ETV Bharat / city

ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଗିରଫ

author img

By

Published : Nov 15, 2020, 7:50 PM IST

ମୟୂରଭଞ୍ଜ ଜିଲ୍ଲା ବାରିପଦା ସହର ଷ୍ଟେସନ ବଜାର ଅଞ୍ଚଳରେ ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗରେ ଜଣେ ଯୁବକ ଗିରଫ ହୋଇଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...

ନାବାଳିକା ଶିଶୁକୁ ଦୁଷ୍କର୍ମ ଅଭିଯୋଗ
ନାବାଳିକା ଶିଶୁକୁ ଦୁଷ୍କର୍ମ ଅଭିଯୋଗ

ବାରିପଦା: ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ । ଏଭଳି ସମ୍ବେଦନଶୀଳ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବାରିପଦା ସହର ଷ୍ଟେସନ ବଜାର ଅଞ୍ଚଳରେ । ଅଭିଯୁକ୍ତ ଯୁବକ ହେଲେ ବାରିପଦା ଟାଉନ ଥାନା ଅନ୍ତର୍ଗତ ସୁନାମୁହିଁ ଅଞ୍ଚଳର ଶିବ ସିଂ ।

ନାବାଳିକା ଶିଶୁକୁ ଦୁଷ୍କର୍ମ ଅଭିଯୋଗ

ସୂଚନା ଅନୁସାରେ, ଅଭିଯୁକ୍ତ ଜଣଙ୍କ ପୂର୍ବରୁ ଶିଶୁକନ୍ୟା ଘରକୁ ଯିବା ଆସିବା କରୁଥିଲେ । ତେବେ ଦୀପାବଳିରେ ଶିଶୁ କନ୍ୟାକୁ ବୁଲାଇବାକୁ କହି ଘରୁ ବଜାରକୁ ନେଇ ଯାଇଥିଲା । ସେପଟେ ବଜାରକୁ ନନେଇ ନିକଟସ୍ଥ ମଞ୍ଚାବନ୍ଧା ଜଙ୍ଗଲକୁ କୁକର୍ମ କରିବାର ଚିନ୍ତା କରି ନେଇଯାଇଥିଲା ଯୁବକ ।

କିଛି ସମୟ ପରେ ଘରେ ଶିଶୁ କନ୍ୟାକୁ ଛାଡିଲା ପରେ ଘଟଣା ସମ୍ପର୍କରେ ପରିବାର ଲୋକେ ଜାଣିବାକୁ ପାଇଥିଲେ ଏବଂ ବାରିପଦା ଟାଉନ ଥାନାରେ ବିଳମ୍ବିତ ରାତିରେ ଏକ ମାମଲା ରୁଜୁ କରିଥିଲେ । ପୋଲିସ ଅଭିଯୋଗ ଅନୁସାରେ ଯୁବକଙ୍କୁ ଗିରଫ କରି ଥାନାରେ ପଚରା ଉଚାର କରୁଥିବା ଜଣାପଡିଛି । ଶିଶୁ କନ୍ୟା ଓ ଅଭିଯୁକ୍ତ ଉଭୟଙ୍କୁ ଡାକ୍ତରୀ ପରୀକ୍ଷା ପରେ ଉକ୍ତ ଯୁବକକୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.