ETV Bharat / city

ପୁଲିଂ ବୁଥ ଅଭିମୁଖେ ସରକାରୀ କର୍ମଚାରୀ

ସାଧାରଣ ନିର୍ବାଚନକୁ ରହିଲା ଆଉ ମାତ୍ର ଗୋଟିଏ ଦିନ। ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ସମସ୍ତ ବୁଥରେ ପରିଚାଳନା କରିବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଭୋଟ ଦାନ କେନ୍ଦ୍ରକୁ ପଠାଇ ଦିଆଯାଇଛି ପୁଲିଂ ପାର୍ଟିଗୁଡିକୁ।

author img

By

Published : Apr 10, 2019, 11:59 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା ବ୍ରହ୍ମପୁର

ବ୍ରହ୍ମପୁର: ପ୍ରଥମ ପର୍ଯ୍ୟାୟ ସାଧାରଣ ନିର୍ବାଚନ ପାଇଁ ଆରମ୍ଭ ହେଲାଣି କାଉଣ୍ଟଡାଉନ। ସେହିପରି ରାଜନୈତିକ ଉଷ୍ମତା ମଧ୍ୟ ବୃଦ୍ଧି ପାଇବା ପରିଲକ୍ଷିତ ହେଉଛି। ନିର୍ବାଚନକୁ ଶାନ୍ତିଶୃଙ୍ଖଳା ସହକାରେ ସମସ୍ତ ବୁଥରେ ପରିଚାଳନା କରିବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଭୋଟ ଦାନ କେନ୍ଦ୍ରକୁ ପଠାଇ ଦିଆଯାଇଛି ପୁଲିଂ ପାର୍ଟି ଗୁଡିକୁ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ବ୍ରହ୍ମପୁର

ବ୍ରହ୍ମପୁର ସହରରୁ ପୂର୍ବରୁ ତାଲିମ ପ୍ରାପ୍ତ ଏହି ସରକାରୀ ଅଧିକାରୀ ଏବଂ କର୍ମଚାରୀ ମାନେ ଭିନ୍ନ ଭିନ୍ନ ସ୍ବତନ୍ତ୍ର ଗାଡିରେ ସମସ୍ତ ପୁଲିଂ ବୁଥକୁ ବାହାରିଛନ୍ତି । ପ୍ରତ୍ୟେକ ପୁଲିଂ ପାର୍ଟିରେ ପ୍ରିଜେଡିଙ୍ଗ୍ ଅଫିସର ସହ ପ୍ରଥମ ପୁଲିଂ ଅଫିସରଙ୍କୁ ମିଶାଇ ୬ ଜଣ ଲେଖାଏଁ ସରକାରୀ କର୍ମଚାରୀ ରହିଛନ୍ତି ।

ଇଭିଏମ୍ ସହିତ ଭିଭିପାର୍ଟ ମେସିନ୍ ଏବଂ ନିର୍ବାଚନ ପାଇଁ ଆବଶ୍ୟକୀୟ ସମସ୍ତ କାଗଜପତ୍ରକୁ ନେଇ ବାହାରିଥିବା ବେଳେ ରାତ୍ର ସୁଦ୍ଧା ସମସ୍ତ ପୁଲିଂ ପାର୍ଟି ଭୋଟଦାନ କେନ୍ଦ୍ରରେ ପହଞ୍ଚିବେ। ସେହିପରି ପ୍ରତ୍ୟେକ ବୁଥରେ ସୁରକ୍ଷା ପାଇଁ ପୋଲିସ କର୍ମଚାରୀ ଉପସ୍ଥିତ ରହିବେ। ବିଭିନ୍ନ ଭୋଟଦାନ କେନ୍ଦ୍ରରେ ନିର୍ବାଚନ ପରିଚାଳନା କରିବାକୁ ବାହାରିଥିବା ସରକାରୀ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ ଇଟିଭି ଭାରତର ବ୍ରହ୍ମପୁର ସମ୍ବାଦଦାତା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:Body:

CVB

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.