ETV Bharat / city

ପାଗ ପାଇଁ ତାଲା; ଅନିର୍ଦ୍ଦିଷ୍ଟକାଳ ଯାଏଁ ପର୍ଯ୍ୟଟକଙ୍କୁ ଶିମିଳିପାଳ ମନା - ପର୍ଯ୍ୟଟକଙ୍କ ପାଇଁ ବନ୍ଦ ହେଲା ଶିମିଳିପାଳ

ଚଳିତ ମାସ ପ୍ରଥମରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଥିବା ଶିମିଳିପାଳ ଅଭୟାରଣ୍ୟ ଖରାପ ପାଗ ପାଇଁ ପୁଣି ଥରେ ଅନିର୍ଦ୍ଦିଷ୍ଟକାଳ ପାଇଁ ବନ୍ଦ ହୋଇଛି । ଅଧିକ ପଢନ୍ତୁ

Shimlipal National Park
Shimlipal National Park
author img

By

Published : Nov 15, 2021, 5:22 PM IST

ବାରିପଦା: ଚଳିତ ମାସ ପ୍ରଥମରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଥିବା ଶିମିଳିପାଳ ଅଭୟାରଣ୍ୟ ଖରାପ ପାଗ ପାଇଁ ପୁଣି ଥରେ ଅନିର୍ଦ୍ଦିଷ୍ଟକାଳ ପାଇଁ ବନ୍ଦ ହୋଇଛି ।

ପାଗ ଦେଲା ଧକ୍କା; ଅନିର୍ଦ୍ଦିଷ୍ଟକାଳ ପାଇଁ ପର୍ଯ୍ୟଟକଙ୍କୁ ଶିମିଳିପାଳ ମନା

ଲଘୁଚାପ ଜନିତ ଅଦିନିଆ ବର୍ଷା ସାରାରାଜ୍ୟରେ ଲାଗି ରହିଥିବା ବେଳେ, ତାରି ପ୍ରଭାବରେ ଘନ କୁହୁଡି ମଧ୍ୟ ସକାଳୁ ଘନିଭୂତ ହେଉଛି । ଏଥିସହ ଅଭୟ୍ୟାରଣ୍ୟରେ ମଧ୍ୟ ପ୍ରବଳ ବର୍ଷା ହେଉଛି । ଯଦ୍ବାରା ଅଭୟ୍ୟାରଣ୍ୟକୁ ପର୍ଯ୍ୟଟକ ଯିବା ସୁରକ୍ଷିତ ନୁହେଁ । ଫଳରେ କୋଭିଡ କଟକଣା ମଧ୍ୟରେ ଦୀର୍ଘଦିନ ପରେ ଚଳିତ ମାସ ପ୍ରଥମରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଥିବା ଶିମିଳିପାଳ ଗେଟ ପୁଣି ଥରେ ପଡିଯାଇଛି ।

ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ବିଭାଗ ପକ୍ଷରୁ ଏନେଇ କୌଣସି ନୋଟିସ ଜାରି ହୋଇନଥିଲେ ମଧ୍ୟ ଖରାପ ପାଗ ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ତେବେ ପୁଣି ଥରେ କେବେ ଶିମିଳିପାଳ ଗେଟ ଖୋଲିବ ଓ କେବେ ପର୍ଯ୍ୟଟକ ଆସିବେ ତାହାର କୌଣସି ସୂଚନା ଦେଇ ନାହାଁନ୍ତି କର୍ତ୍ତୃପକ୍ଷ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.