ETV Bharat / city

‘ଯଦି ଜିତିବି ଉନ୍ନତି ପଥେ କାମ କରିବି’

"ନିର୍ବାଚନରେ ତ ହାର ଜିତ ଲାଗି ରହିବ। ଯଦି ମୁଁ ବିଜେତା ହୁଏ ତେବେ ଲୋକଙ୍କ ମୌଳିକ ଆବଶ୍ୟକତା କୃଷି,ଶିକ୍ଷା ଓ ସ୍ବାସ୍ଥ୍ୟ ପ୍ରତି ଗୁରୁତ୍ବ ଦେବି। 18 ବର୍ଷର ସରକାର ମୌଳିକ ଆବଶ୍ୟକତା ପୂରଣ କରିବାରେ ଅସମର୍ଥ ରହି ଆସିଛି। ଯାହାଫଳରେ ଓଡିଶାର ଯୁବବର୍ଗ ଦାଦନ ଖଟି ବମ୍ବେ , ସୁରଟ ଯାଉଛନ୍ତି । ଯାହାକୁ ଆଗାମୀ ଦିନରେ ମୁଁ ପୂରଣ କରିବି।"

author img

By

Published : Apr 8, 2019, 2:43 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା ବହ୍ମପୁର

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀରେ ହେବାକୁ ଯାଉଛି ଦ୍ବିତୀୟ ପର୍ଯ୍ୟାୟ ମତଦାନ। ଏହାକୁ ନେଇ ଏଠାରେ ଜମିଲାଣି ନିର୍ବାଚନୀ ମାହୋଲ। କଂଗ୍ରେସ ଦଳରୁ ଏଠାରେ ପ୍ରାର୍ଥୀ ହୋଇଛନ୍ତି ଜିଲ୍ଲା କଂଗ୍ରେସର କାର୍ଯ୍ୟକାରୀ ସଭାପତି ବିଜୟ କୁମାର ସାହୁ। ତେବେ କୃଷି ପ୍ରଦାନ ଅଞ୍ଚଳ କବି ସୂର୍ଯ୍ୟନଗରରେ ନିଜ କୃଷ ଭାଇମାନଙ୍କ ସର୍ବାଙ୍ଗିନ ଉନ୍ନତୀ ପାଇଁ ସେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବେ । ଏନେଇ ଇଟିଭି ଭାରତର ନେତାଙ୍କୁ ପାଞ୍ଚୋଟି ପ୍ରଶ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇ ଉତ୍ତର ରଖିଛନ୍ତି କଂଗ୍ରେସ ପ୍ରାର୍ଥୀ ବିଜୟ କୁମାର ସାହୁ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ବ୍ରହ୍ମପୁର

ଗୋଟିଏ ପଟେ ବିଜେଡି ଦଳରୁ ପ୍ରାର୍ଥୀନୀ ଭାବରେ ଲତିକା ପ୍ରଧାନ ଏବଂ ଅନ୍ୟପଟେ ବିଜେପି ଦଳରୁ ରଞ୍ଜନ ପଲେଇ ପ୍ରାର୍ଥୀ ହୋଇଛନ୍ତି । ଏଠାରେ ନିର୍ବାଚନୀ ମଇଦାନକୁ ତିନି ପ୍ରମୁଖ ଦଳଙ୍କ ମଧ୍ୟରେ କଡ୍ଡା ଟକ୍କର ହେବାକୁ ଥିବାବେଳେ ଜଣେ ମାତ୍ର ସ୍ବାଧିନ ପ୍ରାର୍ଥୀଙ୍କୁ ମିଶାଇ ମୋଟ ଚାରି ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ପ୍ରତିଦ୍ବନ୍ଦିତା କରୁଛନ୍ତି ।

କବିସୂର୍ଯ୍ୟନଗର ଆସନରେ ବିଜୟୀ ହେଲେ ତାଙ୍କ ମୁଖ୍ୟ ଅଗ୍ରାଧିକାର ନିଜ ନିର୍ବାଚନ ମଣ୍ଡଳୀର କୃଷି କ୍ଷେତ୍ରରେ ବିକାଶ କରିବାକୁ ସେ ଯୋଜନା ରଖିଥିବା କଂଗ୍ରେସ ପ୍ରାର୍ଥୀ ବିଜୟ କୁମାର ସାହୁ କହିଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.