ETV Bharat / city

ବଟଗଛ କୋରଡରୁ ୧୦ ଫୁଟର ଅଜଗର ଉଦ୍ଧାର

author img

By

Published : May 16, 2021, 8:21 PM IST

ଗଛ କୋରଡରୁ ଉଦ୍ଧାର ହେଲା 10 ଫୁଟ ଅଜଗର । ଅଧିକ ପଢନ୍ତୁ...

ବଟଗଛ କୋରଡରୁ ଉଦ୍ଧାର ହେଲା ୧୦ଫୁଟର ଅଜଗର ସାପ
ବଟଗଛ କୋରଡରୁ ଉଦ୍ଧାର ହେଲା ୧୦ଫୁଟର ଅଜଗର ସାପ

ବ୍ରହ୍ମପୁର: ଗଛ କୋରଡରୁ ଉଦ୍ଧାର ହେଲା ୧୦ଫୁଟର ଅଜଗର ସାପ । ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବନାଞ୍ଚଳର ପଥରପୁଞ୍ଜି ଗାଁର ଏକ ଗଛ କୋରଡ ମଧ୍ୟରେ ରହିଥିବା ଏକ ୧୦ ଫୁଟର ଅଜଗର ସାପକୁ ଉଦ୍ଧାର କରିଛନ୍ତି ପିପୁଲ ଫର ଆନିମଲ ସଂସ୍ଥାର ସ୍ୱେଚ୍ଛାସେବୀ ଶୁଭମ ସାହୁ ଓ ଶ୍ରୀକାନ୍ତ ସାହୁ ।

ମିଳିଥିବା ସୂଚନା ଅନୁସାରେ ଗଛ କୋରଡରେ ଅଜଗର ସାପ ଦେଖି ଗ୍ରାମବାସୀ ସ୍ନେକ ହେଲ୍ପଲାଇନକୁ ସୂଚନା ଦେଇଥିଲେ । ଖବର ପାଇ ସ୍ନେକ ହେଲ୍ପଲାଇନର ସଦସ୍ୟ ଗାଁରେ ପହଞ୍ଚି କୌଶଳକ୍ରମେ ସାପଟିକୁ ଉଦ୍ଧାର କରିଥିଲେ । ପରେ ବନ ବିଭାଗର ନିର୍ଦ୍ଦେଶକ୍ରମେ ନିକଟସ୍ଥ ରତନେଇ ଜଙ୍ଗଲରେ ଛାଡି ଦିଆଯାଇଛି । ଉଦ୍ଧାର ସାପଟିକୁ ବୟସ ୬ବର୍ଷ ବୋଲି ଅନୁମାନ କରାଯାଉଥିବାବେଳେ ସେ ପୁରୁଷ ପ୍ରଜାତିର ବୋଲି ସୂଚନା ଦିଆଯାଇଛି । ଗ୍ରାମରେ ରହିଥିବା ବଟ ଗଛ ନିକଟରେ ବିରାଟକାୟ ଅଜଗର ବୁଲୁଥିବା ଦେଖି ଲୋକେ ଭୟଭୀତ ହୋଇ ସ୍ୱେଚ୍ଛାସେବୀ ଅନୁଷ୍ଠାନଙ୍କୁ ଖବର ଦେଇଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.