ETV Bharat / city

ବୁଢାବଳଙ୍ଗରୁ ୧୭ କୋଟି ବାଲି ଚୋରା ଚାଲାଣ ଘଟଣା: ନିଲମ୍ବନ ହେଲେ ବଡସାହି ତହସିଲଦାର

author img

By

Published : May 8, 2022, 3:18 PM IST

ମୟୂରଭଞ୍ଜ ଜିଲ୍ଲାର ବହୁ ଚର୍ଚ୍ଚିତ ବଡସାହି ତହସିଲ ଅନ୍ତର୍ଗତ ବୁଢାବଳଙ୍ଗ ନଦୀରୁ ବାଲି ଚୋରା ଚାଲାଣ ଘଟଣାରେ ନିଲମ୍ବିତ ହୋଇଛନ୍ତି ତହସିଲଦାର । ଅଧିକ ପଢନ୍ତୁ

ନିଲମ୍ବନ ହେଲେ ବଡସାହି ତହସିଲଦାର
ନିଲମ୍ବନ ହେଲେ ବଡସାହି ତହସିଲଦାର

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ବହୁ ଚର୍ଚ୍ଚିତ ବଡସାହି ତହସିଲ ଅନ୍ତର୍ଗତ ବୁଢାବଳଙ୍ଗ ନଦୀରୁ ବାଲି ଚୋରା ଚାଲାଣ ଘଟଣା ରେ ନିଲମ୍ବିତ ହୋଇଛନ୍ତି ତହସିଲଦାର । ବୁଢାବଳଙ୍ଗ ନଦୀର ଆରପଟା ଓ ଡିଙ୍ଗିରା ବାଲିଘାଟରୁ ବେଆଇନ ବାଲି ଚାଲାଣ ମାମଲାରେ ଲିଜଧାରୀ ପ୍ରଦୀପ ବିନ୍ଧାଣୀଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟତମ ଅଭିଯୁକ୍ତ ବଡସାହି ତହସିଲଦାର ମମତାଜ ମହାରଣାଙ୍କର ପତ୍ତା ମିଳୁନି । ଜାତୀୟ ସବୁଜ ପ୍ରାଧିକରଣଙ୍କ (NGT) ନିର୍ଦ୍ଦେଶକ୍ରମେ ଏହି ଘଟଣାରେ କେସ୍‌ ନଂ ୧୧୪/୨୨ ଓ ୧୧୫/୨୨ରେ ଦୁଇଟି ମାମଲା ରୁଜୁ ହୋଇଛି ।

ବୁଢାବଳଙ୍ଗରୁ ୧୭ କୋଟି ବାଲି ଚୋରା ଚାଲାଣ ଘଟଣା: ନିଲମ୍ବନ ହେଲେ ବଡସାହି ତହସିଲଦାର

ଜିଲ୍ଲାପାଳଙ୍କ ବିନା ଅନୁମତିରେ ଜିଲ୍ଲା ମୁଖ୍ୟାଳୟ ଛାଡି ପାରିବେ ନାହିଁ ବୋଲି ନିର୍ଦ୍ଦେଶ ଥିଲେ ମଧ୍ୟ ତହସିଲଦାର ମମତାଜ ମହାରଣା ଏପ୍ରିଲ ୩୦ ତାରିଖଠାରୁ ଫେରାର ହୋଇ ଯାଇଛନ୍ତି । ବିନା ଅନୁମତିରେ କାର୍ଯ୍ୟାଳୟରେ ଅନୁପସ୍ଥିତ ରହିବାରୁ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳ ବିନୀତ ଭରଦ୍ବାଜ ସୁପାରିଶ କରିଥିଲେ । ଏନେଇ ରାଜ୍ୟ ସରକାରଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଚିଠି ନଂ ଆରଡିଏମ ଡିପିପିଏମ-୦୦୦୫-୨୦୨୨/୧୪୫୦୨/୬.୫.୨୦୨୨ରେ ତହସିଲଦାରଙ୍କୁ ନିଲମ୍ବନ କରାଯାଇଥିବା ସଂକ୍ରାନ୍ତରେ ଚିଠି ଜାରି କରିଛନ୍ତି ।

ଅନ୍ୟପକ୍ଷରେ ଏହି ମାମଲା‌ରେ ଗିରଫ ହୋଇ ବର୍ତ୍ତମାନ ବିଚାର ବିଭାଗୀୟ ହାଜତରେ ଥିବା‌ ଲିଜଧାରୀ ବେତନଟୀ ବ୍ଲକ ଡାହିସାହିର ପ୍ରଦୀପ ବିନ୍ଧାଣୀଙ୍କୁ ଅଧିକ ପଚରାଉଚରା ପାଇଁ ବଡସାହି ଥାନା ପୁଲିସ ରିମାଣ୍ଡରେ ଆଣିବ ବୋଲି କୁହାଯାଉଛି । ଉଲ୍ଲେଖଥାଉକି, ଆରପଟା ଓ ଡିଙ୍ଗିରା ବାଲିଘାଟରୁ ପ୍ରାୟ ୧୭ କୋଟି ଟଙ୍କାର ବାଲି ଚୋରା ଚାଲାଣ ମାମଲାରେ ଏନଜିଟି କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ଆସିଷ୍ଟାଣ୍ଟ କଲେକ୍ଟର ଗୀତା ମୁର୍ମୁ ଲିଜଧାରୀ ପ୍ରଦୀପ ବିନ୍ଧାଣୀ ଓ ବଡସାହି ତହସିଲଦାର ମମତାଜ ମହାରଣାଙ୍କ ନାଁରେ ଏତଲା ଦେବା ପରେ ଦୁଇଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି । ରୋଚକ କଥା ହେଉଛି, ବାଲି ଦୁର୍ନୀତି ପାଇଁ ଲିଜଧାରୀ ପ୍ରଦୀପ ତହସିଲଦାରଙ୍କ ଉପରକୁ ଆଙ୍ଗୁଳି ନିର୍ଦେଶ କରିବା ସହ ତାଙ୍କ ବିରୋଧରେ ଉଚ୍ଚ ନ୍ୟାୟାଳୟର ମଧ୍ୟ ଦ୍ବାରସ୍ଥ ହୋଇଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.