ETV Bharat / city

Municipal Election: ପ୍ରସ୍ତୁତି ଶେଷ, ରାତି ପାହିଲେ ପଡିବ ଭୋଟ

ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରରେ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଶେଷ । ଇଭିଏମରେ ପହଞ୍ଚିଲେ ପ୍ରିଜାଇଡିଂ ଅଫିସର । ଅଧିକ ପଢନ୍ତୁ

author img

By

Published : Mar 23, 2022, 9:10 PM IST

ପୌର ନିର୍ବାଚନ ପାଇଁ ବାରିପଦାରେ ପ୍ରସ୍ତୁତି ଶେଷ, ରାତି ପାହିଲେ ପଡିବ ଭୋଟ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରରେ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଶେଷ । ଆସନ୍ତାକାଲି(ଗୁରୁବାର) ବାରିପଦାର ୨୮ ଟି ଓ୍ୱାର୍ଡର ୮୨ ହଜାର ୨୨୨ ମତଦାତା ମତଦାନ କରିବେ । ଗତକାଲି (ମଙ୍ଗଳବାର) ନିର୍ବାଚନୀ ପ୍ରଚାର ଶେଷ ହେବା ପରେ ପ୍ରସ୍ତୁତି ଆରମ୍ଭ କରିଦେଇଛି ପ୍ରଶାସନ ।

ଆସନ୍ତାକାଲି ସକାଳ ୮ଟା ରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ବାରିପଦାର ୨୮ଟି ଓ୍ୱାର୍ଡର ୮୨ହଜାର ୨୨୨ ମତଦାତା ମତଦାନ କରିବେ । ଏହି ୨୮ ଓ୍ୱାର୍ଡରେ ୮୨ ଟି ବୁଥ ପାଇଁ ଇ.ଭି.ଏମ. ସହିତ ଆନୁସାଙ୍ଗିକ ବ୍ୟବସ୍ଥା କରାଯାଇଛି । ସ୍ଥାନୀୟ ବାରିପଦା କଲେଜକୁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଷ୍ଟ୍ରଙ୍ଗରୁମ ଭାବରେ ବ୍ୟବହାର କରୁଛି ପ୍ରଶାସନ । ଆଜି ୮ ଟି କାଉଣ୍ଟରରୁ ଏହି ୮୨ଟି ବୁଥ ପାଇଁ ଦାୟିତ୍ୱରେ ଥିବା ପ୍ରିଜାଇଡିଂ ଅଫିସରମାନେ ଇଭିଏମ ସହିତ ଅନ୍ୟାନ୍ୟ ସାମଗ୍ରୀ ଗ୍ରହଣ କରି ନିଜ ନିଜ ବୁଥରେ ପହଞ୍ଚିଛନ୍ତି ।

ପ୍ରଶାସନ ପକ୍ଷରୁ ଶାନ୍ତିପୂର୍ଣ୍ଣ ମତଦାନ ପାଇଁ ଜିଲ୍ଲା ପୋଲିସ ମଧ୍ୟ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରିଛି । ୮୨ ଟି ବୁଥରେ ଜଣେ ଲେଖାଏଁ ପୋଲିସ କର୍ମୀ ଆଜି ଠାରୁ ମୁତୟନ ହୋଇଛନ୍ତି । ତେବେ ଯେଉଁ ପରିସରରେ ଏକାଧିକ ବୁଥ୍ କରାଯାଇଛି ସେଠାରେ ଅଧିକ ପୋଲିସ ବ୍ୟବସ୍ଥା ହୋଇଛି । ତା ସହିତ ୫ଟି ମୋବାଇଲ ଟିମ୍ ପୁରା ସହର ବୁଲି ସ୍ଥିତି ତର୍ଜମା କରିବେ । ପୁରା ମତଦାନ ଶାନ୍ତିପୂର୍ଣ୍ଣ ହେବ ବୋଲି ଆଶା ରଖିଛନ୍ତି ବାରିପଦା ଆଡିସନାଲ ଏସ.ପି ସୁରେଶ ଚନ୍ଦ୍ର ପାତ୍ର ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.