ETV Bharat / city

ବାଇକ ଡିକି ଭାଙ୍ଗି ଲୁଟ୍ ଘଟଣାରେ ଅଭିଯୁକ୍ତ ଗିରଫ, ୩ ଲକ୍ଷ ୭୦ ହଜାର ଜବତ

author img

By

Published : Aug 23, 2021, 9:47 PM IST

ବ୍ରହ୍ମପୁର ପୋଲିସକୁ ମିଳିଛି ଆଉ ଏକ ବଡ ସଫଳତା । ଲୁଟ୍ ଘଟଣାରେ ଟଙ୍କା ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଅଧିକ ପଢନ୍ତୁ...

ବାଇକ ଡିକି ଭାଙ୍ଗି ଲୁଟ୍ ଘଟଣାରେ ଅଭିଯୁକ୍ତ ଗିରଫ, ୩ ଲକ୍ଷ ୭୦ ହଜାର ଜବତ
ବାଇକ ଡିକି ଭାଙ୍ଗି ଲୁଟ୍ ଘଟଣାରେ ଅଭିଯୁକ୍ତ ଗିରଫ, ୩ ଲକ୍ଷ ୭୦ ହଜାର ଜବତ

ବ୍ରହ୍ମପୁର: ବାଇକ୍ ଡିକି ଭାଙ୍ଗି ୪ଲକ୍ଷ ଲୁଟି ନେଲେ ଯୁବକ । ଏଭଳି ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ସହରର ବଡବଜାର ଥାନା ଅଞ୍ଚଳରେ । ସୂଚନାନୁଯାୟୀ ଏକ ମୋଟର ସାଇକେଲ ଡିକି ଭାଙ୍ଗି ଚାରି ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ଘଟଣାରେ ତଦନ୍ତ କରି ଜଣେ ଅଭିଯୁକ୍ତକୁ ଗିରଫ କରିବା ସହ ୩ ଲକ୍ଷ ୭୦ ହଜାର ଟଙ୍କା ସମେତ ଏକ ମୋଟର ସାଇକେଲକୁ ଜବତ କରିଛି ପୋଲିସ ।

ସୂଚନାନୁସାରେ ପୋଲିସ ଗତ ୨୦ ତାରିଖ ଦିନ ସହରର ବଡବଜାର ଥାନା ଅନ୍ତର୍ଗତ ଧାନମେରା ଅଞ୍ଚଳର ଅବସରପ୍ରାପ୍ତ ବି.ଏସ୍.ଏନ୍.ଏଲ୍ ବିଭାଗର କର୍ମଚାରୀ ବାବୁରାଓ ଘଡେଇଙ୍କ ଠାରୁ ଲୁଟ୍ ହୋଇଥିବା ନେଇ ଅଭିଯୋଗ ହୋଇଥିଲା ।

ତେବେ ସହରର ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାରୁ ଚାରି ଲକ୍ଷ ଟଙ୍କା ଉଠାଇ ଆଣିବା ସହିତ ନିଜର ଗାଡି ଡିକିରେ ଉକ୍ତ ଟଙ୍କାକୁ ରଖିଥିଲେ । ଏହାପରେ ସହରର ଏକ ବିଦେଶୀ ମଦ ଦୋକାନ ସମ୍ମୁଖରୁ ତାଙ୍କ ଗାଡି ଡିକି ଭାଙ୍ଗି ୪ ଲକ୍ଷ ଟଙ୍କା ଲୁଟ୍ ହୋଇଥିଲା ।

ଏନେଇ ପୋଲିସ ଘଟଣାର ତଦନ୍ତ କରି ଏହି ଘଟଣାରେ ସଂପୃକ୍ତ ଥିବା ଅଭିଯୋଗରେ ଗୋଳନ୍ଥରା ଥାନା ଅନ୍ତର୍ଗତ ସୋନପୁର ଅନନ୍ତରାୟପୁର ଅଞ୍ଚଳର ଏସ୍. ଦୀନବନ୍ଧୁ ରାଓଙ୍କୁ ଗିରଫ କରିବା ସହ ଉକ୍ତ ଟଙ୍କାକୁ ଜବତ କରିଛି । ତେବେ ଏହି ଲୁଟ୍ ଘଟଣାରେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ନେଇ ବ୍ରହ୍ମପୁର ଅତିରିକ୍ତ ଏସପି ପ୍ରଭାତ ରାଉତରାୟ ସୂଚନା ଦେଇଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.