧିରେ କମୁଥିବା ବେଳେ ସାମାଜିକ ଦୂରତା ଓ ମାସ୍କ ପରିଧାନ ଉପରେ ଗୁରୁତ୍ବ ଦେବା ପାଇଁ ବୈଠକରେ ପରାମର୍ଶ ଦେଇଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Jun 7, 2020, 10:47 PM IST

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.