ETV Bharat / city

ବାଲେଶ୍ବରରେ ପହଞ୍ଚିଲେ ଗ୍ୟାଙ୍ଗଷ୍ଟାର ହାଇଦରର ପତ୍ନୀ, ବ୍ୟବଚ୍ଛେଦ ପରେ ହସ୍ତାନ୍ତର ହେବ ମୃତଦେହ

author img

By

Published : Jul 25, 2021, 3:12 PM IST

Updated : Jul 25, 2021, 3:28 PM IST

ହାଇଦରର ମୃତଦେହ ନେବାକୁ ବାଲେଶ୍ବରେ ପହଞ୍ଚିଲେ ପତ୍ନୀ । ଅଧିକ ପଢନ୍ତୁ...

ବାଲେଶ୍ବରରେ ପହଞ୍ଚିଲେ ଗ୍ୟାଙ୍ଗଷ୍ଟାର ହାଇଦର ପତ୍ନୀ

ବାଲେଶ୍ବର: କୁଖ୍ୟାତ ଅପରାଧୀ ହାଇଦରକୁ ଗତକାଲି ପୋଲିସ ଏନକାଉଣ୍ଟର କରିବା ପରେ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାକୁ ମୃତ ଘୋଷଣା କରିଥିଲେ ଡାକ୍ତର । ଆଜି ତାର ମୃତଦେହ ବ୍ୟବଚ୍ଛେଦ ପାଇଁ ରଖାଯାଇଥିବାବେଳେ ମୃତଦେହ ଆଣିବା ପାଇଁ ବାଲେଶ୍ବରରେ ପହଞ୍ଚିଛନ୍ତି ହାଇଦରର ପତ୍ନୀ । ତେବେ ବ୍ୟବଚ୍ଛେଦ ପୂର୍ବରୁ ପତ୍ନୀଙ୍କୁ ହାଇଦରର ମୃତଦେହ ଦେଖିବାକୁ ସୁଯୋଗ ଦିଆଯାଇଥିବା ଜଣାପଡିଛି ।

ବାଲେଶ୍ବରରେ ପହଞ୍ଚିଲେ ଗ୍ୟାଙ୍ଗଷ୍ଟାର ହାଇଦରଙ୍କ ପତ୍ନୀ, ବ୍ୟବଚ୍ଛେଦ ପରେ ହସ୍ତାନ୍ତର ହେବ ମୃତଦେହ

ପୋଲିସ ଷଡଯନ୍ତ୍ର କରି ତାଙ୍କ ସ୍ବାମୀଙ୍କୁ ଗୁଳି କରି ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପତ୍ନୀ । ତେବେ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି। ବର୍ତ୍ତମାନ ମୃତଦେହ ବ୍ୟବଚ୍ଛେଦ ପ୍ରକ୍ରିୟା ଜାରି ରହିଥିବା ଜଣାପଡିଛି ।

ଗତକାଲି ହାଇଦରକୁ ଚୌଦ୍ବାର ଜେଲରୁ ବାରିପଦା ଜେଲକୁ ସ୍ଥାନାନ୍ତର ବେଳେ ଗ୍ୟାଙ୍ଗଷ୍ଟାର ହାଇଦର ପରିସ୍ରା ବାହାନାରେ ସିମୁଳିଆ ନିକଟରେ ଖସି ପଳାଇବାକୁ ଉଦ୍ୟମ କରିଥିଲା। ଏହି ସମୟରେ ପୋଲିସ ହାଇଦର ଉପରକୁ ଗୁଳି ଚାଳନା କରିବା ପରେ ତାକୁ ଗୁରୁତର ଅବସ୍ଥାରେ ବାଲେଶ୍ଵର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Jul 25, 2021, 3:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.