ବ୍ରହ୍ମପୁର: ପୁଣି ବ୍ରହ୍ମପୁର ଆଇଟିଆଇରୁ ଗୁଜୁରାଟ ସୁଜୁକି ମୋଟର୍ସରେ ନିଯୁକ୍ତି ପାଇଛନ୍ତି ୧୭୨ ଜଣ ବିଦ୍ୟାର୍ଥୀ । ନିଯୁକ୍ତି ପାଇଥିବା ସମସ୍ତ ବିଦ୍ୟାର୍ଥୀ ଗୁଜୁରାଟସ୍ଥିତ ସୁଜୁକି ମୋଟର୍ସରେ କାର୍ଯ୍ୟରେ ଯୋଗଦାନ କରିବା ପାଇଁ ସ୍ୱତନ୍ତ୍ର ବସରେ ଯାଇଛନ୍ତି ।
ଏଥିରେ ଫିଟର, ଇଲେକ୍ଟ୍ରିସିଆନ ମେକାନିକ୍, ଟରନର, ଡିଜେଲ ମେକାନିକ୍ ଭଳି ବିଦ୍ୟାର୍ଥୀଙ୍କୁ ଗତ ଡିସେମ୍ୱର ମାସରେ ସାକ୍ଷାତକାର ପରୀକ୍ଷା ଦେଇ ଚୟନ କରାଯାଇଥିଲା । ହେଲେ କମ୍ପାନୀ ପକ୍ଷରୁ ବିଦ୍ୟାର୍ଥୀଙ୍କୁ ନିଯୁକ୍ତି ଦିଆଯିବା ପରେ ବିଦ୍ୟାର୍ଥୀମାନେ ସ୍ୱତନ୍ତ୍ର ବସ୍ ରେ ଏହି ଯାତ୍ରା ଆରମ୍ଭ କରିଛନ୍ତି । ଏହି ଅବସରରେ ସହରର ୟୁସିପି ଇଞ୍ଜିନିୟର କଲେଜର ଅଧ୍ୟକ୍ଷ ଇଂ ଏସ.ଏନ.ଧନ ଓ ଆଇଟିଆଇ କଲେଜର ଅଧ୍ୟକ୍ଷ ଡଃ. ରଜତ କୁମାର ପାଣିଗ୍ରାହୀ ଉପସ୍ଥିତ ରହି ନୂତନ ନିଯୁକ୍ତି ପାଇଥିବା ସବୁଜ ପତାକା ଦେଖାଇ ବିଦ୍ୟାର୍ଥୀଙ୍କୁ ଉତ୍ସାହିତ କରିଛନ୍ତି।
କୋରୋନା କାଳରେ ବ୍ରହ୍ମପୁର ଆଇ.ଟି.ଆଇ ର ବହୁ ବିଦ୍ୟାର୍ଥୀ ନିଯୁକ୍ତି ପାଇଥିବାବେଳେ ଗତ ଫେବୃଆରୀ ୧୭ ତାରିଖରେ ଅନୁଷ୍ଠାନର ୨୩୯ ଜଣ ବିଦ୍ୟାର୍ଥୀ ନିଯୁକ୍ତି ପାଇଥିବା ଯୋଗୁଁ ଏହାକୁ ନେଇ ବେଶ୍ ଉତ୍ସାହିତ ରହିଛନ୍ତି ବିଦ୍ୟାର୍ଥୀମାନେ । ତେବେ କମ୍ପାନୀରେ ନିଯୁକ୍ତି ପାଇଥିବା ବିଦ୍ୟାର୍ଥୀମାନଙ୍କର ମାସିକ ଦରମା ୧୯ ହଜାର ଟଙ୍କା ହୋଇଥିବା ଛାତ୍ରମାନେ ବେଶ୍ ଖୁସିଥିବା ଅନୁଷ୍ଠାନ ପକ୍ଷରୁ ପ୍ରେସ ରିଲିଜ୍ ମାଧ୍ୟମରେ ସୂଚନା ଦିଆଯାଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ