ETV Bharat / city

ପାର୍ବଣରେ କୋଭିଡ୍ ନିୟମ ପାଳନ ନେଇ ନିର୍ଦ୍ଦେଶ, ଦାଣ୍ଡିଆ-ଗରବା ମନା - ଗରବା ନୃତ୍ୟ

ଗଞ୍ଜାମ ଜିଲ୍ଲାରେ କୋଭିଡ ନିୟମ ଅନୁପାଳନ କରିବାକୁ ଗଞ୍ଜାମବାସୀ ପରାମର୍ଶ ଦେଲେ ଜିଲ୍ଲାପାଳ । ଦାଣ୍ଡିଆ, ଗରବା ନୃତ୍ୟକୁ ବାରଣ କଲା ପ୍ରଶାସନ । ଅଧିକ ପଢନ୍ତୁ...

ପାର୍ବଣ ଋତୁରେ କୋଭିଡ୍ ନିୟମ ଅନୁପାଳନ ନେଇ ନିର୍ଦ୍ଦେଶ , ଦାଣ୍ଡିଆ ନୃତ୍ୟକୁ ବାରଣ

author img

By

Published : Oct 6, 2021, 12:35 PM IST

ବ୍ରହ୍ମପୁର: ଚଳିତ ଦଶହରା ପୂଜା ସମୟରେ ଗଞ୍ଜାମ ଜିଲ୍ଲାରେ କୋଭିଡ ନିୟମ ଅନୁପାଳନ କରିବାକୁ ଜନସାଧାରଣଙ୍କୁ କୁହାଯାଇଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ପାର୍ବଣ ଋତୁରେ ଜନସାଧାରଣ ଭିଡ ଜମାନ୍ତୁ ନାହିଁ । ଗହଳି ପୂର୍ଣ୍ଣ ସ୍ଥାନକୁ ଯାଆନ୍ତୁ ନାହିଁ । ମାସ୍କ ବ୍ୟବହାର ସୁନିଶ୍ଚିତ କରନ୍ତୁ । ସମସ୍ତ ପୂଜା ମଣ୍ଡପରେ ଜନଗହଳି ଯେପରି ହେବ ନାହିଁ । ତାହାକୁ ଦୃଷ୍ଟିରେ ରଖୁ ପୂଜା କମିଟି ପୂଜା କରନ୍ତୁ । ମୂର୍ତ୍ତି ଗୁଡିକର ଉଚ୍ଚତା ୪ ଫୁଟ ମଧ୍ୟରେ ସୀମିତ ରଖନ୍ତୁ ।

ଅଧିକ ଉଚ୍ଚତା ବିଶିଷ୍ଟ ମୂର୍ତ୍ତି ଲୋକଙ୍କୁ ଆକର୍ଷିତ କରିବ ଏବଂ ଗହଳି ବୃଦ୍ଧି ହେବ । ଏହାକୁ ଦୃଷ୍ଟିରେ ରଖି ମୂର୍ତ୍ତିର ଉଚ୍ଚତାକୁ ସୀମିତ ରଖିବା ନେଇ ସରକାରୀ କଟକଣା ରହିଛି । ଦୋକାନ ବଜାର ଗୁଡିକରେ ଗହଳି ଯେପରି ହେବ ନାହିଁ ସେ ଦିଗରେ ଦୋକାନୀ ସତର୍କ ରୁହନ୍ତୁ । ଗ୍ରାହକ ଏବଂ ବ୍ୟବସାୟିକ ପ୍ରତିଷ୍ଠାନର ବ୍ୟକ୍ତି ବିଶେଷ ଉଭୟେ ମାସ୍କର ବ୍ୟବହାର ସୁନିଶ୍ଚିତ କରନ୍ତୁ । ସାମାଜିକ ଦୂରତା ବଜାୟ ରଖନ୍ତୁ ନଚେତ ତୃତୀୟ ଲହର ବ୍ୟାପିବାର ସମ୍ଭାବନା ରହିଛି । ଚଳିତ ପାର୍ବଣ ଋତୁର ବାଣ ଫୁଟା ଦିଗରେ ସରକାରଙ୍କ କଟକଣାକୁ କଡାକଡି କରାଯିବ । ଉପଜିଲ୍ଲାପାଳ ଏବଂ ତହସିଲଦାରଗଣ କାର୍ଯ୍ୟପନ୍ଥା ସ୍ଥିର କରି ଚଢାଉ କାର୍ଯ୍ୟ ଜାରି ରଖିବେ । ସମସ୍ତ ପୂଜା ମଣ୍ଡପ ଉପଜିଲ୍ଲାପାଳଙ୍କ ଠାରୁ ଅନୁମତି ଗ୍ରହଣ କରି ପୁଜା କରିବେ । ମାର୍ଗ ଦର୍ଶିକାର ସଠିକ୍ ଅନୁପାଳନ କରିବା ନିମନ୍ତେ କୁହାଯାଇଛି ।

ଚଳିତ ବର୍ଷ ଦାଣ୍ଡିଆ କିମ୍ବା ଗରବା ନୃତ୍ୟକୁ ବାରଣ କରାଯାଇଛି । ସେହିପରି ବୈଠକରେ ଜିଲ୍ଲାର ପ୍ରଥମ ପର୍ଯ୍ୟାୟରେ ୮୩ ଗୋଟି ଉଚ୍ଚ ବିଦ୍ୟାଳୟର ୫ଟି ଆଧାରରେ ରୂପାନ୍ତରୀତ କାର୍ଯ୍ୟ ଚଳିତ ଅକ୍ଟୋବର ମାସ ଶେଷ ସୁଦ୍ଧା ଶେଷ କରିବାକୁ କୁହାଯାଇଛି । ପୂଜା ଛୁଟି ସମୟରେ ବିଦ୍ୟାଳୟ ଗୁଡିକର ଉନ୍ନୟନ କାର୍ଯ୍ୟ ଚାଲୁ ରହିବ । ଆଗାମୀ ନଭେମ୍ବର ପ୍ରଥମ ସପ୍ତାହ ରେ ସେହି ବିଦ୍ୟାଳୟ ଗୁଡିକର ଲୋକାର୍ପଣ ହେବ । ଡିଜିଟାଲ ପାଓ୍ବାର ପ୍ରେଜେଣ୍ଟେସନ୍ ଦ୍ବାରା ସ୍ମାର୍ଟ କ୍ଲାସର ସଠିକ ଶିକ୍ଷା ପ୍ରଦାନ କରାଯିବ ।

ଏଣୁ ଏହି ଜିଲ୍ଲାରେ କାର୍ଯ୍ୟ କରୁଥିବା କମ୍ପ୍ୟୁଟରରେ ଅଭିଜ୍ଞ ଶିକ୍ଷକ ମାନଙ୍କର ଚିହ୍ନଟ କରନ୍ତୁ ବୋଲି ସମସ୍ତ ବ୍ଲକ୍‌ ଶିକ୍ଷାଧୁକାରୀ ମାନଙ୍କୁ ଜିଲ୍ଲାପାଳ ଅବଗତ କରାଇଥିଲେ । ସେମାନଙ୍କ ଦ୍ବାରା ପାଓ୍ବାର ପଏଣ୍ଟ ବ୍ୟାଙ୍କ ପ୍ରସ୍ତୁତ କରାଯାଇ ଶିକ୍ଷା ପ୍ରଦାନ କରାଯିବ । ଏହି ଦିଗରେ ତତ୍ପରତା ପ୍ରକାଶ କରିବାକୁ ଜିଲ୍ଲା ଶିକ୍ଷାଧୂକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ଗଞ୍ଜାମ ଜିଲ୍ଲାରେ କାର୍ଯ୍ୟକାରି କରାଯାଇଥିବା ପ୍ଲାଷ୍ଟିକର ବ୍ୟବହାର ଶୂନ କାର୍ଯ୍ୟକ୍ରମକୁ ସବୁ ମହଲରେ ଭୂୟସି ପ୍ରଶଂସା କରାଯାଇଛି । ଏଣୁ ଏହି କାର୍ଯ୍ୟରେ ନିୟୋଜିତ ରହିଥିବା ସମସ୍ତ ବ୍ୟକ୍ତିବିଶେଷଙ୍କୁ ଗଞ୍ଜାମ ଜିଲ୍ଲାପାଳ ଧନ୍ୟବାଦ ଦେବା ସହିତ ଏହି କାର୍ଯ୍ୟକୁ ଆହୁରୀ ତ୍ବରାନିତ୍ବ କରିବା ନେଇ ଜଣାଇଥିଲେ ।

ଜଳ ସ୍ବଚ୍ଛତା ଏବଂ ପ୍ଲାଷ୍ଟିକର ଶୂନ ବ୍ୟବହାର କରିବା ନେଇ ଆଗାମୀ ସୋମବାର ଠାରୁ ପ୍ରତ୍ୟେକ ସୋମବାର ଦିନ ପୂର୍ବାହ୍ନ ସମୟରେ ୩ ଘଣ୍ଟା ବିନିଯୋଗ କରି ଏହି କାର୍ଯ୍ୟ କରନ୍ତୁ ବୋଲି ସମସ୍ତ ଅଧିକାରୀଙ୍କୁ କହିଥିଲେ ଜିଲ୍ଲାପାଳ । ଜିଲ୍ଲାରେ ରହିଥିବା ଜଳଉତ୍ସ ଗୁଡିକର ତଥ୍ୟ ସଂଗ୍ରହ କରାଯିବ ଲୋକ ମାନଙ୍କର ବ୍ୟବହାର ଦିଗରେ କେତେ ପୋଖରୀ ରହିଛି । ସେଗୁଡିକ କେତେ ଅଞ୍ଚଳରେ ବ୍ୟାପ୍ତି, ପୂର୍ବରୁ ପୋଖରୀର ଉନ୍ନତି ଦିଗରେ କେଉଁ ସବୁ କାର୍ଯ୍ୟ ହୋଇଛି ଏବଂ କେଉଁ ସବୁ କାର୍ଯ୍ୟ କରିବାର ଆବଶ୍ୟକତା ରହିବ । ସେହି ତଥ୍ୟକୁ ଆଧାର କରି ଆଗାମୀ କାର୍ଯ୍ୟପନ୍ଥା କଣ କରାଯିବ । ତାହା ସ୍ଥିର କରାଯାଇ କାର୍ଯ୍ୟକାରୀ କରାଯିବ । ସମସ୍ତ ପୋଖରୀର ପରିଚାଳନା ଦିଗରେ ସ୍ଥାନୀୟ କମିଟି ଗଠନ କରାଯାଇ ସେମାନଙ୍କ ଦ୍ବାରା ସୌନ୍ଦର୍ଯ୍ୟକରଣ ଓ ରକ୍ଷଣାବେକ୍ଷଣ ହେବ ।

ଏହି ସମସ୍ତ କାର୍ଯ୍ୟ ଆମ ପୋଖରୀ ଆମ ଦାୟିତ୍ବ ସ୍ଲୋଗାନ ନେଇ କାର୍ଯ୍ୟ ହେବ । ଜଳ ସ୍ବଚ୍ଛତା ପରୀକ୍ଷଣ ହୋଇ ପୋଖରୀ ସୌନ୍ଦର୍ଯ୍ୟକରଣ ପୁରସ୍କାର ପ୍ରଦାନ କରାଯିବ । ଜିଲ୍ଲାରୁ ସମସ୍ତ ବିଜ୍ଞାପିତ ଅଞ୍ଚଳ ପୋଖରୀରେ ଖୋଲା ଗାଧୋଇବା ସ୍ଥାନ ଏବଂ ପୋଖରୀ ନିକଟରେ ସଠିକ ଶୌଚାଳୟ ନିର୍ମାଣ ହେବ । ଆବର୍ଜନା ସଫେଇ କାର୍ଯ୍ୟ ଅନବରତ ଚାଲୁ ରଖୁବାକୁ ପଡିବ । ଏହା ସମସ୍ତ କାର୍ଯ୍ୟ ପରିଚାଳନା କରିବା କଷ୍ଟକର । କିନ୍ତୁ ଏହାକୁ ଏକ ବର୍ଷ କିମ୍ବା ଦୁଇ ବର୍ଷ ପର୍ଯ୍ୟନ୍ତ ଲଗାତର କରାଯାଇ ଲୋକଙ୍କର ଅଭ୍ୟାସକୁ ସଠିକ ପରିଚାଳନା କରାଗଲେ ନିଶ୍ଚିତ ରୂପେ ଏହା ସଫଳ ହେବ । ଫଳରେ ଗଞ୍ଜାମ ଜିଲ୍ଲାର ସୁନାମ ବଢିବ । ଏଥିଯୋଗୁଁ ଗୋଷ୍ଠୀଗତ ସହଭାଗିତା ଆବଶ୍ୟକ । ବ୍ରହ୍ମପୁର ମହାନଗର ନିଗମ ତରଫରୁ ଏସଓପି ଜାରି କରାଯିବ । ସ୍ବଚ୍ଛ ଓଡିଶା ସୁସ୍ଥ ଓଡିଶା ସ୍ଲୋଗାନ ନେଇ ଏହି କାର୍ଯ୍ୟଧାରା ଚାଲୁ ରଖାଯିବ । ଏହି ବୈଠକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସମେତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.