ETV Bharat / city

ବାରିପଦା ସହରରେ ଗଜରାଜଙ୍କ ରାଜ, ଲୋକେ ଭୟଭୀତ - ବାରିପଦା

ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରରେ ହାତୀ ବୁଲୁଥିବା ଦେଖିବାକୁ ମିଳିଛି ।

elephant enter in baripada town
ବାରିପଦା ସହରରେ ଗଜରାଜର ରାଜ
author img

By

Published : Aug 24, 2020, 7:33 AM IST

ବାରିପଦା: ସହରରେ ଗଜାନନଙ୍କ ରାଜ । ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରରେ ହାତୀ ବୁଲୁଥିବା ଦେଖିବାକୁ ମିଳିଛି ।

ସୋମବାର ଭୋର ସମୟରେ ଦେଉଳି ରେଞ୍ଜ ଲକ୍ଷ୍ମୀପୋଷି ଅଞ୍ଚଳରୁ ଏକ ଦନ୍ତା ହାତୀ ଦରଗାଡାହି ଗୋଳେଇ ଦେଇ ସହର ଉପକଣ୍ଠରେ ପଶିଥିଲା । ହାତୀଟିକୁ ଦେଖି ସହରରେ ପ୍ରାତ ଭ୍ରମଣରେ ବାହାରିଥିବା ଲୋକେ ଭୟଭୀତ ହୋଇଥିଲେ। ବନବିଭାଗ ପକ୍ଷରୁ ଡାକ ବାଜି ଯନ୍ତ୍ର ସାହାଯ୍ୟରେ ହାତୀ ସହରରେ ପଶିଥିବା ନେଇ ସତର୍କ ସୂଚନା ଦିଆଯାଇଥିଲା।

ଦନ୍ତା ହାତୀଟି ଦରଗାଡାହି ଗୋଳେଇ ଦେଇ ସହର ଉପକଣ୍ଠରେ ପ୍ରବେଶ କରିବା ସହ ୧୮ ନମ୍ବର ଜାତୀୟ ରାଜପଥରେ ଯାଇ ମୂର୍ଗାବାଡ଼ି ଗୋଲେଇ, ଦାମଦରପୁର, ଗାଙ୍ଗରାଜ ଅଞ୍ଚଳରେ ରହିଥିବା ଜଣାପଡିଛି। ଏପଟେ ବନବିଭାଗର କର୍ମଚାରୀ ହାତୀ ଘଉଡାଇବା ପାଇଁ ଚେଷ୍ଟା ଜାରି ରଖିଥିବା ଜଣାପଡ଼ିଛି।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.