ETV Bharat / city

ଅବହେଳିତ ଅବସ୍ଥାରେ ଦ୍ବିତୀୟ ବିଶ୍ବଯୁଦ୍ଧର ମୂକସାକ୍ଷୀ ଅମର୍ଦ୍ଦା ଏୟାରଷ୍ଟ୍ରିପ୍‌ - second World War

ଦ୍ଵିତୀୟ ବିଶ୍ଵଯୁଦ୍ଧର ମୂକସାକ୍ଷୀ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକରେ ଥିବା ଅମର୍ଦ୍ଦା ଏୟାରଷ୍ଟ୍ରିପ ଏବେ ଅବହେଳିତ ଅବସ୍ଥାରେ ରହିଛି । ତେବେ ବର୍ତ୍ତମାନ ପରିସ୍ଥିତିରେ ଭାରତ-ଚୀନ ମୁହାଁମୁହିଁ ହେଉଥିବାବେଳେ ଏସିଆ ମହାଦେଶର ଏହି ସର୍ବବୃହତ ଏୟାରଷ୍ଟ୍ରିପକୁ ପୁନରୁଦ୍ଧାର ପାଇଁ ଦାବି କରାଯାଉଛି । ଅଧିକ ପଢନ୍ତୁ...

ଅବହେଳିତ ଅବସ୍ଥାରେ ଦ୍ବିତୀୟ ବିଶ୍ବଯୁଦ୍ଧର ମୂକସାକ୍ଷୀ ଅମର୍ଦ୍ଦା ଏୟାରଷ୍ଟ୍ରିପ୍‌

author img

By

Published : Jul 21, 2020, 11:51 AM IST

ବାରିପଦା: ଅବହେଳିତ ଅବସ୍ଥାରେ ରହିଛି ଦ୍ବିତୀୟ ବିଶ୍ଵଯୁଦ୍ଧର ମୂକସାକ୍ଷୀ ତଥା ଏସିଆ ମହାଦେଶର ସର୍ବବୃହତ ଏୟାରଷ୍ଟ୍ରିପ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁରର ଅମର୍ଦ୍ଦା ଏୟାରଷ୍ଟ୍ରିପ । ପାଖାପାଖି 600 ଏକର ଜମିରେ ନିର୍ମିତ ହୋଇଥିବା ଏହି ଏୟାରଷ୍ଟ୍ରିପ୍‌ ଏବେ ବିପର୍ଯ୍ୟସ୍ତ ଅବସ୍ଥାରେ ପଡିରହିଛି ।

ଅବହେଳିତ ଅବସ୍ଥାରେ ଦ୍ବିତୀୟ ବିଶ୍ବଯୁଦ୍ଧର ମୂକସାକ୍ଷୀ ଅମର୍ଦ୍ଦା ଏୟାରଷ୍ଟ୍ରିପ୍‌

1938 ମସିହାରେ 3 କୋଟି ଟଙ୍କା ବ୍ୟୟରେ ଆରମ୍ଭ ହୋଇଥିଲା ଏହି ଏୟାରଷ୍ଟ୍ରିପ୍‌ । ଯାହା 1940ରେ ସମ୍ପୂର୍ଣ୍ଣ ହୋଇଥିଲା । 11 ହଜାର ଫୁଟ୍‌ ବା ପାଖାପାଖି ସାଢେ 3 କିଲୋମିଟରର ରନୱେ ଏଠାରେ ଥିବାବେଳେ ଦ୍ବିତୀୟ ବିଶ୍ବଯୁଦ୍ଧରେ ଜାପାନ ବିରୋଧରେ ଯୁଦ୍ଧ ସମୟରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରଥିଲା ।

ହେଲେ ଏବେ ଏହା ଐତିହାସିକ, ଗବେଷକ ଓ ସରକାରଙ୍କ ନଜର ଆଢୁଆଳରେ ରହିଯାଇଛି । ଯାହା ଏୟାରଷ୍ଟ୍ରିପ୍‌ର ବିପର୍ଯ୍ୟସ୍ତ ଅବସ୍ଥା ଦେଖିଲେ ଜଣାପଡେ । ରନୱେରେ ଗଛ ଉଠିବା ସହ ଚାରିଆଡେ ବଣବୁଦା ଦିଶୁଛି । ଏହାର ସୁଯୋଗ ନେଇ ଅସାମାଜିକ ବ୍ୟକ୍ତି ମଧ୍ୟ ଏ ସ୍ଥାନକୁ ନିଜ ଆଡ୍ଡାସ୍ଥଳୀ କରିଛନ୍ତି ।

ଏୟାରଷ୍ଟ୍ରିପରେ ଏକାଥରେ ପାଖାପାଖି 300 ଯୁଦ୍ଧବିମାନ ରହିବାର ବ୍ୟବସ୍ଥା ଥିବା କୁହାଯାଏ । ହେଲେ ଏହାର ପୁନଃରୁଦ୍ଧାର ହୋଇପାରୁନାହିଁ । ତେବେ ଖୁବ୍‌କମ୍‌ ଖର୍ଚ୍ଚରେ ଏହାର ପୁନଃରୁଦ୍ଧାର କରାଯାଇ ପୁଣି ଥରେ କାର୍ଯ୍ୟକ୍ଷମ କରାଯାଇପାରିବ ବୋଲି ଗବେଷକମାନେ ମତ ଦିଅନ୍ତି ।

ଏହାର ପୁନଉଦ୍ଧାର କରିବା ସହ ଏୟାରଫୋର୍ସର ଟ୍ରେନିଂ ସେଣ୍ଟର କିମ୍ବା ଏୟାରପୋର୍ଟ ଭାବେ ବ୍ୟବହୃତ କରିହେବ ବୋଲି ଉଭୟ ବିଶେଷଜ୍ଞ ସହ ଅବସରପ୍ରାପ୍ତ ବାୟୁସେନାର ଅଧିକାରୀ ମତ ପ୍ରକାଶ କରିଛନ୍ତି । ତେବେ ସାରା ଭାରତ ବର୍ଷରେ ଏତେ ବଡ ଏୟାରଷ୍ଟ୍ରିପ ନଥିବାବେଳେ ବର୍ତ୍ତମାନର ଚୀନ-ଭାରତ ମୁହାଁମୁହିଁ ପରିସ୍ଥିତିରେ ଏହି ଏୟାରଷ୍ଟ୍ରିପର ପୁନଉଦ୍ଧାର ଜରୁରୀ ବୋଲି ବିଭିନ୍ନ ମହଲରୁ ଦାବି ହେଉଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.