ETV Bharat / city

ସୁରକ୍ଷା କର୍ମୀଙ୍କୁ ଆକ୍ରମଣ କରି ମୋଟର ସାଇକେଲ ଲୁଟ ଘଟଣା, ୨ ଅଭିଯୁକ୍ତ ଗିରଫ

ସୁରକ୍ଷା କର୍ମୀଙ୍କୁ ଆକ୍ରମଣ କରି ସୋରୁମରୁ ମୋଟର ସାଇକେଲ ଲୁଟି ନେବା ଘଟଣା । ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ଚୋରି ମୋଟର ସାଇକେଲକୁ ଜବତ କଲା ଗଞ୍ଜାମ ଜିଲ୍ଲାର ଛତ୍ରପୁର ଥାନା ପୋଲିସ । ଅଧିକ ପଢନ୍ତୁ...

author img

By

Published : Jun 26, 2021, 7:49 AM IST

ସୁରକ୍ଷା କର୍ମୀଙ୍କୁ ଆକ୍ରମଣ କରି ମୋଟର ସାଇକେଲ ଲୁଟ ଘଟଣା, ୨ ଅଭିଯୁକ୍ତ ଗିରଫ
ସୁରକ୍ଷା କର୍ମୀଙ୍କୁ ଆକ୍ରମଣ କରି ମୋଟର ସାଇକେଲ ଲୁଟ ଘଟଣା, ୨ ଅଭିଯୁକ୍ତ ଗିରଫ

ବ୍ରହ୍ମପୁର: ସୁରକ୍ଷା କର୍ମୀଙ୍କୁ ଆକ୍ରମଣ କରି ସୋରୁମରୁ ମୋଟର ସାଇକେଲ ଲୁଟି ନେବା ଘଟଣା । ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ଚୋରି ମୋଟର ସାଇକେଲକୁ ଜବତ କଲା ଗଞ୍ଜାମ ଜିଲ୍ଲାର ଛତ୍ରପୁର ଥାନା ପୋଲିସ । ଏଥି ମଧ୍ୟରୁ ଦୁଇ ଜଣ ଡକାୟତିଙ୍କୁ ଗିରଫ କରାଯାଇଥିବା ଥାନା ଅଧିକାରୀ ପ୍ରିୟସ ରଂଜନ ଛୋଟରାୟ ଶୁକ୍ରବାର ସୂଚନା ଦେଇଛନ୍ତି । ଗିରଫମାନେ ହେଲେ ବ୍ରହ୍ମପୁର ବଡବଜାର ଥାନା ସୁକୁଣ୍ଡା ଗ୍ରାମର ପି.ନରସିଂହ ଓ ସିଏଚ. ରାମବାବୁ । ଏମାନେ ଛତ୍ରପୁର ଜାତୀୟ ରାଜପଥ ପାର୍ଶ୍ବ ସୁଜିକ ଓ ହିରୋ ସୋ ରୁମରୁ ଡକାୟତି କରିଥିବା ମାମଲାରେ ଜଡିତ ରହିଛନ୍ତି ।

ଏମାନଙ୍କୁ କୋର୍ଟ ଚାଲାଣ କରାଯିବା ସହ ଏମାନଙ୍କଠାରୁ ରେଜିଷ୍ଟେସନ ହୋଇନଥିବା ହିରୋ ପ୍ୟାସନ ପ୍ରୋ ନ୍ୟୁ ମୋଡେଲ ଏକ ମୋଟର ସାଇକେଲକୁ ମଧ୍ୟ ପୋଲିସ ଜବତ କରିଛି । ପୂର୍ବରୁ ମଧ୍ୟ ଗୋଟିଏ ଚୋରି ବାଇକକୁ ପୋଲିସ ଜବତ କରିଥିଲେ । ଏହି ଡକାୟତି ଦଳ ଆନ୍ଧ୍ରପ୍ରଦେଶର କାଞ୍ଚିଲି ଥାନାରେ ୩ଟି ଓ ଇଚ୍ଛାପୁରମ ରୁରାଲ ଥାନାରେ ଗୋଟିଏ ମାମଲାରେ ଜଡିତ ଥିବା ଜଣାପଡିଛି । ଏହି ଡକାୟତି ଦଳର ଅନ୍ୟ ୩ଜଣ ସଦସ୍ୟଙ୍କୁ ଖୁବ ଶୀଘ୍ର ଧରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

ସୂଚନାନୁଯାୟୀ, ଗତ ଅପ୍ରେଲ ୨ ତାରିଖ ମଧ୍ୟରାତ୍ରରେ ସୁରକ୍ଷାକର୍ମୀକୁ ଆକ୍ରମଣ କରି ଗ୍ଲାସ ଭାଙ୍ଗି ଛତ୍ରପୁର ଥାନା ଅଧୀନ ଜାତୀୟ ରାଜପଥ ପାର୍ଶ୍ବରେ ରହିଥିବା ଟାଟା ମୋଟର୍ସ ସମ୍ମୁଖ ସୁଜିକ ଓ ହିରୋ ସୋ ରୁମରୁ ଦୁଇଟି ମୋଟର ସାଇକେଲକୁ ଦୁର୍ବୃତ୍ତ ମାନେ ନେଇଯାଇଥିଲେ । ଏଥି ସହ ସିସିଟିଭି ହାଡଡିସ୍କକୁ ମଧ୍ୟ ନେଇଯାଇଥିଲେ । ଏନେଇ ସୋରୁମର ମ୍ୟାନେଜର ରଞ୍ଜନ ବେହେରା ଛତ୍ରପୁର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ଛତ୍ରପୁର ପୋଲିସ ଏକ ମାମଲା ରୁଜୁ କରି ଘଟଣାର ଖୋଳତାଡ ଆରମ୍ଭ କରିବା ପରେ ସୁକୁଣ୍ଡା ଅଞ୍ଚଳର ଏକ ଡକାୟତି ଦଳ ସଂପୃକ୍ତି ରହିଥିବା ସୁରାକ ପାଇ ଦୁଇଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା ପୋଲିସ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.