ETV Bharat / city

ମୟୂରଭଞ୍ଜ ଜିଲ୍ଲାପାଳଙ୍କ ଗାଡି ଭଙ୍ଗାରୁଜା ଘଟଣା, ୯ ଗିରଫ - ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ଆକ୍ରମଣ ଖବର

ଗୃହ ନିର୍ମାଣ ବିବାଦକୁ ନେଇ ପ୍ରତିବାଦ ସମୟରେ ଜିଲ୍ଲାପାଳଙ୍କୁ ଘେରିବା ଏବଂ ତାଙ୍କ ଗାଡି ଭଙ୍ଗାରୁଜା ମାମଲାରେ 9 ଅଭିଯୁକ୍ତ ଗିରଫ । ଅଧିକ ପଢନ୍ତୁ

ଜିଲ୍ଲାପାଳଙ୍କ ଗାଡି ଭଙ୍ଗାରୁଜା ଘଟଣା, ୯ ଗିରଫ

author img

By

Published : Apr 24, 2022, 9:58 PM IST

ବାରିପଦା: ଗୃହ ନିର୍ମାଣ ବିବାଦକୁ ନେଇ ୧୮ ନମ୍ବର ଜାତୀୟ ରାଜପଥ ଅବରୋଧ ସମୟରେ ଜିଲ୍ଲାପାଳଙ୍କ ଗାଡି ଭଙ୍ଗାରୁଜା ଘଟଣାରେ ୯ ଜଣ ଗିରଫ । ପୋଲିସ ଆଜି(ରବିବାର) ମାମଲାରେ 9 ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଗତକାଲି(ଶନିବାର) କୁଳିଅଣା ଥାନା ଭଗବାନପୁର ପଞ୍ଚାୟତରେ ଘଟିଥିଲା ଏହି ଘଟଣା ।

ଜିଲ୍ଲାପାଳଙ୍କ ଗାଡି ଭଙ୍ଗାରୁଜା ଘଟଣା, ୯ ଗିରଫ

ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଭଗବାନପୁର ଗ୍ରାମପଞ୍ଚାୟତର ନୂତନ ଗୃହ ନିର୍ମାଣକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଦେଖା ଦେଇଥିଲା । ପରେ ଉତ୍ତ୍ୟକ୍ତ ଲୋକେ ୧୮ ନମ୍ବର ଜାତୀୟ ରାଜପଥ ସୌରୀ ଛକ ନିକଟରେ ରାଜରାସ୍ତା ଅବରୋଧ କରିଥିଲେ । ଏହି ସମୟରେ ଜିଲ୍ଲାପାଳ ବ୍ୟକ୍ତିଗତ କାର୍ଯ୍ୟରେ ସେହି ରାସ୍ତା ଦେଇ ବାଙ୍ଗରିପୋଷି ଅଭିମୁଖେ ଯାଉଥିବାବେଳେ ଉତ୍ତ୍ୟକ୍ତ ଲୋକେ ଜିଲ୍ଲାପାଳଙ୍କ ଗାଡିକୁ ଅଟକାଇ ଭଙ୍ଗାରୁଜା କରିଥିଲେ ।

ଜିଲ୍ଲାପାଳ ଭୀନିତ ଭରଦ୍ୱାଜ ଅଳ୍ପକେ ବର୍ତ୍ତିଯାଇଥିଲେ ମଧ୍ୟ ଘଟଣାର ଭିଡ଼ିଓ ଫୁଟେଜକୁ ଆଧାର କରି କୁଳିଅଣା ପୋଲିସ ୯ ଜଣଙ୍କୁ ଗିରଫ କରିଛି । ସଦର ଏସଡିପିଓ କେ.କେ ହରିପ୍ରସାଦ କହିଛନ୍ତି ଯେ, ମାମଲାର ତଦନ୍ତ ଜାରି ରହିଛି, ଆଗକୁ ଅନ୍ୟ ଅଭିଯୁକ୍ତମାନେ ମଧ୍ୟ ଗିରଫ ହେବେ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.