ETV Bharat / city

ଲକଡାଉନ କଟକଣା କଡାକଡି: ସକାଳ 6ରୁ ଦିନ 1ଟା ଯାଏଁ ଦୋକାନ ଖୋଲା

author img

By

Published : Jul 18, 2020, 10:29 AM IST

ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଗଞ୍ଜାମରେ ପାଳନ ହେବ ଲକଡାଉନ । ରାଜ୍ୟ ସରକାରଙ୍କ ପକ୍ଷରୁ ଗଞ୍ଜାମ ଜିଲ୍ଲା ପାଇଁ ଯେଉଁ ଲକଡାଉନ ନିୟମ ଜାରି କରାଯାଇଛି ତାହା ସମ୍ପୂର୍ଣ୍ଣ ଭାବରେ ଜିଲ୍ଲାରେ ଜାରି ରହିବ । ଅଧିକ ଖବର ପଢନ୍ତୁ...

ଲକଡାଉନ କଟକଣା କଡାକଡି; ସକାଳ 6ରୁ ଦିନ 1 ଟା ଯାଏଁ ଦୋକାନ ଖୋଲା

ବ୍ରହ୍ମପୁର: ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଗଞ୍ଜାମରେ ପାଳନ ହେବ ଲକଡାଉନ । ରାଜ୍ୟ ସରକାରଙ୍କ ପକ୍ଷରୁ ଗଞ୍ଜାମ ଜିଲ୍ଲା ପାଇଁ ଯେଉଁ ଲକଡାଉନ ନିୟମ ଜାରି କରାଯାଇଛି ତାହା ସମ୍ପୂର୍ଣ୍ଣ ଭାବରେ ଜିଲ୍ଲାରେ ଜାରି ରହିବ । ଜିଲ୍ଲାର କଣ୍ଟେନମେଣ୍ଟ ଜୋନ ବ୍ୟତୀତ ଅତ୍ୟାବଶ୍ୟକୀୟ ଦୋକାନ ସକାଳ 6 ଟା ଠାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଖୋଲାରହିବ । ଏହି ସମୟରେ ଜନସାଧାରଣ ଶୃଙ୍ଖଳାର ସହ କଟକଣାକୁ ପାଳନ କରିବାକୁ ଅନୁରୋଧ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ।

ବିନା ମାସ୍କରେ କେହି ବାହାରକୁ ନଯିବା ସହ ବଜାରରେ 6 ଫୁଟ ଦୂରରେ ରହିବାକୁ ପରାମର୍ଶ ଦେଇଛନ୍ତି । ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଣିବା ପାଇଁ ବାହାରକୁ ଗଲେ ଯଦି ସଂକ୍ରମିତ ହୁଅନ୍ତି ତେବେ ପରିବାରର ବୟସ୍କ ବ୍ୟକ୍ତି ଏବଂ ବିଭିନ୍ନ ରୋଗରେ ଆକ୍ରାନ୍ତ ରୋଗୀଙ୍କ ପାଇଁ ଏହା ବିପଦ ରହିଛି । ଏଣୁ ସମସ୍ତେ ଗହଳି ଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ।

ଇତିମଧ୍ୟରେ ଗଞ୍ଜାମରେ ପଜିଟିଭ ସଂଖ୍ୟା 4867 ରହିଛି । ସେଥିମଧ୍ୟରୁ ସୁସ୍ଥ ହୋଇ 3055 ଫେରିଥିବାବେଳେ ସୁସ୍ଥ ହେବାର ହାର ଇତିମଧ୍ୟରେ ୬୦.୦୧ ପ୍ରତିଶତ ରହିଥିବା କୁହାଯାଇଛି । ଏଥିପାଇଁ ଡାକ୍ତରଙ୍କ କୋଭିଡ କେୟାର, ଟାଟା ହସପିଟାଲରେ ଉଦ୍ୟମକୁ ପ୍ରଶଂସା କରିଛନ୍ତି ଜିଲ୍ଲାପାଳ ।

ସେହିପରି ଜିଲ୍ଲାରେ 43 ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଛି । ସେହିପରି ଜିଲ୍ଲାରେ ନିୟମିତ ଭାବରେ 750 ଜଣଙ୍କ ସ୍ବାବ ସଂଗ୍ରହ କରାଯାଉଥିବା ବେଳେ ରାପିଡ୍ ଆଣ୍ଟିଜେନ ଟେଷ୍ଟ ମଧ୍ୟ ଜାରି ରହିଛି । ଏଣୁ ଲକ୍ଷଣ ଦେଖାଦେଲେ ତୁରନ୍ତ ଜଣାଇବାକୁ ଆହ୍ବାନ ଦିଆଯାଇଛି । ଏଣୁ ସମସ୍ତେ ପ୍ରୋଟୋକଲକୁ ମାନିବା ସହ କୌଣସି ଲକ୍ଷଣ ଆସିବା ମାତ୍ରେ ନିକଟସ୍ଥ ଅଙ୍ଗନୱାଡି ଓ ଆଶା କର୍ମୀଙ୍କୁ ଅବଗତ କରାଇବାକୁ କୁହାଯାଇଛି।

ଜିଲ୍ଲାପାଳ ବ୍ରହ୍ମପୁର ଏମକେସିଜି ରେ କୌଣସି ସମସ୍ୟା ନଥିବା ଏବଂ ଏ ନେଇ ଡାକ୍ତରଙ୍କ ସହ ଆଲୋଚନା କରାଯାଇଥିବାବେଳେ ଲୋକଙ୍କୁ କିଭଳି ସୁସ୍ଥ କରି ଘରକୁ ପଠାଯିବ ସେ ନେଇ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଉଥିବା କହିଛନ୍ତି । ଇତି ମଧ୍ୟରେ "ଜିଲ୍ଲାର ସ୍ବାସ୍ଥ୍ୟ ରିପୋର୍ଟ ଦେଖିଲେ ପ୍ରାୟ 22 ହଜାର ସ୍ବାବ ସଂଗ୍ରହ କରାଯାଇଥିବା ବେଳେ ସେଥିରୁ ପ୍ରାୟ 19 ହଜାର ପରୀକ୍ଷା କରାଯାଇଛି । କୋଭିଡ ଚିକିତ୍ସା ପାଇଁ ବେଡର ଅଭାବ ନାହିଁ । ଏବେବି ଜିଲ୍ଲାର ଗ୍ରାମାଞ୍ଚଳ ପାଇଁ କୋଭିଡ୍ କେୟାର ହୋମ୍ ରେ 4200 ବେଡ୍ ବ୍ୟବସ୍ଥା କରାଯାଇଛି" ।

ଏଣୁ ଗ୍ରାମାଞ୍ଚଳ ସ୍ତରରେ ସିସିଏଚ୍ ରେ ପଜିଟିଭଙ୍କୁ ରଖି ଚିକିତ୍ସା କରିବା ବ୍ୟବସ୍ଥା ଆରମ୍ଭ ହୋଇଥିବାବେଳେ ଗ୍ରାମାଞ୍ଚଳ ସ୍ତରରେ କୋଭିଡ୍ ମ୍ୟାନେଜମେଣ୍ଟ ସହିତ ମାଇକ୍ରୋ ମ୍ୟାନେଜମେଣ୍ଟ କିପରି ହୋଇପାରିବ, ସେ ନେଇ ବିସ୍ତୃତ ଭାବରେ ଯୋଜନା କରାଯାଇଛି ବୋଲି କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.