ETV Bharat / city

ଖଲ୍ଲିକୋଟର ୧୦ ଗାଁ କଣ୍ଟେନମେଣ୍ଟ, ୨୨ ଗାଁ ବଫର ଜୋନ ଭାବେ ଘୋଷଣା - berhampur news

ଗଞ୍ଜାମର ଖଲିକୋଟ ବ୍ଲକରେ ୧୫ କୋରୋନା ଆକ୍ରାନ୍ତ ଚିହ୍ନଟ ପରେ ୧୦ଟି ଗ୍ରାମକୁ କଣ୍ଟେନମେଣ୍ଟ ଏବଂ ୨୨ଟି ଗ୍ରାମକୁ ବଫର ଜୋନ ଭାବରେ ଘୋଷଣା କରାଯାଇଛି । ଅଧିକ ପଢନ୍ତୁ...

ଖଲିକୋଟ ବ୍ଲକର ୧୦ ଗାଁକୁ କଣ୍ଟେନମେଣ୍ଟ ଓ ୨୨ ଗାଁକୁ ବଫର ଜୋନ ଭାବେ ଘୋଷଣା

author img

By

Published : Jun 7, 2020, 11:19 AM IST

Updated : Jun 7, 2020, 7:15 PM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକର 2ଟି ପଞ୍ଚାୟତରେ ୧୫ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ 2ଟି ପଞ୍ଚାୟତର ୧୦ଟି ଗ୍ରାମକୁ କଣ୍ଟେନମେଣ୍ଟ ଏବଂ ୨୨ଟି ଗ୍ରାମକୁ ବଫର ଜୋନ ଭାବରେ ଘୋଷଣା କରାଯାଇଛି । ଖଲ୍ଲିକୋଟ ବ୍ଲକର ବାଦପଲ୍ଲୀ ପଞ୍ଚାୟତରେ କୋରୋନା ସଙ୍ଗରୋଧ କେନ୍ଦ୍ରରେ ଥିବା ୧୨ ଜଣ ବ୍ୟକ୍ତିବିଶେଷଙ୍କ ଠାରୁ କୋରୋନା ଆକ୍ରାନ୍ତ ଚିହ୍ନଟ ପରେ ଏଭଳି ପଦକ୍ଷେପ ନିଆଯାଇଛି ।

ଖଲ୍ଲିକୋଟର ୧୦ ଗାଁ କଣ୍ଟେନମେଣ୍ଟ, ୨୨ ଗାଁ ବଫର ଜୋନ ଭାବେ ଘୋଷଣା

ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଏକ ନିର୍ଦ୍ଦେଶ ନାମାରେ ବଡପଲ୍ଲୀ ପଞ୍ଚାୟତର ଘୋଡ଼ାପଡ଼ା, ସିଆଳିପାଟ, କୁରୁମପୁର, ଗୁଣ୍ଡୁରିପଲ୍ଲୀ, ବଡ଼ପଲ୍ଲୀ, ସାନବଳା, ନୂଆପଲ୍ଲୀ, ଛକସିଂହ, ଦେବୀଝୋର ଭଳି 9ଟି ଗ୍ରାମକୁ ଏଭଳି କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରିଛନ୍ତି । ଏଥିସହ ଏହି ପଞ୍ଚାୟତ ସଂଲଗ୍ନ ୧୦ ଗୋଟି ଗ୍ରାମକୁ ମଧ୍ୟ ବଫର ଜୋନ ଭାବରେ ଘୋଷଣା କରାଯାଇଛି। ଠିକ ସେହିପରି ଆୟତିପୁର ପଞ୍ଚାୟତର ଅସ୍ଥାୟୀ ସଙ୍ଗରୋଧ କେନ୍ଦ୍ରରେ କାର୍ଯ୍ୟରତ ୩ ଜଣଙ୍କୁ କୋରୋନା ପଜିଟିଭ ଚିହ୍ନଟ ହେବା ପରେ ପଞ୍ଚାୟତର ବିରିପୁର ଗ୍ରାମକୁ ଜିଲ୍ଲାପାଳ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛନ୍ତି ।

ଖଲିକୋଟ ବ୍ଲକର ୧୦ ଗାଁକୁ କଣ୍ଟେନମେଣ୍ଟ ଓ ୨୨ ଗାଁକୁ ବଫର ଜୋନ ଭାବେ ଘୋଷଣା
ଖଲିକୋଟ ବ୍ଲକର ୧୦ ଗାଁକୁ କଣ୍ଟେନମେଣ୍ଟ ଓ ୨୨ ଗାଁକୁ ବଫର ଜୋନ ଭାବେ ଘୋଷଣା

ଏଥିସହ ଏହି ପଞ୍ଚାୟତର ୧୨ ନଅ ଗୋଟି ଗ୍ରାମକୁ ବଫର ଜୋନ ଭାବରେ ଘୋଷଣା କରାଯାଇଛି । ଏହି ଅବସରରେ ଖଲିକୋଟ ଅତିରିକ୍ତ ତହସିଲଦାର ଜ୍ୟୋର୍ତିମୟ ଦାସଙ୍କୁ କଣ୍ଟେନମେଣ୍ଟ ଜୋନର ନିର୍ବାହୀ ମାଜିଷ୍ଟ୍ରେଟ ଦାୟିତ୍ୱ ପ୍ରଦାନ କରାଯାଇଥିବା ବେଳେ ସ୍ଥାନୀୟ ଥାନା ଅଧିକାରୀଙ୍କ ପକ୍ଷରୁ ପଞ୍ଚାୟତକୁ ସଂଯୋଗ କରୁଥିବା ରାସ୍ତାରେ ଅସ୍ଥାୟୀ ଚେକ ପୋଷ୍ଟ କରିବାକୁ କୁହାଯାଇଛି । ଏହି ଅଞ୍ଚଳରେ ଯାତାୟତ ପାଇଁ ସଂପୂର୍ଣ୍ଣ ନିଷେଦ୍ଧ କରାଯିବା ସହ ଉକ୍ତ ଅଞ୍ଚଳ ମାନଙ୍କରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେବାକୁ ବ୍ଲକ ଉନ୍ନୟନ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି ।

ଗଞ୍ଜାମର ଖଲିକୋଟ ବ୍ଲକରେ ୧୫ କୋରୋନା ଆକ୍ରାନ୍ତ ଚିହ୍ନଟ

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Jun 7, 2020, 7:15 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.