ETV Bharat / city

ଅଜଣା ପିକଅପ ଭ୍ୟାନ ଧକ୍କାରେ 3 ଗାଈ ମୃତ, 2 ବାଛୁରୀ ଗୁରୁତର

ଅଜଣା ପିକଅପ୍ ଭ୍ୟାନ ଧକ୍କାରେ ତିନି ଗାଈ ମୃତ, ଦୁଇ ବାଛୁରୀ ଗୁରୁତର । ଏପରି ଦୁର୍ଘଟଣା ଘଟିଛି ତରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଜୋଡାମହୁଲ ଗ୍ରାମ ନିକଟସ୍ଥ ରାଇରଙ୍ଗପୁର-ବିଶୋଇ ରାଜ୍ୟ ରାଜପଥରେ । ଅଧିକ ପଢନ୍ତୁ...

ଅଜଣା ପିକଅପ ଭ୍ୟାନ ଧକ୍କାରେ 3 ଗାଇ ମୃତ, 2 ବାଛୁରୀ ଗୁରୁତର

author img

By

Published : Jun 1, 2021, 12:18 PM IST

ରାଇରଙ୍ଗପୁର: ଅଜଣା ପିକଅପ୍ ଭ୍ୟାନ ଧକ୍କାରେ ତିନି ଗାଈ ମୃତ, ଦୁଇ ବାଛୁରୀ ଗୁରୁତର । ଏପରି ଦୁର୍ଘଟଣା ଘଟିଛି ତରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଜୋଡାମହୁଲ ଗ୍ରାମ ନିକଟସ୍ଥ ରାଇରଙ୍ଗପୁର-ବିଶୋଇ ରାଜ୍ୟ ରାଜପଥରେ ।

ଅଜଣା ପିକଅପ ଭ୍ୟାନ ଧକ୍କାରେ 3 ଗାଇ ମୃତ, 2 ବାଛୁରୀ ଗୁରୁତର

ଗତକାଲି ରାତିରେ ଏକ ଅଜଣା ପିକଅପ ଭ୍ୟାନ, ରାସ୍ତାରେ ଥିବା ଗାଈ ଓ ବାଛୁରୀଙ୍କୁ ଧକ୍କା ଦେଇ ଦୃତ ଗତିରେ ପଳାଇ ଯାଇଥିଲା । ପରେ ଖବର ପାଇ ବଡାମତଳିଆ ସ୍ଥିତ ଅଗ୍ନିଶମ ବିଭାଗ ଓ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ । ଘଟଣାସ୍ଥଳରେ ତିନୋଟି ଗାଇଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇଟି ବାଛୁରୀ ଗୁରୁତର ଥିବାରୁ ଚିକିତ୍ସା ପାଇଁ ପଶୁ ଡାକ୍ତରଖାନାକୁ ପଠାଇଥିଲେ ।

ସେପଟେ ଦୁର୍ଘଟଣା ଘଟାଇ ଫେରାର ହୋଇ ଯାଇଥିବା ପିକଅପ ଭ୍ୟାନକୁ ଧରିବା ପାଇଁ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ପୋଲିସର ଉଦ୍ୟମ ଜାରି ରହିଛି । ଅନ୍ୟପଟେ ଗାଇ ଗୁଡ଼ିକୁ ହରାଇଥିବା ଗାଁ ଲୋକେ କ୍ଷତିପୂରଣ ଦାବି କରିଛନ୍ତି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡ଼ା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.