ETV Bharat / city

ପଡୋଶୀ ଛୁରାମାଡରେ ବାପା-ପୁଅ ଆହତ

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପଡୋଶୀ ଆକ୍ରମଣ କଲା ପଡୋଶୀକୁ । ଗୋଟିଏ ପରିବାରର ବାପ, ପୁଅ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସା ହେଉଛନ୍ତି ।

author img

By

Published : Jun 11, 2019, 3:16 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ବ୍ରହ୍ମପୁର

ବ୍ରହ୍ମପୁର: ପଡୋଶୀଙ୍କ ଆକ୍ରମଣରେ ବାପା ଓ ପୁଅ ଆହତ । ମଙ୍ଗଳବାର ଗଞ୍ଜାମ ଦିଗପହଣ୍ଡି ଅନ୍ତର୍ଗତ ଗୋକର୍ଣ୍ଣପୁର ପଞ୍ଚାୟତ ଦକ୍ଷିଣପୁର ଗ୍ରାମରେ ଏଭଳି ଘଟଣା ଘଟିଛି । ପୂର୍ବ ଶତ୍ରୁତା ଯୋଗୁଁ ଆକ୍ରମଣ ହୋଇଥିବା ପ୍ରକାଶ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ବ୍ରହ୍ମପୁର

ଆହତଙ୍କ ମଧ୍ୟରେ ଜି. ଯୋଗେନ୍ଦ୍ର ରେଡ୍ଡୀ (50) ଏବଂ ତାଙ୍କ ପୁଅ ଜି . ରାଜେଶ ରେଡ୍ଡୀ ରହିଛନ୍ତି । ଗତ କିଛି ଦିନ ତଳେ ଦକ୍ଷିଣପୁର ଗ୍ରାମରେ ରହୁଥିବା ଜି.ଯୋଗେନ୍ଦ୍ର ରେଡ୍ଡୀଙ୍କର ତାଙ୍କ ଘର ଆଗରେ ଥିବା ପି . ଜାଗିଲି ରେଡ୍ଡୀଙ୍କ ସହ କୌଣସି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା । ଏଥିରେ ଆକ୍ରୋଶ ହୋଇ ଜାଗିଲି, ଯୋଗେନ୍ଦ୍ରଙ୍କ ଘର ଛାତ ପଡୁଥିବା ସମୟରେ ହଠାତ୍ ଆସି ଏକ ଛୁରୀ ସାହାଯ୍ୟରେ ପ୍ରଥମେ ଯୋଗେନ୍ଦ୍ରଙ୍କ ପେଟକୁ ଆକ୍ରମଣ କରିଥିଲେ । ଖବର ପାଇ ପୁଅ ରାଜେଶ ବାପାଙ୍କୁ ବଞ୍ଚାଇବା ପାଇଁ ଆସିବା ବେଳେ ତାଙ୍କ ଉପରକୁ ମଧ୍ୟ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି ।

ପରିବାର ଲୋକେ ଆହାତ ଦୁଇ ଜଣଙ୍କୁ ପ୍ରଥମେ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରିଥିଲେ । ଏଠାରେ ପ୍ରାଥମିକ ଚିକିତ୍ସା ସରିବା ପରେ ବ୍ରହ୍ମପୁର ବଡ ମେଡିକାଲକୁ ପଠାଇ ଦିଆଯାଇଛି । ଅନ୍ୟପଟେ ଏ ନେଇ ପୋଲିସ ପକ୍ଷରୁ ଅଭିଯୁକ୍ତକୁ ଅଟକ ରଖି ତଦନ୍ତ ଆରମ୍ଭ କରାଯାଇଛି।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:Body:

gdgd

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.