ବ୍ରହ୍ମପୁର: ସହରରୁ ପୁଣି 20 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 69ରେ ପହଞ୍ଚିଛି । ସେପଟେ ଜିଲ୍ଲାରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି ।
![ପୁଣି ବ୍ରହ୍ମପୁରରୁ 20 ନୂଆ ଆକ୍ରାନ୍ତ ଚିହ୍ନଟ](https://etvbharatimages.akamaized.net/etvbharat/prod-images/od-bam-new-covid-positive-in-town-7205524_13042021210607_1304f_1618328167_681.jpg)
ଦ୍ୱିତୀୟ ଲହରକୁ ନେଇ ସବୁଠି ଚିନ୍ତାଜନକ ସ୍ଥିତି ରହି ଥିବାବେଳେ ବ୍ରହ୍ମପୁରରେ 20 ନୂଆ ପଜିଟିଭକୁ ମିଶାଇ ମୋଟ 69ରେ ପହଞ୍ଚିଲା ଆକଟିଭ୍ ମାମଲା । ସେପଟେ ଜିଲ୍ଲାରେ 13 ତାରିଖରେ ମୋଟ 29 ଟି ନୂତନ ସଂକ୍ରମଣକୁ ମିଶାଯାଇ ଆକଟିଭ୍ ମାମଲା 234ରେ ପହଞ୍ଚିଛି । ମଙ୍ଗଳବାର ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଦିଆଯାଇଥିବା ରିପୋର୍ଟ ଅନୁଯାୟୀ କେଉଁ ସାହିରେ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ସେନେଇ ପ୍ରଶାସନ ପକ୍ଷରୁ ଟୁଇଟ୍ ମାଧ୍ୟମରେ ସୂଚନା ଦିଆଯାଇଛି ।
ଅନ୍ୟପଟେ ଏନେଇ ଜନସାଧାରଣ ଅଧିକ ସତର୍କ ରହିବାକୁ ଜିଲ୍ଲାବ୍ୟାପି ସଚେତନତା ସହିତ କୋଭିଡ ନିୟମକୁ ଉଲ୍ଲଙ୍ଘନ କରାଯାଉଥିବାରୁ ବିଭିନ୍ନ ସ୍ଥାନରେ ପ୍ରଶାସନ ପକ୍ଷରୁ କଡାକଡି ପଦକ୍ଷେପ ଗ୍ରହଣ କରାଯାଉଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟଭି ଭାରତ