ETV Bharat / city

ନାଏବ ସୁବେଦାର ନୁଦୁରାମଙ୍କୁ ମରଣୋତ୍ତର ବୀରଚକ୍ର; ସମ୍ମାନ ଗ୍ରହଣକଲେ ପତ୍ନୀ

ବୀରଚକ୍ର ଗ୍ରହଣ କଲେ ରାଇରଙ୍ଗପୁର ମାଟିର ବୀର ପୁତ୍ର ଶହୀଦ ନୁଦୁରାମ ସୋରେନଙ୍କ ଧର୍ମପତ୍ନୀ। ଅଧିକ ପଢନ୍ତୁ

author img

By

Published : Nov 23, 2021, 8:45 PM IST

Vir Chakra to Naib Subedar Naduram Soren

ରାଇରଙ୍ଗପୁର: "ବୀରଚକ୍ର’ ଗ୍ରହଣ କଲେ ରାଇରଙ୍ଗପୁର ମାଟିର ବୀର ପୁତ୍ର ଶହୀଦ ନୁଦୁରାମ ସୋରେନଙ୍କ ଧର୍ମପତ୍ନୀ। ଆଜି (ମଙ୍ଗଳବାର) ନୂଆଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନର ଦରବାର ହଲରେ ଆୟୋଜିତ ଉତ୍ସବରେ ମୟୂରଭଞ୍ଜ ଜିଲ୍ଲାର ନାଏବ ସୁବେଦାର ନୁଦୁରାମ ସୋରେନଙ୍କୁ ମରଣୋତ୍ତର ‘ବୀର ଚକ୍ର’ ସମ୍ମାନରେ ସମ୍ମାନିତ କରିଛନ୍ତି ସୁ୍ପ୍ରିମ କମାଣ୍ଡର ତଥା ରାଷ୍ଟ୍ରପତି ରାମନାଥ କୋବିନ୍ଦ ।

ରାଷ୍ଟ୍ରପତିଙ୍କ ଠାରୁ ‘ବୀର ଚକ୍ର’ ଗ୍ରହଣ କରିଛନ୍ତି ଶହୀଦ ନୁଦୁରାମଙ୍କ ପତ୍ନୀ । ଗତ ବର୍ଷ ଗଲୱାନ ଘାଟିରେ ବୀରତ୍ବର ସହ ଶତ୍ରୁ ସେନା ସହ ଲଢି ଦେଶମାତୃକାର ସୁରକ୍ଷା ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିଲେ ନୁଦୁରାମ ସୋରେନ ।

ନାଏବ ସୁବେଦାର ନୁଦୁରାମଙ୍କୁ ମରଣୋତ୍ତର ବୀରଚକ୍ର ସମ୍ମାନ; ସମ୍ମାନ ଗ୍ରହଣକଲେ ପତ୍ନୀ

ଗତ ବର୍ଷ ଜୁନ ୧୫ ରେ ଗଲୱାନ ଘାଟିରେ ହୋଇଥିବା ସଂଘର୍ଷରେ ଦେଶର 20 ଜଣ ଯବାନ ହୋଇଥିଲେ ଶହୀଦ । ଯେଉଁମାନଙ୍କ ମଧ୍ୟରେ ଥିଲେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବଡ ଚମ୍ପାଉଦା ଗ୍ରାମର ବୀର ପୁତ୍ର ନାଏବ ସୁବେଦାର ନୁଦୁରାମ ସୋରେନ । ଦେଶ ମାତୃକାର ସେବା ଓ ସୁରକ୍ଷା ପାଇଁ ନିଜର ଅନ୍ତିମ ନିଶ୍ବାସ ପର୍ଯ୍ୟନ୍ତ ବୀରତ୍ବର ସହ ଲଢେଇ କରିଥିଲେ ନୁଦୁରାମ ।

ନାଏବ ସୁବେଦାର ନୁଦୁରାମ ସୋରେନ 1997 ମସିହାରେ 16 ବିହାର ରେଜିମେଣ୍ଟରେ ନାଏବ ସୁବେଦାର ଭାବେ କାର୍ଯ୍ୟରତ ଥିଲେ ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.