ETV Bharat / city

ହୃଦଘାତରୁ କେମିତି ରକ୍ଷା ପାଇବେ ? 5ଲକ୍ଷ ଲୋକଙ୍କୁ ଦିଆଯିବ ଟ୍ରେନିଂ - ବ୍ରହ୍ମପୁର ଏମ୍.କେ.ସି.ଜି

ସର୍ବଭାରତୀୟ ସ୍ତରରେ ପାଞ୍ଚ ଲକ୍ଷ ଲୋକଙ୍କୁ ହୃଦୟ ପୁନଃ ସଞ୍ଚାଳନ ଉପରେ ଦିଆଯିବ ତାଲିମ । ବିଶ୍ବ ନିଶ୍ଚେତକ ଦିବସ ଅବସରରେ ଏଭଳି ନିଷ୍ପତ୍ତି ନିଆଯାଇଥିବା ସୂଚନା ଦେଇଛନ୍ତି ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟର ନିଶ୍ଚେତକ ବିଭାଗର ମୁଖ୍ୟ ଦେବୀ ପ୍ରସାଦ ମହାନ୍ତି ।

ଫଟୋ ସୌଜନ୍ୟ : ସମ୍ବାଦଦାତା,ବ୍ରହ୍ମପୁର
author img

By

Published : Oct 16, 2019, 10:53 PM IST

ବ୍ରହ୍ମପୁର: ସର୍ବଭାରତୀୟ ସ୍ତରରେ ପାଞ୍ଚ ଲକ୍ଷ ଲୋକଙ୍କୁ ହୃଦୟ ପୁନଃ ସଞ୍ଚାଳନ ଉପରେ ଦିଆଯିବ ତାଲିମ । ବିଶ୍ବ ନିଶ୍ଚେତକ ଦିବସ ଅବସରରେ ଏଭଳି ନିଷ୍ପତ୍ତି ନିଆଯାଇଥିବା ସୂଚନା ଦେଇଛନ୍ତି ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟର ନିଶ୍ଚେତକ ବିଭାଗର ମୁଖ୍ୟ ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,ବ୍ରହ୍ମପୁର

ହୃଦଘାତରେ ଅଚେତ ହୋଇଯାଉଥିବା ବ୍ୟକ୍ତିର ହୃତପିଣ୍ଡକୁ ଜଣେ ସାଧାରଣ ଲୋକ ବି ପୁଣି ସଞ୍ଚାଳନ କରିପାରିବ ସେ ବିଷୟରେ ଏମକେସିଜି ବହିଃବିଭାଗ ସମୁଖରେ ସାଧାରଣ ଲୋକଙ୍କୁ ତାଲିମ ଦିଆଯାଇଛି । ପୋଲିସ ତଥା ଅଗ୍ନିଶମ ବିଭାଗର କର୍ମଚାରୀଙ୍କ ଠାରୁ ଆରମ୍ଭ କରି ରାଜ୍ୟରେ ଚଳିତବର୍ଷ ପ୍ରାୟ ପାଞ୍ଚ ହଜାର ଲୋକଙ୍କୁ ଏଭଳି ତାଲିମ ପ୍ରଦାନ କରାଯିବ ବୋଲି କୁହାଯାଇଛି । ଏହାଦ୍ବାରା ଯେ କୌଣସି ସ୍ଥାନରେ କୌଣସି ବ୍ୟକ୍ତି ନିଜର ଦୁଇ ହାତର ସହାୟତାରେ ଗୋଟିଏ ବ୍ୟକ୍ତିକୁ ପୁଣି ଜୀବନ ଦାନ କରିପାରିବେ । ମୁଖ୍ୟତ ହୃତପିଣ୍ଡ ୮ ରୁ ୧୦ ମିନିଟ୍ ବନ୍ଦ ହୋଇଗଲେ ତଥା ନାଡିରେ ଅନିୟମିତତା ଦେଖାଦେଲେ ମସ୍ତିଷ୍କ ,ହୃତପିଣ୍ଡ ଓ ବୃକକ୍ କୁ ରକ୍ତ ସଞ୍ଚାଳନ ବନ୍ଦ ହୋଇଯାଇଥାଏ । ଯାହା ଫଳରେ ଅମ୍ଲଜାନ ଅଭାବ ଲୋକଙ୍କୁ ମୃତ୍ୟୁମୁଖକୁ ଟାଣି ନେଇଥାଏ । ସେଭଳି କ୍ଷେତ୍ରରେ ଏହି ପ୍ରଣାଳୀ ପ୍ରଯୋଗ କରି ଲୋକଟିକୁ ଜୀବିତ ରଖାଯାଇପାରିବ ।

ରିପୋର୍ଟ ଅନୁଯାୟୀ ହୃଦଘାତ ହେଲେ ୧୦ ଜଣଙ୍କ ଭିତରୁ କେବଳ ଦୁଇ ଜଣ ବଞ୍ଚିଥାନ୍ତି ଯାହାକି ଏହି ପ୍ରାଣାଳୀ ଦ୍ବାରା ବଞ୍ଚିବା ହାର ତିନି ଗୁଣ ବଢିଥାଏ ବୋଲି ବ୍ରହ୍ମପୁର ଏମ୍କେସିଜି ପରିସରରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସୂଚନା ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଏମ୍କେସିଜି ମେଡିକାଲର ଅଧ୍ୟକ୍ଷ ପ୍ରଫେସର ରାଧା ମାଧବ ତ୍ରୀପାଠୀ , ଅଧିକ୍ଷକ ପ୍ରଫେସର ଚରଣ ପଣ୍ଡା , ନିଶ୍ଚେତନ ବିଭାଗର ମୁଖ୍ୟ ପ୍ରଫେସର ଦେବୀ ପ୍ରସାଦ ମହାନ୍ତି , ଡାକ୍ତର ସୁବାସ ସାହୁ ଙ୍କ ସମେତ ବହୁ ବରିଷ୍ଠ ଚିକିତ୍ସକ ମାନେ ଉପସ୍ଥିତ ରହିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:ସର୍ବଭାରତୀୟ ସ୍ତରରେ ପାଞ୍ଚ ଲକ୍ଷ ଲୋକଙ୍କୁ ହୃଦୟ ପୁନଃ ସଂଞ୍ଚାଳନ ଉପରେ ଦିଆଯିବ ତାଲିମ । ବିଶ୍ୱ ନିଶ୍ଚେତନ ଦିବସ ଅବସରରେ ଏଭଳି ନିଷ୍ପତ୍ତି ନିଆଯାଇଥିବା ସୂଚନା ଦେଇଛନ୍ତି ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟର ନିଶ୍ଚେତନ ବିଭାଗର ମୁଖ୍ୟ । ଏହି ଦିବସକୁ ସାରା ଦେଶରେ ହୃଦୟ ପୁନାରମ୍ଭ ଦିବସ ଭାବରେ ପାଳନ କରାଯାଉଥିବା ବେଳେ ଏହି ଅବସରରେ ହାର୍ଟ ଆର୍ଟାକ୍ ରେ ଅଚେତ ହୋଇଯାଉଥିବା ବ୍ୟକ୍ତିର ହୃତପିଣ୍ଡକୁ ଜଣେ ସାଧାରଣ ଲୋକ ବି ପୁଣି ସଞ୍ଚାଳନ କରିପାରିବ ସେ ବିଷୟରେ ଏମ୍.କେ.ସି.ଜି ବହିଃବିଭାଗ ସମୁଖରେ ସାଧାରଣ ଲୋକଙ୍କୁ ତାଲିମ ଦିଆଯାଇଥିବା ବେଳେ ପରେ ପୋଲିସ ତଥା ଅଗ୍ନିଶମ ବିଭାଗର କର୍ମଚାରୀ ଙ୍କ ଠାରୁ ଆରମ୍ଭ କରି ରାଜ୍ୟରେ ଚଳିତବର୍ଷ ପ୍ରାୟ ପାଞ୍ଚ ହଜାର ଲୋକଙ୍କୁ ଏଭଳି ତାଲିମ ପ୍ରଦାନ କରାଯିବ ବୋଲି କୁହାଯାଇଛି । ଏହାଦ୍ୱାରା ଯେ କୌଣସି ସ୍ଥାନରେ ସେ କୌଣସି ବ୍ୟକ୍ତି ନିଜର ଦୁଇ ହାତର ସହାୟତାରେ ଗୋଟିଏ ବ୍ୟକ୍ତିକୁ ପୁଣି ଜୀବନ ଦାନ କରିପାରିବେ । ମୁଖ୍ୟତ- ହୃତପିଣ୍ଡ ୮ ରୁ ୧୦ ମିନିଟ୍ ବନ୍ଦ ହୋଇଗଲେ ତଥା ନାଡିରେ ଅନିୟମିତତା ଦେଖାଦେଲେ ମସ୍ତିଷ୍କ ,ହୃତପିଣ୍ଡ ଓ ବୃକକ୍ କୁ ରକ୍ତ ସଞ୍ଚାଳନ ବନ୍ଦ ହୋଇଯାଇଥାଏ । ଯାହା ଫଳରେ ଅମ୍ଲଜାନ ଅଭାବ ଲୋଙ୍କ ମୃତ୍ୟୁମୁଖକୁ ଟାଣି ନେଇଥାଏ ।ସେଭଳି କ୍ଷେତ୍ରରେ ଏହି ପ୍ରଣାଳୀ ପ୍ରଯୋଗ କରି ଲୋକଟିକୁ ଜୀବିତ ରଖାଯାଇପାରେ । ରିପୋର୍ଟ ଅନୁଯାୟୀ ହୃଦଘାତ ହେଲେ ୧୦ ଜଣଙ୍କ ଭିତରୁ କେବଳ ଦୁଇ ଜଣ ବଞ୍ଚିଥାନ୍ତି ଯାହାକି ଏହି ପ୍ରାଣାଳୀ ଦ୍ୱାରା ବଞ୍ଚିବା ହାର ତିନି ଗୁଣ ବଢିଥାଏ ବୋଲି ବ୍ରହ୍ମପୁର ଏମ୍.କେ.ସି.ଜି ପରିସରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସୂଚନା ଦିଆଯାଇଛି ।ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲ ର ଅଧ୍ୟକ୍ଷ ପ୍ରଫେସର ରାଧା ମାଧବ ତ୍ରୀପାଢୀ , ଅଧିକ୍ଷକ ପ୍ରଫେସର ଚରଣ ପଣ୍ଡା , ନିଶ୍ଚେତନ ବିଭାଗର ମୁଖ୍ୟ ପ୍ରଫେସର ଦେବୀ ପ୍ରସାଦ ମହାନ୍ତି , ଡାକ୍ତର ସୁବାସ ସାହୁ ଙ୍କ ସମେତ ବହୁ ବରିଷ୍ଠ ଚିକିତ୍ସକ ମାନେ ଉପସ୍ଥିତ ରହିଥିଲେ । Body:ବାଇଟ୍- ଦେବୀ ପ୍ରସାଦ ମହାନ୍ତି(ବିଭାଗର ମୁଖ୍ୟ, ନିଶ୍ଚେତନ ବିଭାଗ)
ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ...
Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.