ETV Bharat / city

ବ୍ରହ୍ମପୁରରୁ ୪୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ

author img

By

Published : Sep 1, 2021, 11:52 AM IST

ଟ୍ରକରେ ଓ଼ଡିଶାରୁ ବିହାର ଚାଲାଣ ସମୟରେ ବ୍ରହ୍ମପୁରରୁ ୩୮୫ କିଲୋଗ୍ରାମର ଗଞ୍ଜେଇ ଜବତ କଲା ଅବକାରୀ ବିଭାଗ, ୨ ଗିରଫ । ଅଧିକ ପଢନ୍ତୁ...

ବ୍ରହ୍ମପୁରରୁ ୩ କ୍ୟୁଣ୍ଟାଲରୁ ଊର୍ଦ୍ଧ୍ବ ଗଞ୍ଜେଇ ଜବତ, ୨ ଗିରଫ

ବ୍ରହ୍ମପୁର: ଜିଲ୍ଲାରୁ ଗଞ୍ଜେଇ ଜବତ କଲା ଅବକାରୀ ବିଭାଗ । ଟ୍ରକ ଯୋଗେ ବିହାରକୁ ଚାଲାଣ ହେଉଥିବା ସମୟରେ ଜବତ ହୋଇଛି ଗଞ୍ଜେଇ । ଗଜପତି ଜିଲ୍ଲାର ଚାନ୍ଦିପୁଟ ଅଞ୍ଚଳରୁ ବିହାରକୁ ଚାଲାଣ ସମୟରେ ବ୍ରହ୍ମପୁର ଉପକଣ୍ଠ ମହୁରୀକାଳୁଆ ରାସ୍ତାରୁ ଅବକାରୀ ବିଭାଗ ଗଞ୍ଜେଇ ଜବତ କରିଛି ।

ରାଜ୍ୟ ଅବକାରୀ କମିଶନର ଆଶିଷ କୁମାର ସିଂ ଏବଂ ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଚଢାଉ କରାଯାଇଥିଲା । ୩୮୫ କିଲୋଗ୍ରାମର ଗଞ୍ଜେଇ ଜବତ ହୋଇଛି । ୧୧ ଟି ବସ୍ତାରେ ୩୫ କିଲୋ ଲେଖାଏଁ ଗଞ୍ଜେଇ ଚାଲାଣ ହେଉଥିଲା । ଏନେଇ ଅବକାରୀ ବିଭାଗର ଡେପୁଟି କମିଶନର ରାଜେନ୍ଦ୍ର କୁମାର ଭତ୍ରା ସୂଚନା ଦେଇଛନ୍ତି । ଗତ କିଛି ମାସ ମଧ୍ୟରେ ମାଦକ ଦ୍ରବ୍ୟର ଚୋରାଚାଲାଣ ରୋକିବା ପାଇଁ ଅବକାରୀ ଓ ପୋଲିସ ବିଭାଗ ପକ୍ଷରୁ କ୍ରମାଗତ ଭାବେ ଚଢାଉ ଜାରି ରହିଥିବା ବେଳେ ଅପରାଧି ମାନେ ଭିନ୍ନ ଭିନ୍ନ ଉପାୟରେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ଦେଖିବାକୁ ମିଳିଛି ।

ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୪୦ଲକ୍ଷ ଟଙ୍କା ହେବ । ମାମଲାରେ ସମ୍ପୃକ୍ତ ଦୁଇ ଜଣ ଅଭିଯୁକ୍ତ ଅରବିନ୍ଦ କୁମାର ଓ ନିତିଶ କୁମାରଙ୍କୁ ଗିରଫ କରାଯାଇଛି । ଏନେଇ ଅଧିକ ତଦନ୍ତ ଜାରି ରହିଛି ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.