ETV Bharat / city

ସେବା ପାଇଁ ଅପହଞ୍ଚ ଇଲାକାରେ ସୁରଜ, ମାଗଣାରେ ଚିକିତ୍ସାକୁ ଯୋଗାନ୍ତି ଔଷଧ

author img

By

Published : Nov 24, 2019, 9:26 PM IST

ସଭ୍ୟତାଠାରୁ ଦୂରରେ, ସମାଜର ଆଢୁଆଳରେ ଥିବା ଆଦିବାସୀଙ୍କ ଦେବଦୂତ ସାଜିଛନ୍ତି ବାଲେଶ୍ବର ନୀଳଗିରି ଅଞ୍ଚଳର ଯୁବ ଡାକ୍ତର ସୁରଜ ଜେନା । ଆଦିବାସୀଙ୍କ ପାଖକୁ ଯାଇ ମାଗଣାରେ ସେମାନଙ୍କର ଚିକିତ୍ସା କରି ଅନ୍ୟ ସମସ୍ତଙ୍କ ପାଇଁ ପାଲିଟିଛନ୍ତି ଉଦାହରଣ ।

ଆଜିବାସୀ ଇଲାକାର ଦେବଦୂତ ଡାକ୍ତର ସୁରଜ

ବାଲେଶ୍ବର: ସଭ୍ୟତା ଠାରୁ ଦୂରରେ, ସମାଜର ଆଢୁଆଳରେ ଥିବା ଆଦିବାସୀଙ୍କ ପାଇଁ ଦେବଦୂତ ସାଜିଛନ୍ତି ବାଲେଶ୍ବର ନୀଳଗିରି ଅଞ୍ଚଳର ଯୁବ ଡାକ୍ତର ସୁରଜ ଜେନା । ନୀଳଗିରି କାନପୁର ଅଞ୍ଚଳର ବ୍ରଜକିଶୋର ଜେନା ଓ ସୁପ୍ରଭାଙ୍କ ପୁଅ ସୁରଜ । ଛୁଟିଦିନରେ ଅପହଞ୍ଚ ଇଲାକାରେ ପହଞ୍ଚି ସେଠାରେ ରହୁଥିବା ଆଦିବାସୀଙ୍କ ଚିକିତ୍ସା କରିବା ସହ ମାଗଣାରେ ଔଷଧ ମଧ୍ୟ ଦେଇ ଆସନ୍ତି ।

ଆଜିବାସୀ ଇଲାକାର ଦେବଦୂତ ଡାକ୍ତର ସୁରଜ

ଡାକ୍ତରୀ ପାସ କରି ରାଜ ବରହମପୁର ଡାକ୍ତରଖାନାରେ ନିଯୁକ୍ତି ପାଇଥିବା ସୁରଜ, ଛୁଟିଦିନରେ ଛୁଟନ୍ତି ଆଦିବାସୀ ଅଞ୍ଚଳକୁ । କିଛି ପିଲାଙ୍କ ସହ ନିଜ ଖର୍ଚ୍ଚରେ ଔଷଧ ସାଙ୍ଗରେ ନେଇ ସକାଳୁ ସେ ବାହାରି ପଡନ୍ତି ସେମାନଙ୍କୁ ମାଗଣା ସ୍ବାସ୍ଥ୍ୟସେବା ଯୋଗାଇଦେବାକୁ । ସେଠାରେ ପହଞ୍ଚି ରୋଗୀ ଦେଖିବା ସହ ମାଗଣା ଔଷଧ ବି ଦିଅନ୍ତି ।

ବର୍ତ୍ତମାନ ସୁଦ୍ଧା ଦଲଦଲି, ଚୁଆସାହି, ସନ୍ତରାଗଡିଆ ଓ ଖୁଲିଆ ଆଦି ଅଞ୍ଚଳରେ ମାଗଣା ସ୍ବାସ୍ଥ୍ୟସେବା ଯୋଗାଇ ସାରିଲେଣି ସୁରଜ । ସେପଟେ ଗାଁକୁ ଡାକ୍ତର ଆସିଥିବା ଦେଖି ତାଙ୍କ ଚାରିପାଖରେ ଅନେକ ଲୋକ ବି ରୁଣ୍ଡ ହୁଅନ୍ତି । ଡାକ୍ତରଖାନା ଯାଇ ନପାରି ଝଡାଫୁଙ୍କା ଓ ଚେରମୂଳି ଉପରେ ଭରସା କରୁଥିବା ଆଦିବାସୀମାନେ ଡାକ୍ତରଙ୍କୁ ପାଖରେ ପାଇ ମଝିରେ ମଝିରେ ଏପରି ଆସିବା ପାଇଁ ବି ଅନୁରୋଧ କରୁଛନ୍ତି ।

ତେବେ ସୁରଜଙ୍କ ଏହି କାର୍ଯ୍ୟ ଡାକ୍ତରଖାନା ଆସୁନଥିବା ଆଦିବାସୀଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇଦେବା ସହ ଅନ୍ୟ ଡାକ୍ତରଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:ଆଜିର ସମାଜରେ ଡାକ୍ତରୀ ପାସ କରିବା ପରେ ପ୍ରଥମେ ଘରୋଇ ସେବା ଯୋଗାଇବା ପାଇଁ ମନ ବଳାଉଥିବା ବେଳେ ଏହାର ଅନ୍ୟ ଏକ ଦିଗ ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ। ଡାକ୍ତରୀ ପାସ କରିବା ପରେ ସରକାରୀ ଭାବେ ନିଯୁକ୍ତ ହୋଇଥିବା ଜଣେ ଯୁବ ଡାକ୍ତର ଅପହଞ୍ଚ ଇଲାକାରେ ଯୋଗାଉଛନ୍ତି ସେବା। ରୋଗୀଙ୍କୁ ଚିକିତ୍ସା ସୁବିଧା ଯୋଗାଇ ସେ ପାଲଟି ଯାଇଛନ୍ତି ଦେବଦୂତ। ଆମେ କହୁଛୁ ବାଲେଶ୍ଵର ଜିଲ୍ଲା ନୀଳଗିରି କାନପୁର ଅଞ୍ଚଳର ବ୍ରଜକିଶୋର ଜେନା ଓ ସୁପ୍ରଭାଙ୍କ ପୁଅ ତଥା ଯୁବ ଡାକ୍ତର ସୁରଜ ଜେନାଙ୍କ କଥା। ଛୁଟି ଦିନରେ ସେ ଅପହଞ୍ଚ ଇଲାକାରେ ଥିବା ଲୋକଙ୍କ ସେବା କରୁଥିବା ବେଳେ ଆଜି ତାଙ୍କ ସହ ଆମେ ପହଂଚିଥିଲୁ ଖୁଲିଆ ଗ୍ରାମରେ।

Body:ଡାକ୍ତରୀ ପାସ କରିବା ପରେ ସୁରଜ ରାଜ ବରହମପୁର ଡାକ୍ତରଖାନାରେ ପାଇଛନ୍ତି ନିଯୁକ୍ତି। ଡାକ୍ତରଖାନରେ ରୋଗୀସେବା କରିବା ପରେ ଯେଉଁଦିନ ଛୁଟି ଥାଏ ସେଦିନ ସୁରଜ ବାହାରି ପଡନ୍ତି ଅପହଞ୍ଚ ଇଲାକାରେ ରହୁଥିବା ଆଦିବାସୀଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ। ନିଜ ଖର୍ଚ୍ଚରେ ଔଷଧ କିଣି ସେସବୁକୁ ବ୍ୟାଗରେ ଭର୍ତ୍ତି କରି ଗାଁର କିଛି ପିଲାଙ୍କୁ ସାଙ୍ଗରେ ନେଇ ସେ ବାହାରି ପଡନ୍ତି ରୋଗୀସେବା ପାଇଁ। ଏଥିପାଇଁ ତାଙ୍କୁ ପରିବାର ପକ୍ଷରୁ ପୂର୍ଣ୍ଣ ସହଯୋଗ ମଧ୍ୟ ମିଳିଥାଏ। ସୁରଜ ବର୍ତ୍ତମାନ ସୁଦ୍ଧା ଦଲଦଲି, ଚୁଆସାହି, ସନ୍ତରାଗଡ଼ିଆ ଓ ଖୁଲିଆ ଆଦି ଅଞ୍ଚଳରେ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇ ସାରିଲେଣି।
ପ୍ରଥମେ ଯେତେବେଳେ ଏମିତି ଚିନ୍ତାଧାରା ତାଙ୍କ ମୁଣ୍ଡକୁ ଆସିଥଲା ସେ ଚୁଆସାହିରେ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇଥିଲେ। ସେଠାରେ ଆଦିବାସୀ ଲୋକଙ୍କ ସମସ୍ୟା ଜାଣିବା ପରେ ଏମିତି ଆଗକୁ ସେବା ଜାରି ରହିବ ବୋଲି ସେ କହିଛନ୍ତି। ଅନ୍ୟପଟେ କିଛି ଔଷଧ କମ୍ପାନୀ ସୁରଜଙ୍କୁ ସହଯୋଗର ହାତ ବଢ଼ାଇ ଔଷଧ ଯୋଗାଇ ଦେଉଛନ୍ତି। ଛୁଟିଦିନରେ ବିଶ୍ରାମ ନେବା ବଦଳରେ ସକାଳ ହେଲେ ସୁରଜ ଏକ ଅପହଞ୍ଚ ଇଲାକାରେ ଯାଇ ପହଞ୍ଚି ଯାଆନ୍ତି। ସେଠାରେ ରୋଗୀମାନଙ୍କୁ ପରୀକ୍ଷା କରି ଔଷଧ ଦେଇଥାନ୍ତି। ତାଙ୍କର ଏତାଦୃଶ କାର୍ଯ୍ୟ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

Conclusion:ଆଦିବାସୀମାନେ ବିଶେଷ କରି ଝଡାଫୁଙ୍କା ଓ ଚେରମୁଳି ଉପରେ ଭରସା କରୁଥିବା ବେଳେ ସୁରଜ ସେମାନଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଏକ ନୂତନ ଆଶା ସଂଚାର କରି ପାରିଛନ୍ତି। ସୁରଜଙ୍କ ସାଙ୍ଗରେ ପ୍ରାୟ ସମସ୍ତ ପ୍ରକାର ଔଷଧ ନେଇ ରୋଗୀଙ୍କୁ ଯୋଗାଇଥାନ୍ତି। ଆଗାମୀ ଦିନରେ ସେ ପିଜି କରିବାର ଲକ୍ଷ୍ୟ ରଖିଥିବା ବେଳେ ବଞ୍ଚିଥିବା ଯାଏ ଏମିତି ଆଦିବାସୀଙ୍କ ପାଇଁ ମାଗଣା ସେବା ଯୋଗାଇବେ ବୋଲି କହିଛନ୍ତି।
ବାଇଟ1- ଚୈତନ୍ୟ ପ୍ରସାଦ ସିଂ(ଖୁଲିଆ ଗ୍ରାମବାସୀ)
ବାଇଟ2- ସୁବାସିନୀ ସିଂ(ରୋଗୀ)
ବାଇଟ3- କାର୍ତ୍ତିକ ସିଂ(ରୋଗୀ)
ବାଇଟ4- ଡା.ସୁରଜ ଜେନା(ମାଗଣା ସ୍ୱାସ୍ଥ୍ୟସେବା ଯୋଗାଉଥିବା ଡାକ୍ତର)
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.