ETV Bharat / city

ମୃତ ମହିଳାଙ୍କୁ ନ୍ୟାୟ ଦାବି, ପୂର୍ବାଞ୍ଚଳ IGଙ୍କୁ ଭେଟିଲେ ବାପଘର ଲୋକେ

ମହିଳାଙ୍କ ମୃତ୍ୟୁ ଘଟଣାକୁ ୪ମାସ ବିତିଯାଇଥିଲେ ସୁଦ୍ଧା ହାତ ବାନ୍ଧି ବସିଛି ସୋର ପୋଲିସ । ଏନେଇ ପୂର୍ବାଞ୍ଚଳ ଆଇଜିଙ୍କୁ ଭେଟି ନ୍ୟାୟ ଦାବି କଲେ ମହିଳାଙ୍କ ବାପଘର ଲୋକେ । ଅଧିକ ପଢନ୍ତୁ...

ମୃତ ମହିଳାଙ୍କୁ ନ୍ୟାୟ ଦାବି, ପୂର୍ବାଞ୍ଚଳ IGଙ୍କୁ ଭେଟିଲେ ବାପଘର ଲୋକେ
ମୃତ ମହିଳାଙ୍କୁ ନ୍ୟାୟ ଦାବି, ପୂର୍ବାଞ୍ଚଳ IGଙ୍କୁ ଭେଟିଲେ ବାପଘର ଲୋକେ
author img

By

Published : Sep 13, 2021, 9:01 PM IST

ବାଲେଶ୍ବର: ମୃତ ମହିଳାକୁ ନ୍ୟାୟ ଦାବିରେ ଅଣ୍ଟା ଭିଡିଲେ ବାପଘର ଲୋକେ । ଏନେଇ ପୂର୍ବାଞ୍ଚଳ ଆଇଜିଙ୍କୁ ଭେଟି ନ୍ୟାୟ ଦାବି କରିଛନ୍ତି । ସୂଚନାନୁସାରେ ସୋର ଥାନା ଅଧିନ ରଣପୁର ଗ୍ରାମର ବୀଣାପାଣି ଦାସ ନାମକ ମହିଳାଙ୍କ ମୃତଦେହ ଗତ ଜୁଲାଇ 18 ତାରିଖରେ ଏକ ପୋଖରୀରୁ ଉଦ୍ଧାର କରାଯାଇଥିଲା । ତେବେ ମହିଳାଙ୍କ ମୃତଦେହ ଉଦ୍ଧାର ପରେ ମହିଳାଙ୍କ ବାପଘର ଲୋକେ ହତ୍ୟା ସନ୍ଦେହ କରି ସ୍ବାମୀ କରୁଣାକର ଦାସ, ଶ୍ବଶୁର ବିରେନ୍ଦ୍ର ଦାସ ଓ ନଣନ୍ଦ ଉସାରାଣୀ ମହାନ୍ତିଙ୍କ ନାମରେ ସୋର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ।

ମୃତ ମହିଳାଙ୍କୁ ନ୍ୟାୟ ଦାବି, ପୂର୍ବାଞ୍ଚଳ IGଙ୍କୁ ଭେଟିଲେ ବାପଘର ଲୋକେ

ସେପଟେ ମହିଳାଙ୍କୁ ହତ୍ୟା କରାଯାଇଥିବାର ସମସ୍ତ ପ୍ରମାଣ ଥାଇ ମଧ୍ୟ ପୋଲିସ ହାତ ବାନ୍ଧି ବସିଥିବାବେଳେ ଏହି ଘଟଣାକୁ ଗୁରୁତ୍ବର ସହ ନ ନେବା ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବା ପ୍ରକାଶ କରିଛନ୍ତି ମୃତ ମହିଳାଙ୍କ ପରିବାର ।

ଏନେଇ ଆଜି (ସୋମବାର) ମୃତ ମହିଳାଙ୍କ ଭାଇ, ମା' ଓ ତାଙ୍କର ଏକମାତ୍ର କୁନିପୁଅ ମା'କୁ ନ୍ୟାୟ ମିଳିବା ଦାବିରେ ପୂର୍ବାଞ୍ଚଳ ଆଇଜିଙ୍କୁ ଭେଟି ଦାବି କରିଛନ୍ତି । ତେବେ ପୂର୍ବାଞ୍ଚଳ ଆଇଜି ଓ ବାଲେଶ୍ଵର ଏସପିଙ୍କ ଉପସ୍ଥିତିରେ ଘଟଣାକୁ ନେଇ ଆଲୋଚନା ହେବା ପରେ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.