ETV Bharat / city

କୋରୋନା କବଳରେ ସାମ୍ବାଦିକ, 3 ଦିନରେ ଗଲାଣି 4 ଜୀବନ - କୋରୋନା ମହାମାରୀ

ଗଞ୍ଜାମ ଜିଲ୍ଲାରେ କୋରୋନାରେ କବଳିତ ହୋଇ 4 ଗଣମାଧ୍ୟମ ପ୍ରତିନିଧି ତଥା ସାମ୍ବାଦିକଙ୍କ ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ...

କୋରୋନାରେ କବଳରେ ସାମ୍ବାଦିକ, 3 ଦିନରେ ଗଲାଣି 4ଜଣଙ୍କ ଜୀବନ

author img

By

Published : Apr 23, 2021, 1:18 PM IST

ବ୍ରହ୍ମପୁର: କୋରୋନା କବଳରୁ ବର୍ତ୍ତି ପାରିନାହାନ୍ତି ସମ୍ବିଧାନର ଚତୁର୍ଥ ସ୍ତମ୍ଭ ତଥା ସାମ୍ବାଦିକ । ମହାମାରୀ ସମୟରେ ମଧ୍ୟ ଅହରହ ଦୁନିଆର ଟିକିନିକି ଖବର ଯୋଗାଉଥିବା ସାମ୍ବାଦିକମାନେ କୋରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରୁଛନ୍ତି । ତେବେ ଗଞ୍ଜାମ ଜିଲ୍ଲାରେ ଗତ 3 ଦିନରେ କୋରୋନାରେ ଆକ୍ରାନ୍ତ ହୋଇ ଗଲାଣି 4 ସାମ୍ବାଦିକଙ୍କ ଜୀବନ । ଗଣମାଧ୍ୟମ ପ୍ରତିନିଧିଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ଶୁକ୍ରବାର ଜିଲ୍ଲାର ଚିକିଟି ଓ କୁକୁଡାଖଣ୍ଡି ବ୍ଲକର ଦୁଇ ଜଣ କର୍ତ୍ତବ୍ୟନିଷ୍ଠ ସାମ୍ବାଦିକ ମନୋଜ କୁମାର ସାହୁ ଓ ଗୋବିନ୍ଦ ବେହେରା ଚିକିତ୍ସିତ ହେଉଥିବା ସମୟରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । କୋରୋନା ମହାମାରୀର ଦ୍ୱିତୀୟ ଲହର ସମୟରେ ଏହି ଦୁଇ ଯୋଦ୍ଧା କୋରୋନା ଯୁଦ୍ଧରେ ହାରିଯାଇଛନ୍ତି । ଚିକିଟିର ନୀତିଦିନ ଖବରକାଗଜର ମନୋଜ ଗତ ଦୁଇ ଦିନ ତଳେ ଅକ୍ସିଜେନ୍ କମ୍ ରହିଥିବା ଯୋଗୁଁ ଏମ୍.କେ.ସି.ଜି ର କୋଭିଡ ହସପିଟାଲରେ ଭର୍ତ୍ତୀ ହୋଇଥିବା ବେଳେ ଗୋବିନ୍ଦ ବେହେରା ମଧ୍ୟ କୋରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ ।

ସେହିପରି ଗତ ଦୁଇ ଦିନ ତଳେ ଗଞ୍ଜାମ ଜିଲ୍ଲାର ଶେରଗଡ ବ୍ଲକର ବରିଷ୍ଠ ସାମ୍ୱାଦିକ କରୁଣାକର ସାହୁ କୋରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କୁ ହିଞ୍ଜିଳିକାଟୁ ଡାକ୍ତରଖାନାରେ ଚିକିତ୍ସା କରିବା ପାଇଁ ଭର୍ତ୍ତୀ କରାଯାଇଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା । ସେହିପରି ଏକ ୱେବ ମିଡିଆର ସମ୍ପାଦକ ନରେଶ ବେହେରା ଙ୍କ ମଧ୍ୟ ମୃତ୍ୟୁ ଘଟିଥିବା ବେଳେ ସେ ଛତ୍ରପୁର ଅଞ୍ଚଳର ବୋଲି ଜଣାଯାଇଛି । ଗଞ୍ଜାମ ଜିଲ୍ଲାରେ କୋଭିଡ-19 ର ଦ୍ୱିତୀୟ ଲହର ଦିନକୁ ଦିନ ବହୁ ମାତ୍ରାରେ ସଂଙ୍କ୍ରମିତ ହେଉଥିବା ବେଳେ ଆଗଧାଡିରେ କାର୍ଯ୍ୟ କରିଆସୁଥିବା ଗଣମାଧ୍ୟମ ପ୍ରତିନିଧି ଙ୍କ ବିୟୋଗ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି ।

ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.