ETV Bharat / city

ସୁନା ଦୋକାନରୁ କୋଟିଏରୁ ଊର୍ଦ୍ଧ୍ବ ଟଙ୍କାର ଅଳଙ୍କାର ଲୁଟ ଅଭିଯୋଗ - ଅଳଙ୍କାର ଲୁଟ

ମୟୂରଭଞ୍ଜ ଜିଲ୍ଲାର ବାରିପଦା ସହରରେ ଥିବା ଏକ ସୁନା ଦୋକାନରୁ କୋଟିଏ ଟଙ୍କା ମୂଲ୍ୟର ସୁନା ଅଳଙ୍କାର ଲୁଟ ହୋଇଛି । ଅଧିକ ପଢନ୍ତୁ...

ସୁନା ଦୋକାନରୁ କୋଟିଏରୁ ଊର୍ଦ୍ଧ୍ବ ଅଳଙ୍କାର ଲୁଟ ଅଭିଯୋଗ

author img

By

Published : Apr 12, 2021, 3:06 PM IST

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ବାରିପଦା ସହର ପୁରୁଣା ବସଷ୍ଟାଣ୍ଡ ନିକଟରେ ଥିବା ସୁନା ଦୋକାନରୁ କୋଟିଏରୁ ଊର୍ଦ୍ଧ୍ବ ମୂଲ୍ୟର ସୁନା ରୂପା ଅଳଙ୍କାର ସହ ନଗଦ 7 ଲକ୍ଷ ଟଙ୍କା ଲୁଟ ହୋଇଛି । ପୋଲିସ ଦୋକାନରେ ଲାଗିଥିବା ସିସିଟିଭି କ୍ୟାମେରା ଦେଖି ଟାଉନ ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି ।

ସୁନା ଦୋକାନରୁ କୋଟିଏରୁ ଊର୍ଦ୍ଧ୍ବ ଅଳଙ୍କାର ଲୁଟ ଅଭିଯୋଗ

ସୁନା ଦୋକାନରେ କଳା କନା ବୁଲାଇଛନ୍ତି ଦୃର୍ବୁତ୍ତ । ବାରିପଦା ଟାଉନ ଥାନା ଅନ୍ତର୍ଗତ ପୁରୁଣା ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଥିବା କେପିଡି ସନ୍ସ ଜୁଏଲାରୀ ଦୋକାନରୁ ସାତଲକ୍ଷ ନଗଦ ଟଙ୍କା ସହିତ ୩୦କେଜିର ରୂପା ଓ ୨.୫ କେଜି ସୁନା ଅଳଙ୍କାରକୁ ରବିବାର ରାତିର ଚୋରମାନେ ଚୋରି କରିନେଇଥିବା ଅଭିଯୋଗ ହୋଇଛି । ଗତକାଲି ରାତିରେ ଦୋକାନ ବନ୍ଦ କରି ଘରକୁ ଯିବା ପରେ ବିଳମ୍ବିତ ରାତ୍ରିରେ ଚୋରମାନେ ଏହି କାଣ୍ଡ ଘଟାଇଛନ୍ତି । ଦୋକାନ ମାଲିକ ସକାଳୁ ଦୋକାନ ଖୋଲିବା ପରେ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ । ଏହି ଦୋକାନଟି ପୁରୁଣା ବସଷ୍ଟାଣ୍ଡ ପାଖ ହୋଇଥିବାବେଳେ ସବୁବେଳେ ଲୋକଙ୍କ ଯିବା ଆସିବା ଲାଗି ରହିଥାଏ ।

ତେବେ ଏହାପରେ ମଧ୍ୟ ଚୋରମାନେ ଚତୁରତାର ସହିତ ଚୋରି କରିଛନ୍ତି । ଦୋକାନ ମାଲିକ ଚୋରି ସମ୍ପର୍କରେ ଜାଣିବା ପରେ ସଙ୍ଗେ ସଙ୍ଗେ ଟାଉନ ଥାନାକୁ ଖବର ଦେଇଥିଲେ । ଖବର ପାଇବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମାଲିକଙ୍କ ବୟାନ ଅଭିଯୋଗରେ ଦୋକାନର ସିସିଟିଭିକୁ ଆଧାର କରି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି । ତେବେ କିଭଳି ଭାବେ ଏଭଳି ଘଟଣା ଘଟିଛି ସେନେଇ ଏବେ ସନ୍ଦେହ କରାଯାଉଛି । ଚୋରମାନେ ଦୋକାନରେ ସିସିଟିଭି ଭାଙ୍ଗିଥିବା ବେଳେ ଦୋକାନର ଛାତ ଉପର ପଟୁ ଦୋକାନ ଭିତରକୁ ଭାଙ୍ଗି ପଶିଥିବା ସନ୍ଦେହ କରାଯାଉଛି । ସେପଟେ ଚୋରି ହୋଇଥିବା ଅଳଙ୍କାରର ମୋଟ ଆନୁମାନିକ ମୂଲ୍ୟ କୋଟିଏରୁ ଊର୍ଦ୍ଧ୍ବ ହେବ ବୋଲି ଆକଳନ କରାଯାଉଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.