ETV Bharat / city

ହୋଲଡିଂ ଟ୍ୟାକ୍ସ ହ୍ରାସ ଦାବିରେ ନଗରପାଳଙ୍କୁ ଭେଟିଲା ଭଞ୍ଜସେନା - ନଗରପାଳଙ୍କୁ ଭେଟିଲା ଭଞ୍ଜସେନା

ବାରିପଦା ପୌରପରିଷଦ ଟିକସଦାତାଙ୍କ ପକ୍ଷରୁ ଟିକସ ବୃଦ୍ଧିର ପ୍ରତ୍ୟାହାର ଦାବିରେ ଏକ ପ୍ରତିନିଧି ଦଳ ସଭାପତି ପିଣ୍ଟୁ ମାଇତିଙ୍କ ନେତୃତ୍ବରେ ଭେଟିଥିଲେ। କରୋନା ମହାମାରୀରେ ଅର୍ଥନୀତି ରସାତଳଗାମୀ ହୋଇଛି। ଶ୍ରମିକ, କୃଷକ, ବ୍ୟବସାୟୀ, ସାଧାରଣ ପରିବାରଙ୍କ ଆର୍ଥିକ ମେରୁଦଣ୍ଡ ଉପରେ ଶକ୍ତ ଆଘାତ ଲାଗିଛି । ଅଧିକ ପଢନ୍ତୁ

ହୋଲଡିଂ ଟ୍ୟାକ୍ସ ହ୍ରାସ ଦାବିରେ ନଗରପାଳଙ୍କୁ ଭେଟିଲା ଭଞ୍ଜସେନା
vv
author img

By

Published : May 20, 2022, 10:50 PM IST

ବାରିପଦା: ବାରିପଦା ପୌରପାଳିକା ଅଞ୍ଚଳରେ ମାତ୍ରାଧିକ ହୋଲଡିଂ ଟିକସ ବୃଦ୍ଧିକୁ ଦୃଢ ବିରୋଧକରି ଭଞ୍ଜସେନା ପକ୍ଷରୁ ଏକ ପ୍ରତିନିଧି ଦଳ ନଗରପାଳଙ୍କୁ ଭେଟି ଆଲୋଚନା କରିଛନ୍ତି। ବାରିପଦା ପୌରପରିଷଦ ଟିକସଦାତାଙ୍କ ପକ୍ଷରୁ ଟିକସ ବୃଦ୍ଧିର ପ୍ରତ୍ୟାହାର ଦାବିରେ ଏକ ପ୍ରତିନିଧି ଦଳ ସଭାପତି ପିଣ୍ଟୁ ମାଇତିଙ୍କ ନେତୃତ୍ବରେ ଭେଟିଥିଲେ। କରୋନା ମହାମାରୀରେ ଅର୍ଥନୀତି ରସାତଳଗାମୀ ହୋଇଛି। ଶ୍ରମିକ, କୃଷକ, ବ୍ୟବସାୟୀ, ସାଧାରଣ ପରିବାରଙ୍କ ଆର୍ଥିକ ମେରୁଦଣ୍ଡ ଉପରେ ଶକ୍ତ ଆଘାତ ଲାଗିଛି।

ହୋଲଡିଂ ଟ୍ୟାକ୍ସ ହ୍ରାସ ଦାବିରେ ନଗରପାଳଙ୍କୁ ଭେଟିଲା ଭଞ୍ଜସେନା

ସରକାରଙ୍କର ଅନିୟନ୍ତ୍ରିତ ବଜାରର ମୂଲ୍ୟବୃଦ୍ଧି ଯୋଗୁଁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ, ପେଟ୍ରୋଲ-ଡିଜେଲ-ରନ୍ଧନ ଗ୍ୟାସ , କପଡା, ଜୀବନରକ୍ଷାକାରୀ ଔଷଧ, ପନିପରିବା ଇତ୍ୟାଦିର ଅହେତୁକ ଦରବୃଦ୍ଧି ଫଳରେ ଜନତା ତ୍ରାହି ତ୍ରାହି ଡାକୁଛନ୍ତି। ବେରୋଜଗାର ବହୁଗୁଣିତ ହୋଇଛି, ନୂତନ କର୍ମ ସଂସ୍ଥାନ ବନ୍ଦ, ମଣିଷ ଦ୍ଵାରା ମଣିଷର ଶୋଷଣ ବଢି ଚାଲିଛି।

ରିଜର୍ଭ ବ୍ୟାଙ୍କର ରିପୋର୍ଟ ଅନୁସାରେ ଆୟ ଉପରେ ଅଙ୍କୁଶ ଲାଗିଛି। କୋଭିଡ ପରେ ଲୋକେ ଆହାର ବନ୍ଦୋବସ୍ତ କରିବାକୁ ଟଣାଟଣି ହେଉଛନ୍ତି। କୋଭିଡ କ୍ଷତାକ୍ତ ଅର୍ଥନୀତିକୁ ଭରଣା ପରି ଘଡିସନ୍ଧି ସମୟରେ ବାରିପଦା ପୌରପରିଷଦ ପକ୍ଷରୁ ହୋଲଡିଂ ଟିକସକୁ ବହୁଗୁଣିତ କରି ଟିକସ ଆଦାୟ କରିବା ପ୍ରତିବାଦରେ ଏବଂ ଟିକସ ବୃଦ୍ଧିର ପ୍ରତ୍ୟାହାରକୁ ନେଇ ଦାବି ଜଣାଇଥିଲେ। ହ୍ରାସ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ତ୍ବରାନ୍ବିତ କରିବାକୁ ସର୍ବସମ୍ମତ ନିଷ୍ପତ୍ତି ନିଆଯାଇଛି। ଯଥାଶୀଘ୍ର ଏହି ଟିକସ ପ୍ରତ୍ୟାହାର ପାଇଁ ପଦକ୍ଷେପ ଗ୍ରହଣ ନକରନ୍ତି ତେବେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଦଳ ପକ୍ଷରୁ ସଭାପତି କହିଛନ୍ତି ।

ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.